fbpx

(Video) ଅବତରଣ ପୂର୍ବରୁ ଇଣ୍ଡିଗୋ ଫ୍ଲାଇଟକୁ ମିଳିଲା ବୋମା ଆକ୍ରମଣର ଧମକ

Advertisement

ନୂଆଦିଲ୍ଲୀ: ଦିଲ୍ଲୀରୁ ବାରଣାସୀ ଯାଉଥିବା ଇଣ୍ଡିଗୋ ଫ୍ଲାଇଟକୁ ବୋମା ପକାଇ ଉଡାଇଦେବା ଧମକ ମିଳିଛି । ସଂଗେ ସଂଗେ ବିମାନକୁ ରନୱେରେ ଅଟକା ଗଲା ଏବଂ ସମସ୍ତ ଯାତ୍ରୀମାନଙ୍କୁ ତୁରନ୍ତ ଏଥିରୁ ସୁରକ୍ଷିତ ଭାବେ ବାହାର କରାଗଲା ।

ବିମାନକୁ ସକାଳ ୫ଟା ୪ ମିନିଟରେ ଦିଲ୍ଲୀର ଟି୨ ଟର୍ମିନାଲରୁ ବନାରସ ପାଇଁ ଟେକଅଫ କରିବାକୁ ଥିଲା । ହେଲେ ବୋମା ବିସ୍ଫୋରଣର ଧମକ ମିଳିବା ପରେ ଯାତ୍ରୀମାନଙ୍କୁ ବାହାରକୁ ବାହାର କରାଯାଇଥିଲା । ଏହାପରେ ଫ୍ଲାଇଟରେ ଯାଞ୍ଚ ପାଇଁ ଏୟାରପୋର୍ଟରେ ଆଇସୋଲେସନକୁ ନିଆଯାଇଥିଲା । ଘଟଣାସ୍ଥଳରେ ବୋମା ସ୍କ୍ୱାଡ ଟିମ ଏବଂ ସିଆଇଏସଏଫକୁ ଡକା ଯାଇଥିଲା । ଫ୍ଲାଇଟର ଯାଞ୍ଚ କରିବା ପରେ ଅଧିକାରୀମାନେ କହିଛନ୍ତି ଯେ, ଏହା ଗୁଜବ ଅଟେ ।

ଇଣ୍ଡିଗୋ ଫ୍ଲାଇଟରୁ ଯାତ୍ରୀମାନେ ବାହାରି ଭିଡିଓ ସାମ୍ନାକୁ ଆସିଛି । ଏଥିରେ ଦେଖିପାରୁଥିବେ ଯେ, ଲୋକମାନେ ଏମରର୍ଜେନ୍ସି ଗେଟରୁ ବାହାରୁଛନ୍ତି । ଏଥିରେ ଦେଖାଯାଉଛି ଯେ, ଯାତ୍ରୀମାନେ ବିମାନରୁ ଭୟଭୀତ ହୋଇ ବାହାରୁଛନ୍ତି । ଏହି ତରବରିଆରେ କିଛି ଲୋକ ଝରକା ପଟେ ବାହାରୁଥିବାର ମଧ୍ୟ ଦେଖିବାକୁ ମିଳୁଛି ।

Get real time updates directly on you device, subscribe now.