fbpx

HDFC, ICICI ଓ Axis Bank ଉପରେ କେନ୍ଦ୍ର ସରକାରଙ୍କ ମୋହର: ବିଦେଶୀ ହତିଆର କିଣିବା ପାଇଁ ଅର୍ଥ ପ୍ରଦାନ କରିବେ ୩ଟି ବ୍ୟାଙ୍କ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ତିନି ସେନାରୁ ବିଦେଶୀ ହତିଆର ମୁକ୍ତ କରିବାକୁ ଚାହୁଁଛନ୍ତି । ତେବେ ଏହା ମଧ୍ୟରେ ପାଖାପାଖି ୭୦ ପ୍ରତିଶତ ପ୍ରତିରକ୍ଷା ଅସ୍ତ୍ରଶସ୍ତ୍ରର ସ୍ୱଦେଶୀକରଣ କରାଯାଇଛି । ବିଦେଶରି ଅସ୍ତ୍ରଶସ୍ତ୍ର କିଣିବା ପାଇଁ ଅର୍ଥ ଖର୍ଚ୍ଚ କରିବାକୁ କେନ୍ଦ୍ର ସରକାର ୩ଟି ବ୍ୟାଙ୍କକୁ ମଞ୍ଜୁରୀ ଦେଇଛନ୍ତି । ଦେଶରେ କେବଳ ସରକାରୀ ବ୍ୟାଙ୍କ ଜରିଆରେ ପ୍ରତିରକ୍ଷା ହରିଆର କିଣାର ପେମେଣ୍ଟ କରାଯିବ ।

ତେବେ ଏହି କାର୍ଯ୍ୟ ପାଇଁ ସରକାର ଏଚଡିଏଫସି ବ୍ୟାଙ୍କ, ଆଇସିଆଇସିଆଇ ବ୍ୟାଙ୍କ ଓ ଆକ୍ସିସ ବ୍ୟାଙ୍କକୁ ଦାୟିତ୍ୱ ଦେଇଛନ୍ତି । କେନ୍ଦ୍ର ସରକାରଙ୍କ ତରଫରୁ ଅନୁମୋଦନ ମିଳିବା ପରେ ବ୍ୟାଙ୍କଗୁଡ଼ିକ ଅସ୍ତ୍ରକିଣାର ଆର୍ଥିକ ସେବା ପ୍ରଦାନ କରିପାରିବେ । ଡିଫେନ୍ସ ଡିଲର ପେମେଣ୍ଟ ପାଇଁ କ୍ରେଡିଟ ଲେଟର୍ସ ଜାରି କରାଯିବ ଅଥବା ସିଧାସଳଖ ବ୍ୟାଙ୍କ ଜରିଆରେ ଟ୍ରାନ୍ସଫର କରାଯିବ ।

ଏକ ରିପୋର୍ଟ ମୁତାବକ, କିଛି ମନୋନୀତ ବ୍ୟାଙ୍କକୁ ୨ ହଜାର କୋଟି ପର୍ଯ୍ୟନ୍ତ ଡିଫେନ୍ସ କାରବାର ପାଇଁ କ୍ରେଡିଟ ଲେଟର୍ସ ଜାରି ପାଇଁ ଅନୁମତି ଦିଆଯିବ । ଅନୁମତି ଅନୁଯାୟୀ ବ୍ୟାଙ୍କମାନେ ପ୍ରତ୍ୟେକ ବର୍ଷ ପୁଞ୍ଜି ଓ ରାଜସ୍ୱ କ୍ଷେତ୍ରରେ ୬୬୬ କୋଟି ଟଙ୍କା ଆବଣ୍ଟିତ କରିବେ । ଏହି ପ୍ରାଇଭେଟ ବ୍ୟାଙ୍କଗୁଡ଼ିକର ଫରଫର୍ମାନ୍ସ ଉପରେ ନିୟମିତ ଭାବେ କେନ୍ଦ୍ର ସରକାର ନଜର ରଖିବେ ।

Get real time updates directly on you device, subscribe now.