fbpx

କେବଳ ବିବାହିତ ପୁରୁଷ ସହ ସମ୍ପର୍କ ରଖନ୍ତି ଏହି ମହିଳା, ପତ୍ନୀ ନୁହେଁ ପ୍ରେମିକା ହେବାର ସଉକ୍

ଆଜିକାଲି ସମାଜରେ ପୁରୁଷ ବା ମହିଳା ବାହାଘର ପରେ ପରକୀୟା ପ୍ରୀତି ରଖୁଥିବା ମାମଲା ସାମ୍ନାକୁ ଆସୁଛି । ଏଭଳି ସ୍ଥିତିରେ ଏଭଳି ଜଣେ ମହିଳାଙ୍କ ବିଷୟରେ ଜଣାପଡିଛି, ଯାହାକୁ ବିବାହିତ ପୁରୁଷଙ୍କ ସହିତ ସମ୍ପର୍କ ରଖିବାକୁ ଭଲ ଲାଗେ । ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ କି, ଏହି ମହିଳା ପୁରୁଷମାନଙ୍କୁ ବିବାହ କରିବାକୁ ଆଗ୍ରହୀ ନାହାନ୍ତି କିମ୍ବା ସେ ସେମାନଙ୍କର ପତ୍ନୀ ହେବାକୁ ବି ଚାହିଁନ୍ତି ନାହିଁ । ଏହି ମହିଳା ବେକଳ ବିବାହିତ ପୁରୁଷମାନଙ୍କ ପ୍ରେମିକା ହେବାକୁ ଚାହାଁନ୍ତି ।

ତେବେ ଇଂଲଣ୍ଡରେ ରହୁଥିବା ଗ୍ନେନେଥ ଲି ନାମକ ମହିଳାଙ୍କୁ ବିବାହିତ ପୁରୁଷଙ୍କ ସହ ରୋମାନ୍ସ କରିବାକୁ ପସନ୍ଦ । ସେ କହିଛନ୍ତି ଯେ, ତାଙ୍କ ବିବାହିତ ପ୍ରେମିକଙ୍କ ପତ୍ନୀମାନେ ତାଙ୍କୁ କଲ୍ କରି ଡାକନ୍ତି । ସେମାନେ ନିଜ ସ୍ୱାମୀଙ୍କ ଅବସ୍ଥା ବିଷୟରେ କୁହନ୍ତି ଓ ନିଜ ସ୍ୱାମୀଙ୍କ ସହ ରୋମାନ୍ସ କରିବାକୁ ବାଧ୍ୟ କରନ୍ତି । ଗ୍ନେନେଥ ନିଜକୁ ସିରିୟଲ ଚିଟର ଡାକନ୍ତି । ଅନ୍ୟ ମହିଳାଙ୍କ ସ୍ୱାମୀଙ୍କ ରହିବାରେ ତାଙ୍କୁ କେବେ ବି ଦୁଃଖ ହୋଇନି ବୋଲି ସେ କହିଛନ୍ତି । ବରଂ ବିବାହିତ ପ୍ରେମିକଙ୍କ ପତ୍ନୀମାନେ ନିଜଆଡୁ ତାଙ୍କ ବାନ୍ଧବୀ ହୋଇଥାନ୍ତି ।

ରିପୋର୍ଟ ଅନୁସାରେ, ଗ୍ନେନେଥ ଲିଙ୍କ ବୟସ ୪୯ ବର୍ଷ ହୋଇଥିବା ବେଳେ ସେ କାଲିଫର୍ଣ୍ଣିଆ ଓ ଲଣ୍ଡନ ମଧ୍ୟରେ ଯାତ୍ରା କରନ୍ତି । ସେ କହିଛନ୍ତି ଯେ, ଥରେ ନିଶାସକ୍ତ ଜଣେ ମହିଳା ମୋତେ କଲ କରିଥିଲେ । ତାଙ୍କ ସ୍ୱାମୀଙ୍କୁ ଫୋନରୁ ସେ ମୋ ନମ୍ବର ପାଇଥିବା କହିଥିଲେ । ଫୋନରେ ତାଙ୍କ ପତ୍ନୀ ରାଗିବା ବଦଳରେ ମୋତେ ଡ୍ରିଙ୍କରେ ଡାକିଥିଲେ ଓ ସାଥିରେ ତାଙ୍କ ସ୍ୱାମୀ ମଧ୍ୟ ଆସିଥିଲେ ।’

ବିବାହିତ ପ୍ରେମିକମାନଙ୍କ ଅନେକ ସ୍ୱାମୀ ଗ୍ନେନେଥଙ୍କୁ ‘ସ୍ୱାମୀ ଚୋରି କରୁଥିବା ମହିଳା’ ବୋଲି ଡାକନ୍ତି । କିନ୍ତୁ ଏଥିରେ ଗ୍ନେନେଥଙ୍କୁ କୌଣସି ଫରକ୍ ପଡୁନାହିଁ । ସେ କେବଳ ବିବାହିତ ପୁରୁଷମାନଙ୍କ ସହ ସମ୍ପର୍କ ରଖିବାକୁ ଚାହାଁନ୍ତି । ଲି କହିଛନ୍ତି ଯେ, ଅନେକ ପୁରୁଷ ନିଜ ବିବାହିତ ଜୀବନରେ ବୋର୍ ହୋଇଯାଆନ୍ତି । ଏହା ପରେ ସେ ନ ଚାହିଁଲେ ବି ଘର ବାହାରେ ସମ୍ପର୍କ ରଖିଥାନ୍ତି । ଏପରି ପୁରୁଷଙ୍କ ସହ ସେ ସମ୍ପର୍କ ରଖିଥାନ୍ତି, ଯାହାଫଳରେ ତାଙ୍କର ବାହାଘର ଭାଙ୍ଗିବାରୁ ରକ୍ଷାପାଇଯାଏ ।

Get real time updates directly on you device, subscribe now.