fbpx

ସଂଗୀତ ଦୁନିଆରେ ଇତିହାସ ରଚିଲେ ଏହି rapper, ନା ଶୁଣି ପାରନ୍ତି ନା କହିପାରନ୍ତି ତଥାପି ହିଟ୍, ଜାଣନ୍ତୁ ସେ କିଏ ?

ଓଡ଼ିଶା ଭାସ୍କର: ଦୀର୍ଘ ଦିନରୁ ସୋସିଆଲ ମିଡିଆରେ ଏପରି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ଜଣେ ବ୍ୟକ୍ତି ଅଜବ ଭାଷାରେ କିଛି ରାପ୍ କରୁଥିବାର ନଜର ଆସିଛନ୍ତି । କିନ୍ତୁ କାହାକୁ ବି ବୁଝା ପଡ଼ୁନି ଯେ ସେ କ’ଣ କହୁଛନ୍ତି ? ଏହି ବ୍ୟକ୍ତିଙ୍କ ଭିଡିଓରେ ଅନେକ ମେମ୍ସ ମଧ୍ୟ ହୋଇଛି । ଏଭଳି ଜଣେ rapper ହେଉଛନ୍ତି MC Baba ।

ଆଫ୍ରିକା ଦେଶର ମୂଳ ବାସିନ୍ଦା ହେଉଛନ୍ତି rapper MC Baba । ଡେମୋକ୍ରାଟିକ୍ ରିପବ୍ଲିକ୍ ଅଫ୍ କୋଙ୍ଗୋର ରାପର କ୍ରାନ୍ତିକାରୀ ଉପାୟରେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ବିପ୍ଳବ ଆଣିବା ପାଇଁ ଚେଷ୍ଟା କରୁଛନ୍ତି । ବହୁତ କମ୍ ସମୟ ମଧ୍ୟରେ ସେ ଦେଶ ବିଦେଶରେ ନିଜ ପରିଚୟ ସୃଷ୍ଟି କରିପାରିଛନ୍ତି । ସେ ଅନେକ ଲୋକଙ୍କ ପାଇଁ ପ୍ରେରଣାର ଉତ୍ସ । ସବୁଠାରୁ ଆଶ୍ଚର୍ଯ୍ୟ କଥା ହେଉଛି MC Baba ନା କହି ପାରନ୍ତି ନା ଶୁଣି ପାରନ୍ତି । ସେ ଶବ୍ଦ ନୁହେଁ ବରଂ ନିଜ ଆୱାଜ୍ ମାଧ୍ୟମରେ ରାପ୍ କରିଥାନ୍ତି । ହାତର ଇଶାରା ଏବଂ ଚେହେରାର ଏକ୍ସପ୍ରେସନ୍ ବ୍ୟବହାର କରିଥାନ୍ତି । କିନ୍ତୁ ଅଧିକାଂଶ ଲୋକ ତାଙ୍କୁ ବୁଝିପାରନ୍ତି ନାହିଁ । ତାଙ୍କର ଏକ ସିଗନେଚର ଷ୍ଟାଇଲ୍ ‘ଡେଫ୍ ହାପ୍’ ଦର୍ଶକଙ୍କ ମଧ୍ୟରେ ବେଶ ଲୋକପ୍ରିୟତା ହାସଲ କରିଛି । ତେବେ ଏକ ଭାଇରାଲ ମ୍ୟୁଜିକ ଭିଡିଓ ମାଧ୍ୟମରେ ସେ ଫେମସ୍ ହୋଇଥିଲେ ।

କେବେ ଆଉ କେମିତି ଆରମ୍ଭ ହେଲା MC Babaଙ୍କ ମୁ୍ୟଜିକ୍ ଯାତ୍ରା ?

୨୦୨୧ରେ ମ୍ୟୁଜିକ ଇଣ୍ଡଷ୍ଟ୍ରିରେ ପାଦ ଥାପିଥିଲେ MC Baba । ‘ଲା ବେସରାନ୍’ ନାମକ ଏକ ଜୋଡ଼ି ଭାବରେ ତାଙ୍କର ଏହି ଯାତ୍ରା ଆରମ୍ଭ ହୋଇଥିଲା । ୨୦୨୩ରେ ସେ ନିଜ କ୍ୟାରିୟର ଗଢ଼ିବାକୁ ନିଷ୍ପତ୍ତି ନେଇଥିଲେ । ଏଥିପାଇଁ ତାଙ୍କୁ ବହୁତ ସଂଘର୍ଷର ସାମ୍ନା କରିବାକୁ ପଡ଼ିଥିଲା । ଫଳରେ ଆଜି ସେ ସଫଳତାର ଶୀର୍ଷରେ ପହଂଚିପାରିଛନ୍ତି । ଗୋଟିଏ ଦିନରେ ତାଙ୍କ ଭିଡିଓର ଏକ କ୍ଲିପକୁ ପ୍ରାୟ ୧୦ ମିଲିୟନ୍ ଦର୍ଶକ ଦେଖିଥାନ୍ତି । MC Babaଙ୍କ ପ୍ରତିଭାକୁ ତାଙ୍କ ସାଥି ଏବଂ ଦେଶବାସୀ ହୃଦୟର ସହ ଆପଣାଇଛନ୍ତି । ସେ ନିଜ କ୍ୟାରିୟରରେ ଆଗରୁ ବଢ଼ିବା ପାଇଁ ପ୍ରୟାସ ଜାରି ରଖିବେ ବୋଲି ଲକ୍ଷ ରଖିଛନ୍ତି ।

 

Get real time updates directly on you device, subscribe now.