ରାଷ୍ଟ୍ରପତିଙ୍କୁ ଭେଟିଲେ CDS ଏବଂ ତିନି ସେନାର ମୁଖ୍ୟ
CDS ଅନିଲ ଚୌହାନ ଓ ୩ ସେନାର ମୁଖ୍ୟ ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅପେରସନ୍ ସିନ୍ଦୂର ବାବଦରେ କରିଛନ୍ତି ଅବଗତ
ଓଡିଶାଭାସ୍କର: ଅପରେସନ ସିନ୍ଦୁର ଦ୍ୱାରା ଅନେକ ଆତଙ୍କବାଦୀ ଏବଂ ସେମାନଙ୍କର ଅଡ୍ଡା ଧ୍ୱଂସ ହୋଇଛି। ତା ସହିତ ପାକିସ୍ତାନର ବହୁତ କ୍ଷୟକ୍ଷତି ମଧ୍ୟ ହୋଇଛି। ଏହି ଅପରେସନ ସଫଳ ହୋଇଥିବାରୁ CDS ଅନିଲ ଚୌହାନ ଓ ୩ ସେନାର ମୁଖ୍ୟ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଭେଟି ଅପରେସନ ସିନ୍ଦୁର ବିଷୟରେ ଅବଗତ କରାଇଛନ୍ତି।
ସେନା ଯେଉଁପରି ଭାବେ ଆକ୍ରମଣ କରି ଅପରେସନକୁ ସଫଳ କରାଇଛନ୍ତି ସେଥିପାଇଁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ସଶସ୍ତ୍ର ବାହିନୀର ସାହସ ଓ ସମର୍ପଣକୁ ପ୍ରଶଂସା କରିଛନ୍ତି।