fbpx

ଏଫଡି ଉପରେ ଏହି ଘରୋଇ ବ୍ୟାଙ୍କ ବଢାଇଲା ସୁଧ, ୫୫୫ ଦିନ ପାଇଁ କରିବାକୁ ପଡିବ ନିବେଶ

ନୂଆଦିଲ୍ଲୀ: ଆମେ ଯେତେବେଳେ ବ୍ୟାଙ୍କରେ ଏଫଡି ଅର୍ଥାତ ଫିକ୍ସଡ୍ ଡିପୋଜିଟ କରୁଛୁ ସେତେବେଳେ ବ୍ୟାଙ୍କର ସୁଧ ବିଷୟରେ ଜାଣିବା ନିହାତି ଆବଶ୍ୟକ । କେଉଁ ବ୍ୟଙ୍କ ଅଧିକ ସୁଧ ଦେଉଛି ଏବଂ ତାର ପଲିସି ବିଷୟରେ ଜାଣି ଟଙ୍କା ନିବେଶ କରିବା ବୁଦ୍ଧିମାନର କାମ ଅଟେ । ତେବେ ସରକାରୀ ବ୍ୟାଙ୍କକୁ ଛାଡି ଘରୋଇ ବ୍ୟଙ୍କ ଗୁଡିକ ଆଜିକାଲି ଏଫଡି ଉପରେ ଅଧିକ ସୁଧ ପ୍ରଦାନ କରୁଛନ୍ତି । ସେହିପରି ଆଜି ଏକ ବ୍ୟାଙ୍କ ବିଷୟରେ ଆମେ ଆପଣଙ୍କୁ କହିବାକୁ ଯାଉଛୁ ଯିଏ ବର୍ତ୍ତମାନ ନିଜର ଏଫଡି ଉପରେ ସୁଧ ବଢାଇଛି ।

ସୂଚନା ଅନୁଯାୟୀ, ପ୍ରାଇଭେଟ ସେକ୍ଟରର ଧନଲକ୍ଷ୍ମୀ ବ୍ୟାଙ୍କ ଫିକ୍ସଡ ଡିପୋଜିଟ ଉପରେ ସୁଧ ଦର ବଢାଇବା କଥା ସାମ୍ନାକୁ ଆସିଛି । ବ୍ୟାଙ୍କ ଦୁଇ କୋଟିରୁ କମ ଫିକ୍ସଡ ଡିପୋଜିଟ ଉପରେ ଇଣ୍ଟରେଷ୍ଟ ବଢାଇଛି । ବ୍ୟାଙ୍କ ସାତ ଦିନରୁ ନେଇ ୧୦ ବର୍ଷ ପର୍ଯ୍ୟନ୍ତ ଫିକ୍ସଡ ଡିପୋଜିଟ ଉପରେ ବର୍ତ୍ତମାନ ୩.୨୫ ପ୍ରତିଶତରୁ ୬.୬୦ ପ୍ରତିଶତ ପର୍ଯ୍ୟନ୍ତ ସୁଧ ଅଫର କରୁଛି । ଧନଲକ୍ଷ୍ମୀ ବ୍ୟାଙ୍କ ବର୍ତ୍ତମାନ ୫୫୫ ଦିନ( ୧୮ ମାସ ୭ ଦିନ) ର ଡିପୋଜିଟ ଉପରେ ପାଖାପାଖି ୭.୨୫ ପ୍ରତିଶତ ସୁଧ ଅଫର କରୁଛି ।

୧୮୦ ଦିନରେ ମ୍ୟାଚ୍ଚୋର ହେଉଥିବା ଡିପୋଜିଟ ଉପରେ ବ୍ୟାଙ୍କ ୬.୫୦ ପ୍ରତିଶର ଦରରେ ସୁଧ ଅଫର କରୁଛି । ଏକ ବର୍ଷ ଏବଂ ଦୁଇ ବର୍ଷରେ ମ୍ୟାଚ୍ଚୋର ହେଉଥିବା ଡିପୋଜିଟ ଉପରେ ବ୍ୟାଙ୍କ ବର୍ତ୍ତମାନ ୬.୭୫ ପ୍ରତିଶତର ସୁଧ ଦର ଅଫର କରୁଛି । ସେହିପରି ୫୫୫ ଦିନର ମ୍ୟାଚ୍ଚୋର ହେବାଜୁ ଥିବା ଫିକ୍ସଡ ଡିପୋଜିଟ ଉପରେ ବ୍ୟାଙ୍କ ୭.୨୫ ପ୍ରତିଶତ ସୁଧ ଦର ଗ୍ୟାରେଣ୍ଟି ଦେଉଛି । ଦୁଇ ବର୍ଷରୁ ଅଧିକ ଏବଂ ତିନି ବର୍ଷ ପର୍ଯ୍ୟନ୍ତ ଜମା ଉପରେ ୬.୫୦ ପ୍ରତିଶତ ସୁଧ ମିଳିବ ।

Get real time updates directly on you device, subscribe now.