ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଏବେ ଏକ ସିମ୍ଫାଜୀର ଏପରି ଏକ ଭିଡିଓ ଘୁରି ବୁଲୁଛି ଯାହା ଦେଖିଲେ ଆପଣଙ୍କ ହୃଦୟ ଭରିଯିବ । ଏହି ଭିଡିଓରେ ଦେଖିବାକୁ ମିଳୁଛି ଏକ ସିମ୍ଫାଜୀ ପାଣି ପିଇବା ଲାଗି ଜଣେ ଫଟୋଗ୍ରାଫରଙ୍କ ସହାୟତା ମାଗୁଛି । ଫଟୋଗ୍ରାଫର ଜଣକ ସିମ୍ଫାଜୀକୁ ପାଣି ପିଆଇବା ପରେ ସିମ୍ଫାଜୀଟି କୃତଜ୍ଞତା ସ୍ୱରୂପ ତାଙ୍କ ହାତକୁ ଅତି ସ୍ନେହରେ ଧରି ଧୋଇ ଦେଉଛି । ଏହି ଭିଡିଓଟିକୁ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ଆନନ୍ଦ ମହିନ୍ଦ୍ରା ସେୟାର କରିଛନ୍ତି ।
ଭିଡିଓର ଆରମ୍ଭରେ ଦେଖିବାକୁ ମିଳୁଛି ଯେ, ଶିମ୍ଫାଜୀ ଫଟୋଗ୍ରାଫରଙ୍କ ହାତ ଧରି ତାଙ୍କୁ ତଳେ ବସାଉଛି । ପରେ ସେ ତାଙ୍କ ହାତକୁ ଧରି ସେହି ହାତରେ ନିଜେ ପାଣି ପିଉଛି । ପାଣି ପିଇ ସାରିବା ପରେ ସିମ୍ଫାଜୀ ଫଟୋଗ୍ରାଫରଙ୍କ ହାତକୁ ପାଣିରେ ଅତି ସ୍ନେହରେ ଧୋଇ ଦେଉଛି । ଫଟୋଗ୍ରାଫର ଜଣକ ସିମ୍ଫାଜୀର ଏପରି କାର୍ଯ୍ୟ ଦେଖି ଭାବୁକ ହୋଇଯାଉଛନ୍ତି । ଏହି ଭିଡିଓଟିକୁ 2 ମିଲିୟନରୁ ଅଧିକ ଲୋକ ଦେଖିସାରିଲେଣି । ବହୁ ସଂଖ୍ୟାରେ ଲୋକ ଏହି ଭିଡିଓକୁ ସେୟାର କରିବାରେ ଲାଗିଛନ୍ତି ।
This clip went around the world last week. A Chimpanzee in Cameroon, Africa apparently asked for a photographers’s help in drinking water; then repaid him by washing his hands gently… A useful applied lesson: If you want to succeed, then assist & support those in your… pic.twitter.com/qLntPXfTkG
— anand mahindra (@anandmahindra) August 21, 2023
ସୋସିଆଲ ମିଡିଆରେ କୁବ ଭାଇରାଲ ହେବାରେ ଲାଗିଛି ଏହି ଭିଡିଓ । ଅନେକ ୟୁଜର ଏହାକୁ ଦେଖି ପସନ୍ଦ କରୁଥିବା ବେଳେ କିଛି ୟୁଜର ଏଥିରେ ଭିନ୍ନ ଭିନ୍ନ କମେଣ୍ଟ କରୁଛନ୍ତି । ଉଭୟ ବନ୍ଧୁ ଏବଂ ସେମାନଙ୍କ ନିବିଡ଼ତା ସାରା ମାନବ ସମାଜ ପାଇଁ ଏକ ଉଦାହରଣ ବୋଲି କୁହାଯାଇଛି । ସେମାନଙ୍କ ପାଖରୁ ସମସ୍ତଙ୍କୁ କିଛି ଶିଖିବା ଉଚିତ୍ ବୋଲି କମେଣ୍ଟ କରିଛନ୍ତି ସୋସିଆଲ ମିଡିଆ ୟୁଜର । ମାନବ ସମାଜ ପାଇଁ ମଣିଷପଣିଆର ଏହା ଏକ ଜ୍ୱଳନ୍ତ ଉଦାହରଣ ହୋଇପାରେ ।