fbpx

IGI ଏୟାରପୋର୍ଟକୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ, ୨ ଯାତ୍ରୀ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀ ସ୍ଥିତ ଇନ୍ଦିରା ଗାନ୍ଧୀ ଆନ୍ତର୍ଜାତୀୟ(IGI) ବିମାନବନ୍ଦରକୁ ବୋମାରେ ଉଡ଼ାଇବା ନେଇ ଧମକ ମିଳିଥିବା ଖବର ସାମ୍ନାକୁ ଆସିଛି । ତେବେ ଧମକ ଦେଇଥିବା ଦୁଇ ଜଣ ଯାତ୍ରୀଙ୍କୁ ଦିଲ୍ଲୀ ପୋଲିସ ଗିରଫ କରିଛି । ସୂଚନାରୁ ପ୍ରକାଶ ଏପ୍ରିଲ ୫ରେ IGI ଏୟାରପୋର୍ଟରେ ବିମାନରେ ଯିବା ପୂର୍ବରୁ ଯାତ୍ରୀଙ୍କ ଯାଞ୍ଚ ହେଉଥିଲା । ଏହି ସମୟରେ ୨ ଯାତ୍ରୀ IGI ଏୟାରପୋର୍ଟକୁ ପରମାଣୁ ବୋମାରେ ଉଡ଼ାଇ ଦେବା ନେଇ ଧମକ ଦେଇଥିଲେ । ଏହା ପରେ ଘଟଣାସ୍ଥଳରେ ଉତ୍ତେଜନା ଦେଖାଦେଇଥିଲା । ଏନେଇ ଦିଲ୍ଲୀ ପୋଲିସ ଏପ୍ରିଲ ୮କୁ ସୂଚନା ଦେଇଛି ।

ଦିଲ୍ଲୀ ପୋଲିସ ସୂତ୍ରରୁ ପ୍ରକାଶ ଯେ ଏପ୍ରିଲ ୫କୁ IGI ଏୟାରପୋର୍ଟରେ ଯାତ୍ରୀଙ୍କ ଯାଞ୍ଚ ସମୟରେ ୨ ଜଣ ଯାତ୍ରୀ ସିକ୍ୟୁରିଟି ଷ୍ଟାଫକୁ ବିମାନବନ୍ଦରକୁ ପରମାଣୁ ବୋମାରେ ଉଡ଼ାଇ ଦେବା ପାଇଁ ଧମକ ଦେଇଥିଲେ । ଖବର ପାଇ ଦିଲ୍ଲୀ ପୋଲିସ ଆଲର୍ଟ ମୋଡରେ ଆସିଥିଲା । ଏୟାରପୋର୍ଟ ଥାନରେ ୨ ଯାତ୍ରୀଙ୍କ ବିରୋଧରେ ଧାରା ୧୮୨/୫୦୫(୧)ବି ଅନ୍ତର୍ଗତ ମାମଲା ରୁଜୁ ହୋଇଛି । ଦେଶର ସବୁଠାରୁ ବ୍ୟସ୍ତବହୁଳ ଏବଂ ବିଶ୍ୱର ଅନେକ ପ୍ରମୁଖ ସହର ସହ ସଂଯୋଗ କରିଥାଏଲ IGI ଏୟାରପୋର୍ଟ । ଏନେଇ ଏଏନଆଇ ‘ଏକ୍ସ’ରେ ଏକ ପୋଷ୍ଟ ଶେୟାର କରିଛି ।

Get real time updates directly on you device, subscribe now.