fbpx
BSKY SKY
BSKY SKY

ରଥ କାମ ବେଳେ ଆହତ ହେଲେ ୨ ସେବକ: ମେଡିକାଲରେ ଭର୍ତ୍ତି

BSKY

ପୁରୀ: ରଥଖଳାରେ କାମ କରିବା ସମୟରେ ଘଟିଯାଇଛି ଅଘଟଣ । ଆହତ ହୋଇ ମେଡିକାଲରେ ଭର୍ତ୍ତି ହୋଇଛନ୍ତି ନନ୍ଦିଘୋଷ ରଥର ୨ ସେବକ । ରଥକାମ ସମୟରେ ଉଭୟଙ୍କ ଆଙ୍ଗୁଠିରେ ଗଭୀର ଆଘାତ ହୋଇ ରକ୍ତସ୍ରାବ ହେବାରୁ ମେଡିକାଲକୁ ସ୍ଥାନାନ୍ତର ହୋଇଛନ୍ତି ଦୁଇ ସେବକ ।

ହାତ ଆଙ୍ଗୁଠି ଛେଚି ହୋଇ ପ୍ରବଳ ରକ୍ତସ୍ରାବ ହେଉଥିବା ସୂଚନା ମିଳିଛି । ଅଘଟଣ ଘଟିବା ପରେ ଉଭୟଙ୍କୁ ପୁରୀ ମେଡିକାଲକୁ ଚିକିତ୍ସା ପାଇଁ ପଠାଯାଇଛି । ଆହତ ହୋଇତିବା ଦୁଇ ସେବକ ନନ୍ଦିଘୋଷ ରଥର ବୋଲି ଜଣାପଡିଛି । ରୂପକାର ସେବକାର କାହ୍ନୁ ମହାପାତ୍ର ଏବଂ ଭୋଇ ସେବକ ବିଷ୍ଣୁ ଭୋଇ ଆହତ ହୋଇଛନ୍ତି ।

Get real time updates directly on you device, subscribe now.