fbpx
BSKY SKY
BSKY SKY

ନ୍ୟୁଜିଲାଣ୍ଡକୁ ଶକ୍ତ ଝଟକା: ଫାଇନାଲ ଟେଷ୍ଟରୁ ବାଦ ପଡିଲେ ଏହି ଖେଳାଳି

BSKY

ନୂଆଦିଲ୍ଲୀ: ଇଂଲଣ୍ଡ ବିପକ୍ଷ ତୃତୀୟ ତଥା ଶେଷ ଟେଷ୍ଟ ପୂର୍ବରୁ ଟିମ ନ୍ୟୁଜିଲାଣ୍ଡକୁ ଲାଗିଛି ଶକ୍ତ ଝଟକା । କିୱି ଟିମର ଷ୍ଟାର ଦ୍ରୁତ ବୋଲର ଏବେ ଦଳରୁ ବାଦ ପଡିଛନ୍ତି । ଆଘାତ ଜନିତ ସମସ୍ୟା ଯୋଗୁଁ ଫାଇନାଲ ଟେଷ୍ଟରୁ ବାଦ ପଡିଛନ୍ତି ନ୍ୟୁଜିଲାଣ୍ଡ ଷ୍ଟାର ବୋଲର କାଇଲ ଜାମିସନ । ନଟିଂଘମ ଟେଷ୍ଟରେ ନ୍ୟୁଜିଲାଣ୍ଡକୁ ମାତ ଦେଇ ସିରିଜରେ ୨-୦ରେ ଆଗୁଆ ରହିଛି ଇଂଲଣ୍ଡ ।

ସୂଚନା ଅନୁସାରେ, ନଟିଂଘମ ଟେଷ୍ଟର ତୃତୀୟ ଦିନରେ ବୋଲିଂ କରୁତିବା ସମୟରେ ପିଠିରେ ଯନ୍ତ୍ରଣା ଅନୁଭବ କରିଥିଲେ ଜାମିସନ । ଆଘାତ ଯୋଗୁଁ ମଇଦାନ ଛାଡିବାକୁ ବାଧ୍ୟ ହୋଇଥିଲେ ଦଳର ଷ୍ଟାର ବୋଲର । ତେବେ ଏହିଆଘାତ ଯୋଗୁଁ ସେ କ୍ରିକେଟରୁ ପ୍ରାୟ ୪-୬ ସପ୍ତାହ ଦୂରରେ ରହିପାରନ୍ତି ବୋଲି କହିଛନ୍ତି କୋଚ ଗୈରୀ ଷ୍ଟିଡ । ତେବେ ଆସନ୍ତା ସେପ୍ଟେମ୍ବର କିମ୍ବା ଅକ୍ଟୋବରରେ ପ୍ରତ୍ୟାବର୍ତ୍ତନ କରିବା ଉପରେ ତାଙ୍କର ଲକ୍ଷ୍ୟ ରହିଛି । ତେବେ ଆହତ ଜାମିସନଙ୍କ ସ୍ଥାନରେ ଅନକ୍ୟାପ୍ଡ ପ୍ଲେୟର ବ୍ଲେଅର ଟିକନରଙ୍କୁ ଦଳରେ ସାମିଲ କରାଯାଇଛି । ଜାମିସନଙ୍କ ବ୍ୟତୀତ ନ୍ୟୁଜିଲାଣ୍ଡର ବ୍ୟାକଅପ ୱିକେଟ କିପର କ୍ୟାମ ଫ୍ଲେଚର ମଧ୍ୟ ଆହତ ହୋଇ ଦଳରୁ ବାଦ ପଡିଛନ୍ତି । ତେଣୁ ତାଭ୍କ ସ୍ଥାନରେ ଡେନ ଫ୍ଲେବରକୁ ଦଳରେ ସାମିଲ କରାଯାଇଛି ।

୨ ବର୍ଷ ତଳେ ଡେବ୍ୟୁ ପରଠୁ ସେ ନ୍ୟୁଜିଲାଣ୍ଡ ଦଳ ପାଇଁ ମୁଖ୍ୟ ଭୂମିକା ତୁଲାଇ ଚାଲିଛନ୍ତି । ୧୬ ମ୍ୟାଚରେ ୭୨ ୱିକେଟ ହାସଲ କରିଛନ୍ତି ଜାମିସନ । ଏହି ସିରିଜର ଲର୍ଡସ ଟେଷ୍ଟରେ ମଧ୍ୟ ଜାମିସନ ୯୯ ରନ ଦେଇ ୬ଟି ୱିକେଟ ହାସଲ କରିଥିଲେ । ତେବେ ଜାମିସନଙ୍କ ଏହି ସ୍ପେଲ ପରେ ମଧ୍ୟ ନ୍ୟୁଜିଲାଣ୍ଡକୁ ପରାଜୟର ସାମନା କରିବାକୁ ପଡିଥିଲା । ଏହି ଟେଷ୍ଟ ସିରିଜକୁ ୨-୦ ରେ ନିଜ କବଜାରେ କରି ସାରିଛି ଇଂଲଣ୍ଡ ।

Get real time updates directly on you device, subscribe now.