Chhattisgarh Maoists Encounter: ପୋଲିସ-ମାଓ ଗୁଳିବିନିମୟ, ୩ ମାଓବାଦୀ ନିହତ

ଦନ୍ତେୱାଡ଼ା ଓ ବିଜାପୁର ଜିଲ୍ଳା ସୀମାନ୍ତରେ ଏନ୍‌କାଉଣ୍ଟର ।

ନୂଆଦିଲ୍ଲୀ: ଛତିଶଗଡ଼ରେ ପୁଣି ଥରେ ସୁରକ୍ଷା ବାହିନୀ ଏବଂ ମାଓବାଦୀଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । ଏଥିରେ ସୁରକ୍ଷାକର୍ମୀଙ୍କୁ ଏକ ବଡ଼ ସଫଳତା ମିଳିଛି ।

ଖବର ଅନୁସାରେ, ମାଓବାଦୀଙ୍କ ସହ ଏହି ଏନକାଉଣ୍ଟର ଦାନ୍ତେୱାଡାରେ ହୋଇଥିଲା । ପ୍ରାରମ୍ଭିକ ରିପୋର୍ଟ ଅନୁଯାୟୀ, ସୁରକ୍ଷା ବାହିନୀ ସହ ଏନକାଉଣ୍ଟରରେ ଏପର୍ଯ୍ୟନ୍ତ 3 ଜଣ ମାଓବାଦୀ ନିହତ ହୋଇଛନ୍ତି ।

ଜଣେ ପୋଲିସ ଅଧିକାରୀ କହିଛନ୍ତି ଯେ ସକାଳ ପ୍ରାୟ ୮ଟା ସମୟରେ ଦାନ୍ତେୱାଡା ଏବଂ ବିଜାପୁର ଜିଲ୍ଲାର ସୀମାନ୍ତ ଜଙ୍ଗଲରେ ସୁରକ୍ଷା କର୍ମୀଙ୍କ ଏକ ଦଳ ନକ୍ସଲ ବିରୋଧୀ ଅଭିଯାନରେ ବାହାରିଥିବା ବେଳେ ଗୁଳିବିନିମୟ ହୋଇଥିଲା।

ଘଟଣାସ୍ଥଳରୁ ତିନି ଜଣ ନକ୍ସଲଙ୍କ ମୃତଦେହ ସହିତ ବନ୍ଧୁକ ଏବଂ ବିସ୍ଫୋରକ ଜବତ କରାଯାଇଛି ବୋଲି ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି । ସେ ଆହୁରି ମଧ୍ୟ କହିଛନ୍ତି ଯେ ଅଞ୍ଚଳରେ ଅପରେସନ୍ ଜାରି ରହିଛି ।

ଗତ କିଛି ମାସ ମଧ୍ୟରେ, ଛତିଶଗଡ଼ରେ ନକ୍ସଲ ବିରୋଧୀ ଚାଲିଥିବା ଅପରେସନରେ ସୁରକ୍ଷା ବାହିନୀ ଅନେକ ବଡ଼ ସଫଳତା ହାସଲ କରିଛି । ଚଳିତ ବର୍ଷ ୧୦୦ ରୁ ଅଧିକ ନକ୍ସଲ ନିହତ ହୋଇଛନ୍ତି । ମାର୍ଚ୍ଚ 20 ତାରିଖରେ, ରାଜ୍ୟର ବିଜାପୁର ଏବଂ କାଙ୍କେର ଜିଲ୍ଲାରେ ଦୁଇଟି ଏନକାଉଣ୍ଟରରେ ସୁରକ୍ଷା ବାହିନୀ 30 ଜଣ ନକ୍ସଲଙ୍କୁ ହତ୍ୟା କରିଥିଲେ ।