fbpx

ମାତ୍ର ୧୯ ବର୍ଷରେ ବିପୁଳ ଧନ ଅର୍ଜନ କରି କ୍ଲେମେଣ୍ଟ ହେଲେ ବିଶ୍ୱର ସର୍ବକନିଷ୍ଠ କୋଟିପତି: ଜାଣନ୍ତୁ କେମିତି…

ନୂଆଦିଲ୍ଲୀ: ଫୋର୍ବ୍ସ ଚଳିତ ବର୍ଷ ପାଇଁ ଏହାର ଧନୀ ତାଲିକା ଘୋଷଣା କରିଛି । ୨୦୨୩ ଇଟାଲୀର କ୍ଲେମେଣ୍ଟ ଡେଲ ଭେଚିଓ ଫୋର୍ବସର ଏହି କୋଟିପତି ତାଲିକାରେ ନିଜ ନାମ ସ୍ଥାନିତ କରିପାରିଛନ୍ତି । ତେବେ ମାତ୍ର ୧୯ ବର୍ଷ ବୟସରେ ସେ ଦୁନିଆର ସର୍ବକନିଷ୍ଠ କୋଟିପତି ଭାବେ ଏହି ତାଲିକାରେ ସାମିଲ ହୋଇଛନ୍ତି।

କ୍ଲେମେଣ୍ଟଙ୍କ ପିତା ଲିଓନାର୍ଡୋ ଡେଲ ଭେଚିଓ ବିଶ୍ୱର ସର୍ବବୃହତ ଚଷମା କମ୍ପାନୀ ଏସିଲୋର ଲକ୍ସୋଟିକାର ଚେୟାରମ୍ୟାନ ଥିଲେ। ଗତ ବର୍ଷ ଜୁନରେ ପିତାଙ୍କ ମୃତ୍ୟୁ ସମୟରେ ତାଙ୍କର ସମ୍ପତ୍ତି ମୂଲ୍ୟ ୨୫.୫ ବିଲିୟନ ଡ଼ଲାର ଥିଲା। ତାଙ୍କ ପତ୍ନୀ ଏବଂ ୬ ଜଣ ସନ୍ତାନ ଏହି ସମ୍ପତ୍ତିର ଉତ୍ତରାଧିକାରୀ ହୋଇଥିଲେ। ତେବେ କ୍ଲେମେଣ୍ଟଙ୍କୁ ପିତାଙ୍କର ଲକ୍ସେମବର୍ଗ ସ୍ଥିତ କମ୍ପାନୀ ଡେଲଫିନ୍‌ର ୧୨.୫% ଅଂଶ ମିଳିଥିଲା ।

ଫୋର୍ବସ୍ ରିପୋର୍ଟ ଅନୁଯାୟୀ, କ୍ଲେମେଣ୍ଟଙ୍କ ସମ୍ପତ୍ତି ମୂଲ୍ୟ ୪ ବିଲିୟନ ଡଲାର ଅଟେ। କ୍ଲେମେଣ୍ଟେ ବର୍ତ୍ତମାନ ନିଜର ପାଠପଢ଼ା ଜାରି ରଖିଛନ୍ତି । ସେ ବିଜ୍ଞାନ ଏବଂ ପ୍ରଯୁକ୍ତିବିଦ୍ୟା ପ୍ରତି ଆଗ୍ରହୀ ଥିବା ବେଳେ କଲେଜ ଯାଇ ଏହି କ୍ଷେତ୍ରରେ କ୍ୟାରିୟର କରିବାକୁ ଚାହୁଁଛନ୍ତି । ତେବେ ଏତେ ବିପୁଳ ସମ୍ପତ୍ତି ସତ୍ତେ୍ୱ କ୍ଲେମେଣ୍ଟ ବେଶ ଲୋ ପ୍ରୋଫାଇଲ୍ ବଜାୟ ରଖିବାକୁ ପସନ୍ଦ କରନ୍ତି । ଖବର ଅନୁଯାୟୀ, ଇଟାଲୀରେ ତାଙ୍କର ଅନେକ ବିଳାସପୂର୍ଣ୍ଣ ସମ୍ପତ୍ତି ରହିଛି। କୋମୋ ହ୍ରଦ ଉପରେ ଏକ ଭିଲ୍ଲା ଏବଂ ମିଲାନରେ ଏକ ଆପାର୍ଟମେଣ୍ଟ ମଧ୍ୟ ରହିଛି ।

Get real time updates directly on you device, subscribe now.