fbpx

ବଢୁଥିବା ଓଜନ ପାଇଁ ଚିନ୍ତିତ କି? ଖାଆନ୍ତୁ ଏହି ପରିବା, କ୍ୟାନ୍ସର ବି ମାନିବ ହାର

ଓଡ଼ିଶା ଭାସ୍କର: ଭେଣ୍ଡିରୁ ଅନେକ ପ୍ରକାରର ଲାଭ ମିଳିଥାଏ । ଏହା ଏପରି ଏକ ପରିବା ଯାହାକୁ ଖାଇଲେ ଅନେକ ପ୍ରକାରର ରୋଗ ଦୂର ହୋଇଥାଏ । ଯଦି ଆପଣମାନେ ନିଜର ଓଜନ କମାଇବା ପାଇଁ ଚାହୁଁଛନ୍ତି ତାହେଲେ ନିଜ ଡାଏଟରେ ଭେଣ୍ଡିକୁ ମିଶାଇବା ଏକ ସହଜ ଉପାୟ । ଭେଣ୍ଡିରେ ଭରପୁର ମାତ୍ରାରେ ଭିଟାମିନ-ସି ରହିଥାଏ । ଯଦି ଜଣେ ପ୍ରତ୍ୟେକ ଦିନ ୧୦୦ ଗ୍ରାମର ଭେଣ୍ଡି ସେବନ କରେ, ତେବେ ତା’ର ଶରୀରରେ ଆବଶ୍ୟକ ଭିଟାମିନ-ସି ର ମାତ୍ରା ୩୮ ପ୍ରତିଶତ ପୂର୍ଣ୍ଣ ହେଇଯିବ । ତେଣୁ ଭେଣ୍ଡିରୁ ପୋଷକ ତତ୍ତ୍ୱ ମିଳିବା ସହ ଏହାର ସେବନ ଦ୍ୱାରା ଆପଣଙ୍କ ଶରୀରର ଓଜନ ନିୟନ୍ତ୍ରଣରେ ରହିବ । ସେହିପରି ସୁଗାର କଣ୍ଟ୍ରୋଲ କରିବାରେ ଭେଣ୍ଡିର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି ।

ଓଜନ କମାଇବାରେ ଭେଣ୍ଡି ଅତ୍ୟନ୍ତ ଲାଭଦାୟକ ପରିବା । ଏହି ପରିବାରେ ଫାଇବରର ମାତ୍ରା ଅଧିକ ଥିବାରୁ ଏହାକୁ ଖାଇବା ଦ୍ୱାରା ଓଜନ ନିୟନ୍ତ୍ରଣରେ ରହିଥାଏ । ଆପଣଙ୍କୁ ଭେଣ୍ଡିରେ କ୍ୟାଲୋରୀ ମିଳିବ ନାହିଁ, ଯାହା ଦ୍ୱାରା ଆପଣଙ୍କ ଓଜନ ନିୟନ୍ତ୍ରଣରେ ରହିବ ।

କ୍ୟାନ୍ସର ରୋଗୀଙ୍କ ପାଇଁ ଭେଣ୍ଡିର ଗୁରୁତ୍ତ୍ୱପୂର୍ଣ୍ଣ ଭୂମିକା ରହିଛି । କ୍ୟାନ୍ସର ରୋଗୀ ଯଦି ଏହି ପରିବାକୁ ନିଜ ଡାଏଟରେ ମିଶାନ୍ତି ତେବେ ପୀଡ଼ିତଙ୍କ ଶରୀରରେ ଥିବା କ୍ୟାନ୍ସରର ବିଷାକ୍ତ ତତ୍ତ୍ୱ ଦୂର ହୋଇଥାଏ । ତେଣୁ ଏହା କ୍ୟାନ୍ସର ରୋଗୀଙ୍କ ପାଇଁ ଏକ ଉପଯୋଗୀ ପରିବା ।

ଏହା ବ୍ୟତୀତ ଡାଇବେଟିଜର ରୋଗୀଙ୍କ ପାଇଁ ଭେଣ୍ଡି ବରଦାନ ସ୍ୱରୂପ । ଡାଇଭେଟିଜ ରୋଗୀ ଯଦି ଏହି ପରିବା ଡାଏଟରେ ସାମିଲ କରନ୍ତି ସେମାନଙ୍କର ବ୍ଲଡ ସୁଗାର ନିୟନ୍ତ୍ରଣରେ ରହିବ । କିନ୍ତୁ ଯେଉଁମାନେ ଗମ୍ଭୀର ଡାଇଭେଟିଜ ସମସ୍ୟାରେ ଥିବେ, ସେମାନେ ଡାକ୍ତରଙ୍କ ପରାମର୍ଶ ନେଇ ଭେଣ୍ଡି ଖାଇବା ଆବଶ୍ୟକ । ଯାହାଦ୍ୱାରା ଆପଣ ସୁସ୍ଥ ଅନୁଭବ କରି ପାରିବେ ।

Get real time updates directly on you device, subscribe now.