fbpx

‘ଟିକନେବା ପରେ ବାହୁବଳୀ ହେଲେ ୪୦ କୋଟି’- ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ

ନୂଆଦିଲ୍ଲୀ: ମୌସୁମୀ ଅଧିବେଶନରେ ଭାଗ ନେବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସୋମବାର ସଂସଦରେ ପହଞ୍ଚିଛନ୍ତି । ଏହି ସମୟରେ ସାମ୍ବାଦିକମାନଙ୍କୁ ଏକ ସଂକ୍ଷିପ୍ତ ସମ୍ବୋଧନରେ ପ୍ରଧାନମନ୍ତ୍ରୀ ଦେଶରେ ଚାଲିଥିବା ଟିକାକରଣ ବିଷୟରେ ଉଲ୍ଲେଖ କରିଛନ୍ତି। ଏହି ସମୟରେ ସେ କହିଥିଲେ ଯେ, ସମସ୍ତେ ଟିକା ନିଅନ୍ତୁ । କିନ୍ତୁ ଟିକା ନେବା ପରେ ବି କୋଭିଡ୍ ର ସମସ୍ତ ପ୍ରେ।।ଟୋକଲ୍ କୁ ମାନନ୍ତୁ । ସେ ଆହୁରି ମଧ୍ୟ କହିଥିଲେ ଯେ, “ଟିକାକୁ ଯେହେତୁ ବାହୁରେ ନିଆଯାଇଥାଏ(ହାତ), ତେଣୁ ଯିଏ ଏହାକୁ ନେବେ ସେମାନେ ବାହୁବଳୀ ହୋଇଯିବେ । କୋଭିଡ୍ ବିରୋଧ ଲଢ଼େଇରେ ୪୦ କୋଟିରୁ ଅଧିକ ଲୋକ ଟିକା ନେଇ ବାହୁବଳୀ ହୋଇଯାଇଛନ୍ତି” ।

ଏହି ସମୟରେ ପ୍ରଥମ ଦିନରୁ ହିଁ ବିରୋଧୀ ମାନେ ସରକାରଙ୍କୁ ଘେରିଥିବା ଦେଖିବାକୁ ମିଳିଛି । ବିଭିନ୍ନ ପ୍ରସଙ୍ଗକୁ ନେଇ କେନ୍ଦ୍ର ସରକାରଙ୍କୁ ଘେରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ମନ୍ତ୍ରୀପରିଷଦରେ ସାମିଲ ହୋଇଥିବା ନୁତନ ସଦସ୍ୟଙ୍କ ପରିଚୟ କରାଇନଥିଲେ । ତା ବଦଳରେ ସେ ସେମାନଙ୍କ ତାଲିକାକୁ ଲୋକସଭାର ଅଧ୍ୟକ୍ଷଙ୍କୁ ଧରାଇଦେଇଥିଲେ । ଅନ୍ୟପଟେ ସାଂସଦ ମାନେ ଅଭିନେତା ଦିଲ୍ଲୀପ କୁମାର ଏବଂ କିମ୍ବଦନ୍ତୀ ଧାବକ ମିଲ୍ଖା ସିଂଙ୍କୁ ଶ୍ରଦ୍ଧାଞ୍ଜଳୀ ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.