fbpx

ପୂର୍ଣ୍ଣ ପେନସନ୍ ପାଇଁ ଦାବୀ କଲା ଓଡ଼ିଶାର ଏହି ସଂଘ

ଭୁବନେଶ୍ୱର : ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନ୍‌ସନ୍‌ଭୋଗୀ କର୍ମଚାରୀ ପୂର୍ଣ୍ଣ ପେନସନ୍ ନିମନ୍ତେ ବାରମ୍ବାର ସରକାରଙ୍କୁ ଜଣାଇଲେ ସୁଦ୍ଧା କୌଣସି ସୁଫଳ ମିଳିପାରୁନାହିଁ । ତେଣୁ ଚକବନ୍ଦୀରେ କାର୍ଯ୍ୟକରିଥିବା ସମସ୍ତଙ୍କୁ ପୂର୍ଣ୍ଣ ପେନସନ ଦେବାକୁ ସରକାର ଯଥାଶୀଘ୍ର ନିଷ୍ପତ୍ତି ନିଅନ୍ତୁ । ଅନ୍ୟଥା ଆଗାମୀ ଦିନରେ ହଜାର ହଜାର ବୃଦ୍ଧ ଅବସରପ୍ରାପ୍ତ କର୍ମଚାରୀ ନବୀନ ନିବାସ ସମ୍ମୁଖରେ ଧାରଣା ଦେବେ ବୋଲି ଓଡ଼ିଶା ରାଜ୍ୟ ଚକବନ୍ଦୀ ଓ ବନ୍ଦୋବସ୍ତ ସ୍ୱଳ୍ପ ପେନସନ୍‌ଭୋଗୀ କର୍ମଚାରୀ ସଂଘ ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ ଜଣାଇଛନ୍ତି ।

ଏହି ସମ୍ମୀଳନୀରେ ସଭାପତି ରାମଚନ୍ଦ୍ର ରଣା କହିଥିଲେ ଯେ ରାଜ୍ୟରେ କୃଷି ଓ କୃଷକର ଉନ୍ନତି ପାଇଁ ରାଜ୍ୟ ସରକାର ୧୯୭୨-୭୩ ମସିହାରେ ଚକବନ୍ଦୀ କାର୍ଯ୍ୟକ୍ରମ ଆରମ୍ଭ କରିଥିଲେ । ଯୋଗ୍ୟତା ଭିତ୍ତିରେ ପରୀକ୍ଷା କରାଯାଇ, ବୈଷୟିକ କର୍ମଚାରୀ, ୪ର୍ଥ ଶ୍ରେଣୀ କର୍ମଚାରୀ ଓ କିରାଣୀମାନଙ୍କୁ ୩୦ ଏଚ୍‌ଆର ଜବ୍ କଣ୍ଟ୍ରାକ୍ଟ ଭାବେ ନିଯୁକ୍ତ ଦିଆଯାଇ ଚକବନ୍ଦୀ କାର୍ଯ୍ୟ କରାଯାଇଥିଲା । ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକ ୧୯୭୮ ମସିହାରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ ଭାବେ ଘୋଷଣା କଲେ । ମାତ୍ର ତାହା କାର୍ଯ୍ୟକାରୀ ହେଲା ନାହିଁ । ତେଣୁ ମାନ୍ୟବର ସୁପ୍ରିମକୋର୍ଟଙ୍କ ସିଭିଲ୍ ଏପିଏଲ ନଂ.୪୦୭/୯୩, ତା.୨୪.୦୪.୧୯୯୭ରେ ସମସ୍ତ କର୍ମଚାରୀଙ୍କୁ ସ୍ଥାୟୀ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ପରିଶେଷରେ ରାଜ୍ୟ ସରକାର ପର୍ଯ୍ୟାୟକ୍ରମେ ସ୍ଥାୟୀ କଲେ । ମାତ୍ର ପରିତାପର ବିଷୟ ଏହିକି ଯେ ସେମାନଙ୍କୁ ପୂର୍ଣ୍ଣ ଚାକିରୀ ଗଣନା କରାନଯାଇ ସର୍ବନିମ୍ନ ପେନସନ୍ ଟ.୩୫୦୦/-ଙ୍କା ଧାର୍ଯ୍ୟ କରାଗଲା । ବର୍ତ୍ତମାନ ପ୍ରାୟ ୧୦୦ରୁ ଉର୍ଦ୍ଧ୍ୱ ମକଦ୍ଦମା ଉଚ୍ଚ ନ୍ୟାୟାଳୟରେ ଆଦେଶ ହୋଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ ।

Get real time updates directly on you device, subscribe now.