fbpx

ସାବଧାନ! ଆଜିଠୁ ବଦଳିବ ଏହି ଟ୍ରାଫିକ ରୁଲ: ଖିଲାପ ହେଲେ ପୋଲିସର କାର୍ଯ୍ୟାନୁଷ୍ଠାନ

ଆଜିଠୁ ଟ୍ରାଫିକର କିଛି ନିୟମ ପରିବର୍ତ୍ତନ ହେବାକୁ ଯାଉଛି । ସାଧାରଣ ଲୋକଙ୍କ ସୁରକ୍ଷାକୁ ନେଇ ପୁଣି ନୂଆ ନିୟମ ଲାଗୁ କରିଛନ୍ତି ସରକାର । ତେବେ ପ୍ରଥମେ ସିଟ ବେଲ୍ଟ ଅପରେସନ ଉପରେ ଲୋକଙ୍କୁ ସତର୍କ କରାଇବା ଦିଗରେ ପଦକ୍ଷେପ ନିଆଯାଇଛି । ଆସନ୍ତା ୧୦ ଦିନ ମଧ୍ୟରେ ସମସ୍ତ ଯାତାୟତ ୟୁନିଟଗୁଡିକରେ ଗାଡିଚାଳକ ମାନଙ୍କୁ ସତର୍କ କରାଇବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ମୁମ୍ବାଇ ସରକାର । ଏହାପରେ ଯଦି ଏହି ନିୟମରେ କେହି ଚାଳକ ଖିଲାପ କରନ୍ତି ତେବେ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି ନିର୍ଦ୍ଦେଶ ଜାରି କରାଯାଇଛି । ତେବେ ଆସନ୍ତୁ ଜାଣିବା ଏହି ନୂଆ ନିୟମ ।

ସାରା ସହରର ଗାଡିଚାଳକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ବ୍ଲୁ ପିଣ୍ଟ ତିଆରି କରିଛନ୍ତି ସରକାର । ଏଥିପାଇଁ ୧୦ ଦିନ ମଧ୍ୟରେ ଲୋକଙ୍କୁ ସତର୍କ କରାଇବାକୁ କୁହାଯାଇଛି । ଏହି ଅପରେସନ ପାଇଁ ପୋଲିସ ଏବେ ସୋସିଆଲ ମିଡିଆରୁ ଆରମ୍ଭ କରି ରାସ୍ତାରେ ମଧ୍ୟ ଲୋକମାନଙ୍କୁ ସତର୍କ କରାଉଛି । ତେବେ କେବଳ ଗାଡି ଚାଳକ ନୁହେଁ, ଗାଡିର ପଛ ସିଟରେ ବସିଥିବା ପାସେଞ୍ଜରଙ୍କୁ ମଧ୍ୟ ସିଟ ବେଲ୍ଟ ପିନ୍ଧିବା ବାଧ୍ୟତାମୂଳକ ହୋଇଛି । ସେପଟେ ମୁମ୍ବାଇ ଟ୍ରାଫିକ ପୋଲିସ କହିଛନ୍ତି ଯେ, ଅଧିକାଂଶ ଗାଡିରେ ସିଟ ବେଲ୍ଟ ହିଁ ନାହିଁ । ତେଣୁ କାର୍ଯ୍ୟାନୁଷ୍ଠାନ ଦାବି କରିବା ଅପେକ୍ଷ ସଚେତନତା ସୃଷ୍ଟି କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ତେବେ ସଚେତନତା ପରେ ଆସନ୍ତା ୧୧ ତାରିଖରୁ ଗାଡିଚାଳକଙ୍କ ଉପରେ ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ।

ଆଜିଠାରୁ ପଛ ସିଟରେ ବସୁଥିବା ପାସେଞ୍ଜରଙ୍କୁ ମଧ୍ୟ ସିଟ ବେଲ୍ଟ ବାନ୍ଧିବା ବାଧ୍ୟାମୂଳକ କରି ଦିଆଯାଇଛି । ଦିଲ୍ଲୀର ଏନସିଆର ସମେତ ଅନେକ ସହରରେ ଏହି ନିୟମ ଲାଗୁ ହୋଇସାରିଛି । ତେବେ ଏହି ନିୟମ ଭଙ୍ଗ କଲେ ୧ ହଜାର ଟଙ୍କାର ଜରିମାନା ଆଦାୟ କରିବ ଟ୍ରାଫିକ ପୋଲିସ ।

Get real time updates directly on you device, subscribe now.