fbpx

ଡାଇବେଟିସ୍ ଓ କୋଲେଷ୍ଟ୍ରୋଲ୍ ସମସ୍ୟାକୁ କମ୍ କରେ ଏହି ଗୋଟିଏ ଜିନିଷ, ଡାଇଟ୍ ରେ କରନ୍ତୁ ସାମିଲ

ଓଡ଼ିଶା ଭାସ୍କର ବ୍ୟୁରୋ: ବର୍ତ୍ତମାନ ସମୟରେ ଡାଇବେଟିସ୍ ସମସ୍ୟା ଅନେକ ବଢ଼ିଯାଇଛି । ତେଣୁ ଲୋକେ ସେଥିରୁ ନିସ୍ତାର ପାଇବା ପାଇଁ ନାନା ଉପାୟ ଆପଣାଉଛନ୍ତି । ଖାସ୍ କରି ଖାଦ୍ୟପେୟ ଉପରେ ବିଶେଷ ଧ୍ୟାନ ଦେଉଛନ୍ତି । ଡାଇବେଟିସ୍ ବଢ଼ିବାର ମୁଖ୍ୟ କାରଣ ମୋଟାପଣକୁ ଧରାଯାଇଥାଏ । ମଧୁମେହର ମୁଖ୍ୟ ଲକ୍ଷଣ ମାନ ହେଲା ଶୋଷ ଲାଗିବା, ଥକ୍କାପଣ ଓ ବାରମ୍ବାର ପରିସ୍ରା ଲାଗିବା ଇତ୍ୟାଦି । ଏହି ସମସ୍ୟା ବଢ଼ିଲେ ରକ୍ତ ଶର୍କରା ସ୍ତର ବଢ଼ିବାକୁ ଲାଗିଥାଏ । ତେଣୁ ଜରୁରୀ ହେଉଛି ରକ୍ତ ଶର୍କରା ସ୍ତରକୁ ନିୟନ୍ତ୍ରଣରେ ରଖିବା ।

ମଧୁମେହ ହେବା ଦ୍ୱାରା ଶରୀରରେ ରକ୍ତ ଶର୍କରା ସ୍ତର ବଢ଼େ । ଯେତେବେଳେ ଆମେ ଖାଦ୍ୟ ଖାଇଥାଉ, ଆମ ଶରୀର ଏଥିରୁ ଗ୍ଲୁକୋଜ ପାଇଥାଏ । ଶରୀରକୁ ଶକ୍ତି ଯୋଗାଇବା ପାଇଁ ଏହି ଗ୍ଲୁକୋଜ କୋଷଗୁଡ଼ିକ ଦ୍ୱାରା ବ୍ୟବହୃତ ହୁଏ । ଶରୀରରେ ଇନସୁଲିନ୍ ନ ରହିବା ଦ୍ୱାରା ଏହା ସଠିକ୍ ଭାବରେ କାମ କରିପାରେ ନାହିଁ । ତେଣୁ ଶରୀରକୁ ଉପଯୁକ୍ତ ଗ୍ଲୁକୋଜ୍ ନିହାତି ଭାବରେ ଦରକାର । ଏଭଳି ପରିସ୍ଥିତିରେ, ଆଜି ଆମେ ଆପଣଙ୍କୁ ଏପରି ଏକ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହା ଆପଣଙ୍କ ରକ୍ତରେ ଶର୍କରା ସ୍ତରକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିବ ।

ଏକ ଅଧ୍ୟୟନ ଅନୁସାରେ ପିଆଜି ଏକ ଏପରି ଜିନିଷ ଯାହା ଆପଣଙ୍କ ଶରୀରରୁ ଅନେକ ଫାଇଦା ଦେଇଥାଏ । ଏଥିରେ ଅନେକ ପ୍ରକାର ପୋଷକ ତତ୍ତ୍ୱ ରହିଛି । ଯାହା ମଧୁମେହ ରୋଗୀଙ୍କ କ୍ଷେତ୍ରରେ ରାମବାଣ ସଦୃଶ କାମ ଦେବ । ଏହା ଖୁବ୍ ଶସ୍ତାରେ ଉପଲବ୍ଧ ହେଉଛି । ତେଣୁ ଆପଣ ଏହାକୁ ସେବନ କରିପାରିବେ । ପିଆଜ ରକ୍ତ ଶର୍କରା ସ୍ତରକୁ କମ୍ କରିବାରେ ସହାୟକ ହୋଇଥାଏ ।

ଏହା ବ୍ୟତୀତ ପନିପରିବାରେ ବି ଅନେକ ପୋଷକ ତତ୍ତ୍ୱ ମିଳିଥାଏ । ଏଥିରେ ଥିବା ଆଣ୍ଟି-ଇନଫ୍ଲାମେଟୋରୀ ଗୁଣ ଉଚ୍ଚ ରକ୍ତଚାପକୁ କମ୍ କରେ ଓ ବ୍ଲଡ୍ କ୍ଲଟିଂରୁ ବି ରକ୍ଷା କରେ । ଅନ୍ୟପଟେ କୋଲେଷ୍ଟ୍ରୋଲ୍ ରୋଗୀ ମାନେମ ମଧ୍ୟ ପିଆଜ ସେବନ କରିପାରିବେ ।

 

 

Get real time updates directly on you device, subscribe now.