fbpx

ବ୍ରହ୍ମାସ୍ତ୍ର ଟ୍ରେଲର ଆଉଟ୍: ଚର୍ଚ୍ଚାରେ ରିଅଲ କପଲଙ୍କ ଅନସ୍କ୍ରିନ୍ କେମେଷ୍ଟ୍ରୀ ସହ ମନଛୁଆଁ Music

ମୁମ୍ବାଇ: ଖୁବ୍ ଶୀଘ୍ର ଦେଖିବାକୁ ମିଳିବ ବଲିଉଡର କ୍ୟୁଟ୍ କପଲ ରଣବୀର କପୁର ଏବଂ ଆଲିଆ ଭଟ୍ଟଙ୍କ ଅନସ୍କ୍ରିନ୍ ରୋମାନ୍ସ । ବହୁପ୍ରତିକ୍ଷୀତ ଫିଲ୍ମ ବ୍ରହ୍ମାସ୍ତ୍ରରେ ଉଭୟ ନଜର ଆସିବେ ନେଇ ପୂର୍ବରୁ ଚର୍ଚ୍ଚା ହୋଇଥିଲା । ଯାହାର ସୁଟିଂ ମଧ୍ୟ ଜୋରସୋରରେ ଚାଲିଥିବାର କିଛି ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇସାରିଛି । ଯାହାକୁ ଖୁବ୍ ପସନ୍ଦ ମଧ୍ୟ କରିଛନ୍ତି ଦର୍ଶକ । ତେବେ “ବ୍ରହ୍ମାସ୍ତ୍ର-ପାର୍ଟ ୱାନ୍ ଶିବା”ର ଟ୍ରେଲର ଆଜି ରିଲିଜ୍ ହୋଇଯାଇଛି । ଯେଉଁଥିରେ ଏହି ଅଫ୍ ସ୍କ୍ରିନ୍ କପଲଙ୍କ ଅନସ୍କ୍ରିନ୍ ରୋମାନ୍ସ ଦର୍ଶକ ଦେଖିବାକୁ ମିଳିଛି ।

ଟ୍ରେଲରରେ ରଣବୀର ଓ ଆଲିଆ ଏକ ଖରାପ ଶକ୍ତିର ସାମ୍ନା କରୁଥିବା ଦେଖିବାକୁ ମିଳିଛି । ଏହି ଫିଲ୍ମରେ ରଣବୀର-ଆଲିଆଙ୍କ ବ୍ୟତୀତ ଅମିତାଭ ବଚ୍ଚନ, ତେଲୁଗୁ ଷ୍ଟାର ନାଗାର୍ଜୁନ ଏବଂ ମୌନୀ ରୟଙ୍କ ମଧ୍ୟ ଦେଖିବାକୁ ମିଳିଛି । ଟ୍ରେଲରକୁ ଆଲିଆ ନିଜ ସୋସିଆଲ ପେଜ୍ରେ ମଧ୍ୟ ସେୟାର କରିଛନ୍ତି । ଖୁବ୍ କମ୍ ସମୟ ମଧ୍ୟରେ ଦର୍ଶକ ବେଶ୍ ପସନ୍ଦ ମଧ୍ୟ କରୁଥିବା ଦେଖିବାକୁ ମିଳିଛି । ପ୍ରୀତମଙ୍କ ଚଳଚ୍ଚିତ୍ରର ସଙ୍ଗୀତ ମଧ୍ୟ ପ୍ରଶଂସନୀୟ। ପ୍ରତ୍ୟେକ ଗୀତ- ‘ଡ୍ୟାନ୍ସ କା ଭୋଟ୍’ ଠାରୁ ‘ଦେବ ଦେବ’ ପର୍ଯ୍ୟନ୍ତ ସର୍ବଦା ଲୋକପ୍ରିୟ ‘କେସରିଆ’ ପର୍ଯ୍ୟନ୍ତ ସୁନ୍ଦର ଭାବରେ ରଚନା କରାଯାଇଛି । ସିନେମାଟୋଗ୍ରାଫର ସୁଦୀପ ଚାଟାର୍ଜୀ, ପାଟ୍ରିକ୍ ଡରୁକ୍ସ, ପଙ୍କଜ କୁମାର, ମାଣିକନ୍ଦନ ଏବଂ ବିକାଶ ନୋୱାଲାଙ୍କ ଦ୍ୱାରା ପୁଅମାନେ ମଧ୍ୟ ସୁଟିଂ କରିଛନ୍ତି।

ବ୍ରହ୍ମାସ୍ତ୍ରର କାହାଣୀ ଶିବା(ରଣବୀର କପୁର)ଙ୍କୁ ନେଇ ଗଢ଼ିଉଠିଛି । ଶିବା ପାଖରେ ସୁପରପାୱାର ରହିଛି । ଯାହା ନିଜେ ଶିବା ମଧ୍ୟ ଜାଣିନାହିଁ । ଶିବା ଓ ଈଶା(ଆଲିଆ ଭଟ୍ଟ)ଙ୍କ ଲଭଷ୍ଟୋରୀ ମଧ୍ୟରେ ଶିବାକୁ ତା’ ଭିତରେ ଥିବା ସୁପରପାୱାର ବିଷୟରେ ଜଣାପଡେ । ଶିବାର ଏହି ସୁପରପାୱାର ଦ୍ୱାରା ବ୍ରହ୍ମାସ୍ତ୍ରକୁ ବଂଚାଇବା ସମ୍ଭବ ହୋଇପାରିବ । ଫିଲ୍ମରେ ଅମିତାଭ ଏବଂ ନାଗାର୍ଜୁନ ବ୍ରହ୍ମାଣ୍ଡର ରକ୍ଷା କରିବା ଭୂମିକାରେ ନଜର ଆସିବେ । ସେହିଭଳି ମୌନୀ ରୟଙ୍କୁ ନେଗେଟିଭ୍ ଭୂମିକାରେ ଦେଖିବାକୁ ମିଳିବ । ସୂଚନାଯୋଗ୍ୟ ଯେ, ଆୟନ୍ ମୁଖାର୍ଜୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମ ୯ ସେପ୍ଟେମ୍ବରରେ ରିଲିଜ୍ ହେବ ।

Get real time updates directly on you device, subscribe now.