fbpx

IPL-2024ରେ ଏହି ଦଳ ହେବ ଚମ୍ପିଆନ୍! ଭବିଷ୍ୟବାଣୀ କଲେ ପୂର୍ବତନ କ୍ରିକେଟର

ନୂଆଦିଲ୍ଲୀ: ଆଇପିଏଲ-୨୦୨୪ ମହାସମର ଆରମ୍ଭ ହୋଇଯାଇଛି । ପ୍ରଥମ ମ୍ୟାଚରେ ବେଙ୍ଗଲୁରୁକୁ ମାତ୍ ଦେଇ ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ସିଜନ ଆରମ୍ଭ କରିଥିବା ବେଳେ ପଞ୍ଜାବ ଏବଂ କୋଲକାତା ମଧ୍ୟ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି । ଏହାଭିତରେ ଷ୍ଟାର ସ୍ପୋର୍ଟସରେ ଚଳିତ ସିଜନର ଚମ୍ପିଆନ୍ ଖୋଜା ଆରମ୍ଭ ହୋଇଯାଇଛି । ଏହି ସିଜନର ଚମ୍ପିଆନ ଟ୍ରଫି କେଉଁ ଦଳକୁ ମିଳିବ, ସେ ନେଇ ଏବେଠୁ ଆକଳନ କରିବାକୁ ଲାଗିଲେଣି କ୍ରିକେଟ ଏକ୍ସପର୍ଟ । ତେବେ ଚଳିତବର୍ଷ କେଉଁ ଦଳ ଜିତିବ ଟାଇଟଲ?

ଏହି ପ୍ରଶ୍ନକୁ ନେଇ ୬ ଜଣ ଏକ୍ସପର୍ଟଙ୍କ ରାୟ ନିଆ ଯାଇଛି । ଏକ୍ସପର୍ଟ ପ୍ୟାନେଳରେ ଚେନ୍ନାଇର ପୂର୍ବତନ କ୍ରିକେଟର ଅମ୍ବାତି ରାୟୁଡୁ, ହରଭଜନ ସିଂହଙ୍କ ସହ ବ୍ରାଏନ ଲାରା, କେଭିନ୍ ପିଟରସନ୍, ରବି ଶାସ୍ତ୍ରୀ ଏବଂ ସୁନୀଲ ଗାଭାସ୍କର ରହିଛନ୍ତି । ତେବେ ଚଳିତ ସିଜନର ଚମ୍ପିଆନ ଟାଇଟଲ ପାଇଁ ସବୁଠାରୁ ବେଶୀ ଦାବିଦାର ରହିଛି ଚେନ୍ନାଇ ସୁପର କିଙ୍ଗସ । ସିଏସକେକୁ ମିଳିଛି ଅଧିକାଂଶ ଏକ୍ସପର୍ଟଙ୍କ ଭୋଟ । ଚେନ୍ନାଇର ପୂର୍ବତନ ଖେଳାଳି ହରଭଜନ ସିଂହ ଏବଂ ଅମ୍ବାତି ରାୟୁଡୁ ପଡ଼ିଆ ବାହାରେ ମଧ୍ୟ ଦଳକୁ ସମର୍ଥନ କରିଛନ୍ତି । ଆଇପିଏଲ-୨୦୨୪ରେ ମଧ୍ୟ ଚେନ୍ନାଇ ଚମ୍ପିଆନ ହେବ ବୋଲି କହିଛନ୍ତି ରାୟୁଡୁ ଏବଂ ହରଭଜନ । ଏହାବ୍ୟତୀତ ସୁନୀଲ ଗାଭାସ୍କର ମଧ୍ୟ କିଛି ମାତ୍ରାରେ ଚେନ୍ନାଇକୁ ସପୋର୍ଟ କରିଛନ୍ତି ।

ଆଇପିଏଲ ଫାଇନାଲର ଭବିଷ୍ୟବାଣୀକୁ ନେଇ ରାୟୁଡୁ କହିଛନ୍ତି ଯେ, ଚଳିତବର୍ଷ ଡିଫେଣ୍ଡିଂ ଚମ୍ପିଆନ୍ ଚେନ୍ନାଇ ପୁଣିଥରେ ନିଜ ଟାଇଟଲକୁ ପାଖରେ ରଖିବାରେ ସକ୍ଷମ ହେବ । ପୂର୍ବରୁ ୨୦୧୧ରେ ମଧ୍ୟ ଦଳ ଏହି କାରନାମା କରିସାରିଛି । ଏହାବ୍ୟତୀତ ସୁନୀଲ ଗାଭାସ୍କର କହିଛନ୍ତି ଯେ, ଯେହେତୁ ମୁଁ ମୁମ୍ବାଇର-ତେଣୁ ମୁଁ ଚାହିଁବି ମୁମ୍ବାଇ ଚଳିବର୍ଷ ଚମ୍ପିଆନ୍ ହେଉ । କିନ୍ତୁ ମୋ ହୃଦହ ସର୍ବଦା ଥାଲା ଧୋନୀ(CSK) ସହ ରହିଛି । ଏହାଦ୍ୱାରା ସେ ମଧ୍ୟ ପରୋକ୍ଷ ଭାବରେ ଚେନ୍ନାଇକୁ ସମର୍ଥନ କରିଛନ୍ତି ।

ଆରସିବିକୁ ପରାସ୍ତ କରି ଚେନ୍ନାଇ ଟୁର୍ଣ୍ଣାମେଣ୍ଟରେ ଏକ ଦମଦାର ଏଣ୍ଟ୍ରି କରିଛି । ଅଧିନାୟକ ଏମ.ଏସ ଧୋନୀ ନେତୃତ୍ୱ ପଦରୁ ଇସ୍ତଫା ଦେବା ପରେ ଋତୁରାଜ ଗାଏକ୍ୱାଡ ପ୍ରଥମ ଥର ପାଇଁ ଅଦିନାୟକ ଦାୟିତ୍ୱ ନେଇଛନ୍ତି । ତେବେ ଅଧିନାୟକ ଭାବରେ ପ୍ରଥମ ମ୍ୟାଚରେ ବିଜୟ ହାସଲ କରିଛନ୍ତି ଋତୁରାଜ । ଏହାବରେ ମାର୍ଚ୍ଚ ୨୬ ତାରିଖରେ ଚେନ୍ନାଇ ପରବର୍ତ୍ତୀ ମ୍ୟାଚ୍ ଗୁଜୁରାଟ ଟାଇଟାନ୍ସ ମୁହାଁମୁହିଁ ହେବ ।

Get real time updates directly on you device, subscribe now.