[Video] “ବାପା-ବୋଉ ମୁଁ ଆଜି ଯୋଗୀ ହୋଇ ଯାଉଛି, ମତେ ଦବ ନା ରଖିବ…”
Video: "ବାପା-ବୋଉ ମୁଁ ଆଉ ତୁମ ପୁଅ ନୁହଁ, ମୁଁ ଯୋଗୀ ପୁଅ। ମୁଁ ଯୋଗୀ ପୁଅ ହୋଇ ଭିକ ମାଗିବି, ମତେ ଭିକ ଦବଟି..." ଆଖିରେ ଲୁହ ଆଣିଦେବ ଏହି ଦୃଶ୍ୟ। ପୁଅ ଯୋଗୀ ହୋଇଯାଉଛି। ବାପା-ମାଆଙ୍କ ଆଖିରୁ ଲୁହ ଝରୁଛି।
ଭୁବନେଶ୍ୱର: (ଓଡ଼ିଶା ଭାସ୍କର) ଆମ ରାଜ୍ୟରେ ଅନେକ ପରମ୍ପରା ରହିଛି ଯାହା ବର୍ତ୍ତମାନ ଲୋପ ପାଇବାକୁ ବସିଲାଣି। ସେସବୁ ଭିତରେ ହେଉଛି ବାବାଜୀ-ଯୋଗୀ ହେବା ପରମ୍ପରା।
ଆଧୁନିକତାର ଦ୍ୱାହି ଦେଇ ପରମ୍ପରା ସବୁ ଯେମିତି ଅତୀତ ହୋଇ ଗଲାଣି। ହେଲେ ଆମେ ଆଜି ଏକ ନିଆରା ଦୃଶ୍ୟର ଝଲକ ଦେଖାଇବୁ ଯାହା ଆପଣମାନଙ୍କ ଆଖିରେ ଲୁହ ଆଣିଦେବ।
ଏ ଦୃଶ୍ୟଟି ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ପୋଷ୍ଟ କରାଯାଇଛି। tunipriya_tuni123 ନାମକ ଏକ ଆକାଉଣ୍ଟରୁ ପୋଷ୍ଟ କରାଯାଇଛି।
ଏହି ଭିଡିଓରେ ପିଲାଟି (ପଣ୍ଡିତ/ଯୋଗୀ)ଙ୍କ କଥାକୁ ଅନୁସରଣ କରି କହୁଛି- “ବାପା-ବୋଉ ମୁଁ ଆଜି ଯୋଗୀ ହୋଇ ଯାଉଛି, ମତେ ଦବ ନା ରଖିବ।
ବାପା-ବୋଉ ମୁଁ ଆଉ ତୁମ ପୁଅ ନୁହଁ ଯୋଗୀ ପୁଅ। ମୁଁ ଯୋଗୀ ପୁଅ ହୋଇ ଭିକ ମାଗିବି, ମତେ ଭିକ ଦବଟି…” ଏମିତି କିଛି କଥା ସୁଣି ଉପସ୍ଥିତ ବାପା-ମା’ଙ୍କ ଆଖିରେ ଲୁହ ଆସି ଯାଉଛି।
ଏହି ଭିଡିଓଟି ବର୍ତ୍ତମାନ ଭାଇରାଲ ହେବାରେ ଲାଗିଛି। ବର୍ତ୍ତମାନ ସୁଧା ଭିଡିଓଟିକୁ ଏକ ଲକ୍ଷରୁ ଅଧିକ ଲୋକ ଦେଖି ସାରିଲେଣି।
View this post on Instagram