fbpx

ଏହା ଭାରତର ସବୁଠାରୁ ଅପରିଷ୍କାର ଟ୍ରେନ, ଭୁଲରେ ବି କରନ୍ତୁନି ଟିକେଟ

ନୂଆଦିଲ୍ଲୀ: କିଛି ବର୍ଷ ତଳେ ରେଲୱେ ସୁବିଧାରେ ବହୁ ଗୁଡ଼ିଏ ସୁବିଧା ସୁଯୋଗ ଜନସାଧାରଣଙ୍କ ପାଇଁ କରାଯାଇଛି । ହେଲେ ବର୍ତ୍ତମାନ ମଧ୍ୟ ପରିଷ୍କାରକୁ ନେଇ କିଛି ସୁବିଧା ବାକି ରହିଯାଇଛି । ରାଜଧାନୀ ଏକ୍ସପ୍ରେସ ଠାରୁ ଆରମ୍ଭ କରି ଗରୀବ ରଥ ଏବଂ ଅନ୍ୟାନ୍ୟ ଏକ୍ସପ୍ରେସ ଟ୍ରେନରେ ଅପରିଷ୍କାର ପାଇଁ ସେଥିରେ ଯାତ୍ରା କରୁଥିବା ଲୋକମାନେ ଅସୁବିଧାର ଶିକାର ହେଉଛନ୍ତି । ଏହାକୁ ନେଇ ଲୋକେ ଟ୍ୱିଟର ଛଡ଼ା ରେଳ ସୁବିଧା ଆପରେ ଭାରତୀୟ ରେଲୱେ ତରଫରୁ ଏହାର ଅସୁବିଧା ଜଣାଉଛନ୍ତି । ଆଜି ଆମେ ସେହି ୧୦ ଟି ଟ୍ରେନ କଥା କହିବୁ ଯାହାକି ଲୋକମାନେ ଏହି ଟ୍ରେନ ଉପରେ ଅଭିଯୋଗ କରିଛନ୍ତି । ଯଦି ଆପଣ ମଧ୍ୟ ଏହି ଟ୍ରେନରେ ଯାତ୍ରା କରିବା ପାଇଁ ପ୍ଲାନିଂ କରୁଛନ୍ତି ତେବେ ଟିକେଟ କରିବା ପୂର୍ବରୁ ଥରେ ଚିନ୍ତା କରି ନିଅନ୍ତୁ ।

ରେଳ ଆପରେ ମିଳିଥିବା ଅଭିଯୋଗ ଅନୁଯାୟୀ, ସାହାରା-ଅମୃତସର ଗରିବ ରଥ ଟ୍ରେନ୍ ମଇଳା ଦୃଷ୍ଟିରୁ ପ୍ରଥମ ସ୍ଥାନରେ ରହିଛି । ଏହି ଟ୍ରେନ୍ ପଞ୍ଜାବର ଅମୃତସରରୁ ବିହାରର ସାହାରା ଜିଲ୍ଲାକୁ ଯାଏ । ଏହି ଟ୍ରେନରେ ସର୍ବାଧିକ ୮୧ ଟି ଅଭିଯୋଗ ଆସିଛି। କୋଚରୁ ସିଙ୍କ ଏବଂ ଟଏଲେଟ କ୍ୟାବିନ ପର୍ଯ୍ୟନ୍ତ ମଇଳା ବିସ୍ତାର ହୋଇଥିବାର ଲୋକମାନେ ଅଭିଯୋଗ କରିଛନ୍ତି। ଏହି ଟ୍ରେନ୍ ଦେଶର ସବୁଠାରୁ ଖରାପ ସୁବିଧା ମଧ୍ୟରେ ଗଣାଯାଏ ।

ଏହାବ୍ୟତିତ, ଯୋଗବାନୀ-ଆନନ୍ଦ ବିହାର ସିମାଞ୍ଚଳ ଏକ୍ସପ୍ରେସ ଟ୍ରେନରେ ୬୭ଟି, ଶ୍ରୀ ମାତା ବୈଷ୍ଣୋଦେବୀ ବାନ୍ଦ୍ରା ଏକ୍ସପ୍ରେସ ଟ୍ରେନରେ ୬୪ଟି, ବାନ୍ଦ୍ରା-ଶ୍ରୀ ମାତା ବୈଷ୍ଣୋଦେବୀ ସ୍ୱରାଜ ଏକ୍ସପ୍ରେସ ଟ୍ରେନରେ ୬୧ ଏବଂ ଫିରୋଜ ପୁର-ଅଗରତଲା ତ୍ରିପୁରା ସୁନ୍ଦରୀ ଏକ୍ସପ୍ରେସ ଟ୍ରେନରେ ୫୭ ଟି ଅଭିଯୋଗ ଆସିଛି । ଏଥିରେ କେବଳ ରେଳ ଅପରିଷ୍କାରକୁ ନେଇ ଅଭିଯୋଗ ଆସିଛି । ଏହା ବ୍ୟତୀତ ଦିଲ୍ଲୀରୁ ବିହାର ଯାଉଥିବା ଆନନ୍ଦ ବିହାର-ଯୋଗୱନୀ ସୀମାଞ୍ଚଳ ଏକ୍ସପ୍ରେସ ଟ୍ରେନରେ ୫୨ଟି, ଅମୃତସର କ୍ଲୋନ ସ୍ପେସାଲ ଟ୍ରେନରେ ୫୦ଟି, ଅଜମମେର-ଜାମ୍ମୁ ପୂଜା ଏକ୍ସପ୍ରେସ ଟ୍ରେନରେ ୪୦ ଏବଂ ନୂଆଦିଲ୍ଲୀ-ଡିବ୍ରୁଗଢ ରାଜଧାନୀ ଏକ୍ସପ୍ରେସ ଟ୍ରେନରେ ଅପରିଷ୍କାର ସହ ଜଡ଼ିତ ୩୫ଟି ଅଭିଯୋଗ ଆସିଛି । ଏହି ୧୦ଟି ଟ୍ରେନରେ ରେଳବାଇ ଏକ ମାସ ମଧ୍ୟରେ ମୋଟ ୧୦୭୯ ଟି ଅଭିଯୋଗ ଗ୍ରହଣ କରିଛି। ଯେଉଁଥିରେ ମଇଳା, ଜଳର ଅନୁପସ୍ଥିତି, ସିଟ୍ ଏବଂ ଛିଣ୍ଡାଯାଇଥିବା ଆସନଗୁଡ଼ିକର ଅଭିଯୋଗ ଅନ୍ତର୍ଭୁକ୍ତ କରାଯାଇଛି ।

Get real time updates directly on you device, subscribe now.