fbpx

ଆପଣ ଏହିପରି ଭାବରେ କରୁଛନ୍ତି କି ଭୋଜନ ? ହୋଇଯାଆନ୍ତୁ ସାବଧାନ ନଚେତ୍ ପଡିପାରେ ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି

ସନାତନ ଧର୍ମରେ ଜୀବନ ସହ ଜଡିତ ଅନେକ ନିୟମ ଏବଂ ପରମ୍ପରା ବିଷୟରେ କୁହାଯାଇଛି । ଯାହା ଦ୍ୱାରା ପ୍ରତ୍ୟେକ ବ୍ୟକ୍ତିର ଜୀବନ ସହଜ ହେବା ସହ ଭଗବାନଙ୍କ କୃପା ଦୃଷ୍ଟି ମଧ୍ୟ ରହିଥାଏ । ତେବେ ହିନ୍ଦୁଧର୍ମରେ ଖାଦ୍ୟକୁ ମା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଥାଏ । ଯେଉଁଥିପାଇଁ ଭୋଜନକୁ ନେଇ ଅନେକ ନିୟମ ଏବଂ ପରମ୍ପରା ରହିଛି । ଯାହାକୁ ପାଳନ ନକରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିବା ସହ ଆପଣ କାଙ୍ଗାଳ ମଧ୍ୟ ହୋଇପାରନ୍ତି । ଆସନ୍ତୁ ଜାଣିବା ଭୋଜନ ସହ ଜଡିତ ଏହି ୪ଟି ନିୟମ ବିଷୟରେ…

ଏକା ସହ ନିଅନ୍ତୁ ନାହିଁ ୩ଟି ରୁଟି: ସନାତନ ଧର୍ମରେ ୩ ସଂଖ୍ୟାକୁ ଅଶୁଭ ବୋଲି କୁହାଯାଇଥାଏ । ତେଣୁ କୌଣସି ଶୁଭ କାର୍ଯ୍ୟରେ ଏହି ସଂଖ୍ୟାକୁ ବ୍ୟବହାର କରାଯାଇନଥାଏ । ତେବେ ସନାତନ ଧର୍ମରେ ଭୋଜନକୁ ମଧ୍ୟ ଏକ ଶୁଭ କାର୍ଯ୍ୟ ବୋଲି ବିବେଚନା କରାଯାଉଥିବାରୁ ଏହି ସମୟରେ ଏକା ସହିତ ୩ଟି ରୁଟି ଆଣନ୍ତୁ ନାହିଁ । ଏହା ପରିବର୍ତ୍ତେ ଆପଣ ୨ ଟି କିମ୍ବା ୪ ଟି ରୁଟି ଆଣନ୍ତୁ । ତେବେ ଏପରି ଖାଇବା ଦ୍ୱାରା ସ୍ୱାସ୍ଥ୍ୟ ଭଲ ରହିଥାଏ ।

ଭୋଜନ ଥାଳିରେ ହାତ ଧୁଅନ୍ତୁ ନାହିଁ: ଶାସ୍ତ୍ର ଅନୁଯାୟୀ ଖାଦ୍ୟ ଖାଇ ସାରିବା ପରେ ଭୋଜନ ଥାଳିରେ କେବେ ବି ହାତ ଧଅନ୍ତୁ ନାହିଁ । ଏପରି କରିବା ଦ୍ୱାରା ମା ଲକ୍ଷ୍ମୀଙ୍କ କୋପ ଦୃଷ୍ଟି ପଡିଥାଏ । ଯାହାଫଳରେ ବ୍ୟକ୍ତି ଜୀବନରେ ଅନେକ ସମସ୍ୟା ସୃଷ୍ଟି ହେବା ସହ ସେ କାଙ୍ଗାଳ ହୋଇଯାଇଥାଏ ।

ଖାଦ୍ୟ ଥାଳିରେ ଖାଦ୍ୟ ଛାଡନ୍ତୁ ନାହିଁ : ସନାତନ ଧର୍ମରେ ଖାଦ୍ୟକୁ ମା ଲକ୍ଷ୍ମୀଙ୍କ ସହ ତୁଳନା କରାଯାଇଥାଏ । ତେଣୁ ଖାଦ୍ୟ ନଷ୍ଟ କରିବା ଦ୍ୱାରା ଏହା ଅନ୍ନ ପ୍ରତି ଅପମାନ ହୋଇଥାଏ । ତେଣୁ ଭୋଜନ ସମୟରେ କେବେ ବି ଖାଦ୍ୟ ନଷ୍ଟ କରନ୍ତୁ ନାହିଁ । ଏପରି କରିବା ଦ୍ୱାରା ଘରେ ମାଙ୍କ କୋପ ଦୃଷ୍ଟି ପଡିଥାଏ । ଫଲରେ ଜୀବନରେ ସମସ୍ୟା ଲାଗି ରହିବା ସହ ଘରେ ଅଶାନ୍ତି ସୃଷ୍ଟି ହୁଏ ।

ତଳେ ବସି କରନ୍ତୁ ଭୋଜନ: ଶାସ୍ତ୍ରରେ କୁହାଯାଇଛି ଯେ ବ୍ୟକ୍ତିକୁ ସର୍ବଦା ଦଳେ ବସି ଭୋଜନ ଗ୍ରହଣ କରିବା ଆବଶ୍ୟକ । ଏପରି କରିବା ଦ୍ୱାରା ଧରିତ୍ରୀ ମା’ଙ୍କ ସକରାତ୍ମକ ଭାବନା ବ୍ୟକ୍ତିର ଜୀବନ ଉପରେ ପଡିଥାଏ । ଯାହାଦ୍ୱାରା ଶରୀରରେ ସକରାତ୍ମକ ଭାବନା ସୃଷ୍ଟି ହୋଇଥାଏ ।

Get real time updates directly on you device, subscribe now.