fbpx

ଏଥର ଦିନେ ନୁହେଁ, ଦୁଇ ଦିନ ପଡ଼ୁଛି ପବିତ୍ର ଜନ୍ମାଷ୍ଟମୀ… କେବେ ପାଳିବେ ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ?

ଓଡ଼ିଶା ଭାସ୍କର: ଚଳିତ ବର୍ଷ ଆସନ୍ତାକାଲି ଅର୍ଥାତ୍ ଅଗଷ୍ଟ ୨୬ ତାରିଖରେ ପଡୁଛି ଶ୍ରୀକୃଷ୍ଣଙ୍କ ଜନ୍ମ ଉତ୍ସବ ଜନ୍ମାଷ୍ଟମୀ । ସାରା ଦେଶ ଏହି ଦିନ ଜନ୍ମାଷ୍ଟମୀ ପାଳନ କରିବ । ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । କେବେ ପାଳିବେ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ? ଦୁଇ ଦିନ ପାଳନକୁ ନେଇ ଲୋକଙ୍କ ମଧ୍ୟରେ ଦେଖାଦେଇଛି ଦ୍ୱନ୍ଦ୍ୱ ।

ଚଳିତ ବର୍ଷ ଅଗଷ୍ଟ ୨୬ ତାରିଖରେ ପଡୁଛି ଜନ୍ମାଷ୍ଟମୀ । ସାରା ଦେଶ ଏହି ଦିନ ଜନ୍ମାଷ୍ଟମୀ ପାଳନ କରିବ । ହିନ୍ଦୁ ପାଞ୍ଜି ଅନୁସାରେ ଭାଦ୍ରବ ମାସ କୃଷ୍ଣପକ୍ଷର ଯେଉଁ ମଧ୍ୟ ରାତ୍ରରେ ଅଷ୍ଟମୀ ତିଥି ହୋଇଥାଏ ସେହି ରାତି ଏବଂ ତାହାର ପରଦିନକୁ ଜନ୍ମାଷ୍ଟମୀ ଭାବେ ପାଳନ କରାଯାଏ । ଏହି ଦୁଇଟିଯାକ ଦିନକୁ ହିଁ କୃଷ୍ଣଙ୍କ ଜନ୍ମଦିନ ବୋଲି ବିବେଚନା କରାଯାଏ । ଏହି ଦିନ ଭକ୍ତମାନେ କୃଷ୍ଣଙ୍କ ପାଇଁ ଉପାସ ରଖି ପୂଜାର୍ଚ୍ଚନା କରିଥାନ୍ତି । ଏ ବର୍ଷ ଅଧିକାଂଶ ଲୋକ ଅଗଷ୍ଟ ୨୬ ତାରିଖରେ ଜନ୍ମାଷ୍ଟମୀ ମନାଉଥିବା ବେଳେ କେହି କେହି ଅଗଷ୍ଟ ୨୭ ତାରିଖରେ ବି କୃଷ୍ଣ ଜନ୍ମ ପାଳନ କରୁଛନ୍ତି ।

ଚଳିତବର୍ଷ ଜନ୍ମାଷ୍ଟମୀ ଅଗଷ୍ଟ ୨୬ ଏବଂ ୨୭ ଦୁଇ ଦିନ ରହିଛି । ତେବେ ୨୬ ତାରିଖରେ ଅଷ୍ଟମୀ ତିଥି ଏବଂ ରୋହିଣୀ ନକ୍ଷତ୍ର ଉଭୟ ଯୋଗ ରହିଛି । କିନ୍ତୁ ସନାତନ ଧର୍ମରେ ଉଦୟା ତିଥିର ମାନ୍ୟତା ରହିଛି ଏବଂ ଏହା ଅଗଷ୍ଟ ୨୭ ତାରିଖରେ ପଡ଼ୁଛି । ତେଣୁ ଅଗଷ୍ଟ ୨୭ ତାରିକରେ ବ୍ରଜ ମଣ୍ଡଳରେ ବାଙ୍କେ ବିହାରୀ ମନ୍ଦିରରେ କୃଷ୍ଣ ଜନ୍ମାଷ୍ଟମୀ ପାଳନ କରାଯିବ ।

ଭାଦ୍ରବ ମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଲୀଳାମୟ ଭଗବାନ କୃଷ୍ଣ ଜନ୍ମଗ୍ରହଣ କରିଥିଲେ । ଯେତେବେଳେ ଅଧର୍ମ ବଢ଼ିବଢ଼ି ଚାଲିଥିଲା ସେତେବେଳେ ଭଗବାନ ଶ୍ରୀକୃଷ୍ଣ ମନୁଷ୍ୟ ରୂପରେ ଧରାବତରଣ କରିଥିଲେ । ସୁତରାଂ ପ୍ରବଳ ପ୍ରତାପୀ କଂସର ପ୍ରକୋପରେ ପୃଥିବୀ ପ୍ରକମ୍ପିତ ହେଉଥିଲା । ଅତିଶୟ ଅନ୍ୟାୟ, ଅଧର୍ମ, ଅତ୍ୟାଚାର ଓ ଅନୀତିରେ ଅତିଷ୍ଠ ଭୁମଣ୍ଡଳ । ଭଗିନୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ ବିବାହପରେ ବିଦାୟ ଦେବା ସମୟରେ ଶୁନ୍ୟବାଣୀ ହେଲା ‘ଦେବକୀର ଅଷ୍ଟମ ଗର୍ଭ ସନ୍ତାନ ତୋର ବିନାଶ କରିବ’ ।

ଶୂନ୍ୟବାଣୀରେ ଭୟଭୀତ କଂସ ଭଗିନୀ ଦେବକୀ ଓ ଭିଣୋଇ ବସୁଦେବଙ୍କୁ କାରଗାରରେ ବନ୍ଦୀକରି ଦେବକୀଙ୍କର ସମସ୍ତ ସନ୍ତାନମାନଙ୍କୁ ନିଧନ କରିବାକୁ ନିଷ୍ପତ୍ତି ନେଲେ । ଭାଦ୍ରକୃଷ୍ଣ ଅଷ୍ଟମୀ ମଧ୍ୟରାତ୍ର, ଦେବକୀଙ୍କର ଅଷ୍ଟମ ଗର୍ଭବେଦନା ଭେଦ କରି ଭୂମିଷ୍ଠ ହୋଇଥିଲେ ଭଗବାନ ବାସୁଦେବ(କୃଷ୍ଣ) । ଦୁରାଚାରୀ କଂସର ପ୍ରହରାରତ ବନ୍ଦୀଶାଳାରୁ ପୁତ୍ର ବାସୁଦେବଙ୍କୁ ରକ୍ଷା କରିବା ପାଇଁ ପିତା ବସୁଦେବ ମୁଣ୍ଡ ଉପରେ ଝୁଡି ମଧ୍ୟରେ ରଖି ବାହାରିଲେ ବନ୍ଧୁ ନନ୍ଦରାଜାଙ୍କ ଘରକୁ । ସେତେବେଳେ ଚାରି ମେଘ ଏକାଠି ହୋଇ ପ୍ରଚଣ୍ଡ ବିଜୁଳି ସହ ପ୍ରବଳ ବର୍ଷା ହୋଇଥିଲା ।

Get real time updates directly on you device, subscribe now.