ଅଚାନକ ଟିମ ଇଣ୍ଡିଆରେ ଏଣ୍ଟ୍ରି ମାରିଲେ ଦମଦାର ଖେଳାଳି: ଦଳରେ ପାଇବେ ସ୍ଥାନ!

ନୂଆଦିଲ୍ଲୀ: ଆସନ୍ତା ଜୁଲାଇ ୧ ତାରିଖରୁ ବର୍ମିଙ୍ଘମରେ ଇଂଲଣ୍ଡ ବିପକ୍ଷରେ ଆରମ୍ଭ ହେଉଛି ଏକମାତ୍ର ଟେଷ୍ଟ ମ୍ୟାଚ । ଏହି ମ୍ୟାଚ ପୂର୍ବରୁ ଅଧିନାୟକ ରୋହିତ ଶର୍ମା କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଫଳରେ ଏହି ମ୍ୟାଚରେ ତାଙ୍କ ଖେଳିବା ନେଇ ଆଶଙ୍କା ବୃଦ୍ଧି ପାଇଛି । ତେଣୁ ଏହା ମଧ୍ୟରେ ବିସିସିଆଇ ଏକ ବଡ ନିଷ୍ପତ୍ତି ନେଇଛି । ଖୁବଶୀଘ୍ର ଭାରତୀୟ ଦଳରେ ଜଣେ ଦମଦାର ଖେଳାଳି ଏଣ୍ଟ୍ରି କରିବାକୁ ଯାଉଛନ୍ତି ।

ରୋହିତ ଶର୍ମାଙ୍କ ଖେଲିବା ନେଇ ପ୍ରଶ୍ନବାଚୀ ଉଠିତିବା ବେଳେ ତାଙ୍କ ସ୍ଥାନରେ ଆଉ ଜଣେ ଖେଳାଳିଙ୍କୁ ଦଳରେ ଚୟନ କରିଛି ବିସିସିଆଇ । ଟିମ ଇଣ୍ଡିଆର ଷ୍ଟାର ଓପନର ମୟଙ୍କ ଅଗ୍ରୱାଲ ଟେଷ୍ଟ ମ୍ୟାଚ ପାଇଁ ଇଂଲଣ୍ଡ ପଠାଇବାକୁ ନିଷ୍ପତ୍ତି ନେଇଛି ବିସିସିଆଇ । ଆଜି ମୟଙ୍କ ଇଂଲଣ୍ଡ ମ୍ୟାଚ ପାଇଁ ଗସ୍ତ କରି ପାରନ୍ତି । ରୋହିତ କରୋନା ପଜିଟିଭ ଚିହ୍ନଟ ହେବା ପରେ ବ୍ୟାକଅପ ଓପନର ଭାବେ ମୟଙ୍କଙ୍କୁ ସ୍ଥାନ ଦେଇଛି ବିସିସିଆଇ ।

ଟେଷ୍ଟ ମ୍ୟାଚ ପୂର୍ବରୁ ରୋହିତ ସୁସ୍ଥ ହେଲେ ସେ ଏହି ମ୍ୟାଚ ଖେଳିବା ସୁନିଶ୍ଚିତ । ତେବେ ଯଦି ତାଙ୍କର କରୋନା ରିପୋର୍ଟ ନେଗେଟିଭ ନ ଆସେ, ତେବେ ମୟଙ୍କ ସିଧା ଟିମରେ ଏଣ୍ଟ୍ରି କରିବେ । ଏଥିପାଇଁ କରୋନାର କୌଣସି କଟକଣା ରହିବ ନାହିଁ । କ୍ୱାରାଣ୍ଟାଇନ ବିନା ମୟଙ୍କ ସିଧା ଯାଇ ଦଳ ସହିତ ଯୋଡି ହେବେ । ତଥାପି ବୋର୍ଡ ରୋହିତ ଶର୍ମାଙ୍କ ଫିଟନେସ ଉପରେ ନଜର ରଖିଛି ।

ଟିମ ଇଣ୍ଡିଆ ପକ୍ଷରୁ ଅନେକ ଥର ଓପନ କରି ସାରିଛନ୍ତି ମୟଙ୍କ ଅଗ୍ରୱାଲ । ସେ ଏବେ ଯାଏ ମୋଟ ୨୧ଟି ମ୍ୟାଚ ଖେଳି ୧୪୮୮ ରନ ସଂଗ୍ରହ କରିଛନ୍ତି । ଏହା ମଧ୍ୟାରେ ୫ ଅର୍ଦ୍ଧଶତକ ଏବଂ ୪ଟି ଶତକ ସାମିଲ ରହିଛି । ତେବେ ଗତ କିଛି ସିରିଜରୁ ସେ ତାଙ୍କ ବ୍ୟାଟିଂକୁ ନେଇ ସାମାନ୍ୟ ସଂଘର୍ଷ କରୁତିବା ଦେଖାଯୋଇଛି । ଫଳରେ ଦଳରେ ନିୟମିତ ଭାବରେ ସ୍ଥାନ ମଧ୍ୟ ପାଇ ପାରୁ ନାହାନ୍ତି ।