fbpx

ଭିଟାମିନ-ସି ଅଭାବରୁ ହୋଇପାରେ ଏହି ବିରଳ ରୋଗ; ସମୟ ପୂର୍ବରୁ ହୋଇଯାଆନ୍ତୁ ସତର୍କ

ଶରୀର ସୁସ୍ଥ ପାଇଁ ଭିଟାମିନ ଓ ମିନେରାଲ୍ସର ଆବଶ୍ୟକତା ରହିଥାଏ । କହିବାକୁ ଗଲେ ଭିଟାମିନର ଆବଶ୍ୟକତା ପ୍ରତି ଲୋକମାନଙ୍କ ଧ୍ୟାନ ଖୁବ ଥାଏ । ଭିଟାମିନରେ କୋ-ଫ୍ୟାକ୍ଟର୍ସ ରହିଥାଏ । ଏହା ୧୫ ପ୍ରକାରର ଅଲଗା ଅଲଗା ଏନଜାଇମ ସହ ମିଶି ଶରୀରରେ କାମ କରିଥାଏ । ବୟସ ବଢିବା ସହ ଆମ ଶରୀରରେ ଭିଟାମିନର ଅଭାବ ବଢିଥାଏ । ସାଧାରଣତଃ କରୋନା ପରେ ଲୋକଙ୍କ ଧ୍ୟାନ କେବଳ ଭିଟାମିନ-ଡି ଏବଂ ବି-୧୨ ଉପରକୁ ଯାଇଛି । କିନ୍ତୁ ଅନ୍ୟ ଭିଟାମିନ ଆମ ଶରୀର ପ୍ରତି ନିହାତି ଆବଶ୍ୟକ । ବର୍ତ୍ତମାନ ଆମେ ଭିଟାମିନ-ସି ର ଆବଶ୍ୟକତା କଥା କହିବାକୁ ଯାଉଛୁ । କାରଣ ଭିଟାମିନ-ସି ଶରୀରକୁ ରୋଗ ମାନଙ୍କ ସହ ଲଢିବା ପାଇଁ ଶକ୍ତି ଦେଇଥାଏ । ଏହା ଆପଣଙ୍କ ସ୍କିନ, ବ୍ଲଡ, ହାଡ ଏବଂ କାର୍ଟିଲେଜକୁ ମହବୁତ ରଖିଥାଏ । ଯଦି ଶରୀରରେ କିଛି ଆଘାତ ଲାଗେ ତାକୁ ଠିକ୍ କରିବା ପାଇଁ ଭିଟାମିନ-ସି ସାହାଯ୍ୟ କରିଥାଏ ।

ଭିଟାମିନ କମ ହେବା କାରଣରୁ ଆମ ସ୍କିନରେ ଅଶୁବିଧା, ଦାନ୍ତମୂଳ କମଜୋର ହେବା, ଚୁଟି ଝଡ଼ିବା ପରି ସମସ୍ୟା ଦେଖାଯାଇଥାଏ । ଏହାର ଅଭାବ କାରଣରୁ ମଧ୍ୟ ଡିପ୍ରେସନ ଜନିତ ମାନସିକ ରୋଗ ମଧ୍ୟ ଦେଖାଦେଇଥାଏ । ତେବେ ଭିଟାମିନ ସି ଅଭାବରୁ ହାଇପୋକଣ୍ଡ୍ରିଆ ଭଳି ରୋଗ ଦେଖାଦେଇଥାଏ । ଏହା ହେଉଛି ଭୁଲିଯିବା ରୋଗ । ଏପରି ଯଦି ରୋଗ ଅଛି ତେବେ ଆପଣ ତୁରନ୍ତ ଏହାକୁ ଠିକ କରନ୍ତୁ । ଛୋଟ ରୋଗ ଭାବି ଏହାକୁ ଅଣହେଳା କରନ୍ତୁ ନାହିଁ । ଡାକ୍ତରଙ୍କ ସହ ପରାମର୍ଶ କରି ଏହାର ଚିକିତ୍ସା କରନ୍ତୁ ।

ଭିଟାମିନ ସି କମ କାରଣରୁ ଡିପ୍ରେସନ ଭଳି ଲକ୍ଷଣ ଦେଖାଯାଇଥାଏ । ଏନିମିୟା ଏକ ରୋଗ ଯାହାଦ୍ୱାରା ଆଇରନ, ବି-୧୨ ଭଳି ଭିଟାମିନ ନେଇଥାନ୍ତି ଲୋକେ । ହେଲେ ଭିଟାମିନ ସି ଉପରେ ଧ୍ୟାନ ଦିଅନ୍ତି ନାହିଁ । ଯଦି ଆପଣଙ୍କ ପାଖେ ଭିଟାମିନ-ସି ଅଭାବ ଦେଖାଦେଉଛି ତେବେ ଏହା ଶ୍ୱାସ ନେବାରେ ଅଶୁବିଧା ହୋଇଥାଏ ।

ଯଦି ଆପଣଙ୍କୁ ଲାଗୁଛି ଶରୀରରେ ଭିଟାମିନ-ସି ଅଭାବ ହେଉଛି । ତେବେ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ । ବିଭିନ୍ନ ପ୍ରକାର ମଲ୍ଟିଭିଟାମିନ ନଖାଇ ସର୍ବଦା ଖାଦ୍ୟ ଉପରେ ଧ୍ୟାନ ଦିଅନ୍ତୁ । ଆପଣ ଡାଏଟରେ ଭିଟାମିନ-ସି ରିଚ ଫୁଡ ସାମିଲ କରନ୍ତୁ । ସିଷ୍ଟ୍ରସ ଫଳ ଅର୍ଥାାତ କମଳା, ଲେମ୍ବୁ କିମ୍ବା ଅନ୍ୟାନ୍ୟ ଋତୁଜାତୀୟ ଫଳ ଖାଆନ୍ତୁ । କାରଣ ସେଥିରେ ଭିଟାମିନ-ସି ପ୍ରଚୁରମାତ୍ରାରେ ଅଛି । ସେହିପରି ଭିଟାମିନ ସି ଯୁକ୍ତ ପନିପରିବା ଖାଆନ୍ତୁ ।

Get real time updates directly on you device, subscribe now.