fbpx

ହିଜାବ ଓ ଦାଢ଼ି ଉପରେ ବ୍ୟାନ୍ ଲଗାଇଲା ଏହି ମୁସଲିମ ଦେଶ , ଉଲ୍ଲଂଘନ କଲେ ଭାରି ଜୋରିମାନା ସହ ମିଳିବ ଏପରି ଦଣ୍ଡ

ତାଜିକିସ୍ତାନ ନିକଟରେ ଏକ ଗୁରୁତ୍ୱପୂର୍ଣ୍ଣ ତଥା ବିବାଦୀୟ ଆଇନ କାର୍ଯ୍ୟକାରୀ କରିଛି ଯାହା ଦେଶର ମୁସଲମାନ ସମ୍ପ୍ରଦାୟ ମଧ୍ୟରେ ବ୍ୟାପକ ଆଲୋଚନା ଏବଂ ଅସନ୍ତୋଷ ସୃଷ୍ଟି କରିଛି । ଏହି ନୂଆ ନିୟମ ଅନୁଯାୟୀ, ମହିଳାମାନଙ୍କୁ ସର୍ବସାଧାରଣ ସ୍ଥାନରେ ହିଜାବ ପିନ୍ଧିବାକୁ ଅନୁମତି ନାହିଁ ଏବଂ ପୁରୁଷମାନଙ୍କୁ ଦାଢ଼ି ବଢ଼ାଇବାକୁ ଅନୁମତି ନାହିଁ ।

ଏହି ଆଇନର ଉଲ୍ଲଂଘନ ପାଇଁ ଜୋରିମାନା ଏବଂ ଜେଲ ଦଣ୍ଡର ବ୍ୟବସ୍ଥା ରହିଛି । ରାଷ୍ଟ୍ରପତି ଇମାମାଲି ରହମାନଙ୍କ ନେତୃତ୍ୱରେ ତାଜିକିସ୍ତାନ ସରକାର ଧାର୍ମିକ ମୌଳିକତାକୁ ରୋକିବା ଉଦ୍ଦେଶ୍ୟରେ ଏହି ପଦକ୍ଷେପ ନେଇଛନ୍ତି । ରହମୋନଙ୍କ ମତରେ, ଇସଲାମିକ ପରିଚୟକୁ ସୀମିତ ରଖିବା ଦେଶରେ ବଢ଼ୁଥିବା ମୌଳିକତା ଏବଂ ଉଗ୍ରବାଦକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ । ତାଜିକିସ୍ତାନ ହେଉଛି ଏକ ମୁସଲମାନ ସଂଖ୍ୟାଲଘୁ ଦେଶ, ଯେଉଁଠାରେ ପ୍ରାୟ ୯୮% ଲୋକ ଇସଲାମ ଧର୍ମକୁ ମାନନ୍ତି ।

ନୂଆ ନିୟମ ଅନୁଯାୟୀ, ମହିଳାମାନଙ୍କୁ ଆଉ ହିଜାବ ପିନ୍ଧିବାକୁ ଦିଆଯିବ ନାହିଁ ଏବଂ ପୁରୁଷମାନଙ୍କୁ ସର୍ବସାଧାରଣ ସ୍ଥାନରେ ଦାଢ଼ି ରଖିବାକୁ ଅନୁମତି ଦିଆଯିବ ନାହିଁ । ଯଦି ଜଣେ ବ୍ୟକ୍ତି ଏହି ନିୟମ ନ ମାନନ୍ତି, ତେବେ ତାଙ୍କୁ ଜୋରିମାନା ଏବଂ ଜେଲ ଦଣ୍ଡର ସାମ୍ନା କରିବାକୁ ପଡିପାରେ । ଜରିମାନା ପରିମାଣ ୧ ଲକ୍ଷରୁ ଅଧିକ ହୋଇପାରେ, ତାଜିକିସ୍ତାନରେ ହାରାହାରି ମାସିକ ଦରମା ମାତ୍ର ୧୫ ହଜାର ଟଙ୍କା । ଏହି କାରଣରୁ ଜରିମାନା ପରିମାଣକୁ ନେଇ ଜନସାଧାରଣଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି ।

Get real time updates directly on you device, subscribe now.