fbpx

କେବଳ ଏହି ସୁନ୍ଦରୀ ପାଇଁ କାଙ୍ଗାଳ ହୋଇଗଲେ ମୋଗଲ ବାଦଶାହ: ଲୁଟ ହୋଇଗଲା ସାମ୍ରାାଜ୍ୟ

ନୂଆଦିଲ୍ଲୀ: ଦିଲ୍ଲୀର ଲାଲ ବଙ୍ଗଳା ବିଷୟରେ ତ ଆପଣ ନିଶ୍ଚୟ ଜାଣିଥିବେ । କିନ୍ତୁ ଦେଶର ଅନ୍ୟ ଅଞ୍ଚଳର ଲୋକେ ବୋଧହୁଏ ଏହା ଉପରେ ବିଶେଷ କିଛି ଜାଣି ନଥିବେ । ତେବେ ଇତିହାସକାରମାନେ ଏହି ବଙ୍ଗଳା ଉପରେ କିଛି ନା କିଛି ଜ୍ଞାନ ଆହରଣ କରିଥିବେ । ମୋଗଲ ସମୟରେ ଏହି ବଙ୍ଗଳା ଖୁବ ଚର୍ଚ୍ଚାରେ ରହିଥିଲା । ଏହାକୁ ଲାଲ କୁଅଁର ବା ମକବରା ବୋଲି ମଧ୍ୟ କୁହାଯାଏ ।

ତେବେ ଲାଲ କୁଅଁର ହେଉଛନ୍ତି ସେହି ସୁନ୍ଦରୀ, ଯାହାଙ୍କର ମୋଗଲ ସମୟରେ ଥିଲା ଏକ ସ୍ୱତନ୍ତ୍ର ପରିଚୟ । ସେହି ସମୟରେ ଦିଲ୍ଲୀରେ ଏମିତି ଜଣେ କେହି ନଥିଲେ ଯିଏ ଲାଲ କୁଅଁରକୁ ଜାଣି ନଥିଲେ । ମୋଗଲ ବାଦଶାହ ଜହାନ୍ଦର ଶାହ ଲାଲ କୁଅଁରକୁ ନିଜର ରାଣୀ ବନେଇଥିଲେ । ତେବେ ଜହାନ୍ଦରଙ୍କୁ ରାଗାଦିରୁ ଅଧିକ ଲାଲ କୁଅଁର ପସନ୍ଦ ଥିଲେ ବୋଲି ମଧ୍ୟ କୁହାଯାଏ । ତେଣୁ ସେ ଲାଲ କୁଅଁରର ଜୀବନ ସମ୍ପୂର୍ଣ୍ଣ ବଦଳାଇ ଦେଇଥିଲେ । ଭୋଗ-ବିଳାସରେ ବ୍ୟସ୍ତ ରଖୁଥିବା ବେଳେ ଉଭୟଙ୍କ ସମ୍ପର୍କ ସବୁଆଡେ ବ୍ୟାପି ଯାଇଥିଲା । ଜହାନ୍ଦର ସର୍ବଦା ସୁନ୍ଦରୀ ମହିଳାଙ୍କ ଭିତରେ ରହୁଥିବା କୁହାଯାଏ । ଉଭୟ ଅଧିକାଂଶ ସମୟ ମଦ ନିଶାରେ ବୁଡି ରହୁଥିଲେ । ଯାହାର ଫାଇଦା ଉଠାଇ ଜହାନ୍ଦର ଶାହଙ୍କ ସିଂହାସନ ଛଡାଇ ନିଆଯାଇଥିଲା ଏବଂ ରାଜ୍ୟ ମଧ୍ୟ ଲୁଣ୍ଠନ ହୋଇଥିଲା । ଏହାପରେ ଜହାନ୍ଦର ଶାହଙ୍କୁ ହତ୍ୟା କରି ଦିଆଯାଇଥିଲା ।

ଜହାନ୍ଦରଙ୍କ ହତ୍ୟା ପରେ ଲାଲ କୁଅଁରର ଜୀବନ ନଷ୍ଟ ହୋଇଗଲା ଏବଂ ସେ ମୃତ୍ୟୁ ପର୍ଯ୍ୟନ୍ତ ଗୋଟିଏ କୋଠରୀ ଭିତରେ ବନ୍ଦୀ ରହିଥିଲା । କିନ୍ତୁ ମୋଗଲ ବାଦଶାହଙ୍କୁ ସେ କାଙ୍ଗାଳ କରିବା ପରିସ୍ଥିତିରେ ଆଣି ପହଞ୍ଚାଇ ଦେଇଥିଲା ବୋଳଇ କୁହାଯାଏ । ଇତିହାସକାରୀ ଏହା ମଧ୍ୟ କୁହନ୍ତି ଯେ, ଲାଲ କୁଅଁରକୁ ଭତ୍ତା ଆକାରରେ ପ୍ରତି ମାସ ୨ କୋଟି ଟଙ୍କା ଦିଆଯାଉଥିଲା । ଜହାନ୍ଦରଙ୍କ ହତ୍ୟା ପରେ ଲାଲ କୁଅଁରକୁ ସୁହାଗପୁରାରେ ରଖାଯାଇଥିଲା । ଏଠାରେ ବିଧବାମାନଙ୍କୁ ରଖାଯାଇଥାଏ ।

Get real time updates directly on you device, subscribe now.