fbpx

(Video) ଏହି ଜାଗାରେ ସୀତା ମା’ଙ୍କୁ ରକ୍ଷା କରିବାକୁ ଯାଇ ପଡ଼ି ଯାଇଥିଲେ ଜଟାୟୁ: ମନ୍ଦିରରେ PM ମୋଦୀ ଗାଇଲେ ‘ଜୟ ଶ୍ରୀରାମ’

Advertisement

ନୂଆଦିଲ୍ଲୀ: ବୈଦିକ ଯୁଗର ରାମାୟଣ ଏବଂ ପୁରାଣ ଶାସ୍ତ୍ର ଅନୁସାରେ, ବନବାସ ସମୟରେ ଲଙ୍କାପତି ରାବଣ ମାତା ସୀତାଙ୍କୁ ହରଣ କରି ନିଜ ନଗରକୁ ନେଇ ଯାଇଥିଲେ । ଏହି ସମୟରେ ସୂର୍ଯ୍ୟପୁତ୍ର ଜଟାୟୁ ରାବଣଙ୍କୁ ରୋକିବା ପାଇଁ ପ୍ରାଣପଣେ ଉଦ୍ୟମ କରିଥିଲେ । କିନ୍ତୁ ରାବଣର ଶକ୍ତି ଆଗରେ ବିଫଲ ହୋଇଥିଲେ ଜଟାୟୁ । ରାବଣ ସହ ଯୁଦ୍ଧରେ ଆହତ ହୋଇ ତଳେ ପଡ଼ି ଯାଇଥିଲେ ଜଟାୟୁ । ଏହାରେ ପ୍ରଭୁ ଶ୍ରୀରାମ ଏବଂ ଲକ୍ଷ୍ମଣଙ୍କୁ ସୀତାଙ୍କ ଅପହରଣ ବିଷୟରେ କହିବା ପରେ ସେ ପ୍ରାଣତ୍ୟାଗ କରିଥିଲେ । ବର୍ତ୍ତମାନ ଜଟାୟୁ ପଡ଼ିଥିବା ସ୍ଥାନରେ ଗଢା ହୋଇଥିବା ବୀରଭଦ୍ର ମନ୍ଦିରରେ ପହଞ୍ଚିଛନ୍ତି ଦେଶର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ଆନ୍ଧ୍ରପ୍ରଦେଶ ଲେପାକ୍ଷୀର ବୀରଭଦ୍ର ମନ୍ଦିରରେ ପହଞ୍ଚି ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଏହାସହିତ ମନ୍ଦିରରେ ‘ଶ୍ରୀରାମ ଜୟ ରାମ’ ଭଜନ ମଧ୍ୟ ଗାନ କରିଥିଲେ । ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଅପଲୋଡ କରାଯାଇଛି । ଅଯୋଧ୍ୟାରେ ପ୍ରଭୁ ଶ୍ରୀରାମଙ୍କ ଭବ୍ୟ ମନ୍ଦିରର ପ୍ରାଣ ପ୍ରତିଷ୍ଠା ଉତ୍ସବ ପୂର୍ବରୁ ମୋଦୀ ବିଭିନ୍ନ ମନ୍ଦିର ଭ୍ରମଣ କରି ଶେଷରେ ୨୨ ତାରିଖରେ ଅଯୋଧ୍ୟାରେ ଶ୍ରୀରାମଙ୍କ ପ୍ରାଣ ପ୍ରତିଷ୍ଠା ଉତ୍ସବରେ ଯୋଗ ଦେବେ ।

https://twitter.com/ANI/status/1747185690151190685?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1747185690151190685%7Ctwgr%5E26e745db829f6829bd26f6bbbece74957193d717%7Ctwcon%5Es1_c10&ref_url=https%3A%2F%2Fwww.indiatv.in%2Findia%2Fpolitics%2Fpm-narendra-modi-sings-shri-ram-jai-ram-bhajan-at-veerbhadra-temple-in-lepakshi-andhra-pradesh-2024-01-16-1016472କେଉଁଠି ରହିଛି ବୀରଭଦ୍ର ମନ୍ଦିର?

ରାମାୟଣରେ ଲେପାକ୍ଷୀ ଅଞ୍ଚଳର ଏକ ବିଶେଷ ମହତ୍ତ୍ୱ ରହିଛି । ଦେବୀ ସୀତାଙ୍କ ଅପହରଣ ସମୟରେ ରାବଣ ସହ ଭୟଙ୍କର ଯୁଦ୍ଧ ପରେ ଆହତ ହୋଇଥିବା ସୂର୍ଯ୍ୟପୁତ୍ର ଜଟାୟୁ ଏହି ସ୍ଥାନରେ ପଡ଼ିଥିଲେ । ତେବେ ମୃତ୍ୟୁ ପୂର୍ବରୁ ରାବଣ ମାତା ସୀତାଙ୍କୁ ଦକ୍ଷିଣ ମାର୍ଗରେ ଅପହରଣ କରି ନେଇଥିବା କହିଥିଲେ ଜଟାୟୁ । ଏାବ୍ୟତୀତ ନାସିକର ଗୋଦାବରୀ ନଦୀ ତଟରେ ଅବସ୍ଥିତ ପଞ୍ଚବଟୀ ମନ୍ଦିର ମଧ୍ୟ ଯାତ୍ରା କରିଛନ୍ତି । କାଲାରାମ ମନ୍ଦିରରେ ପୂଜରର୍ଚ୍ଚନା କରିବା ସହ ମରାଠିରେ ରାମାୟଣର ଭଗବାନ ରାମଙ୍କ ଅଯୋଦ୍ଧା ଆଗମନର ଶ୍ଲୋକ ଶୁଣିବା ସହ । ମନ୍ଦିରର ଭଜନ ପାଠରେ ମଧ୍ୟ ସାମିଲ ହୋଇଥିଲେ ପ୍ରଧାନମନ୍ତ୍ରୀ ମୋଦୀ ।

ପାରମ୍ପରିକ ପୋଷାକରେ ସେ ବିଭିନ୍ନ ମନ୍ଦିର ଯାତ୍ରା କରୁଛନ୍ତି । ତେବେ ସୂଚୀ ଅନୁସାରେ, ଆସନ୍ତାକାଲି ୧୭ ତାରିଖରେ ଆନ୍ଧ୍ରପ୍ରଦେଶ ଏବଂ କେରଳକୁ ୨ ଦିବସୀୟ ଯାତ୍ରା କରିବେ । ସନ୍ଧ୍ରା ୭.୧୫ରେ କେରଳର କୋଚ୍ଚିରେ ଏକ ରୋଡ ଶୋ’ ଶୋ’ କରିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

Get real time updates directly on you device, subscribe now.