ବର୍ଷର ପ୍ରଥମ ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ସଫଳତା; ଟଳିଲେ 3 ଆତଙ୍କୀ, ସାମିଲ ଥିଲେ ଓଡିଶା ପୋଲିସ

ଛତିଶଗଡରେ ଏନକାଉଣ୍ଟର । ସୁରକ୍ଷାକର୍ମୀଙ୍କ ଗୁଳିରେ ଟଳିଲେ 3 ଆତଙ୍କୀ ।

ନୂଆଦିଲ୍ଲୀ: ଛତିଶଗଡର ଗରିଆବନ୍ଧ ଜିଲ୍ଲାର ଇନ୍ଦାଗାଓଁ ପୋଲିସ ଷ୍ଟେସନ ଅଞ୍ଚଳରେ ସୁରକ୍ଷା ବାହିନୀ ଏବଂ ନକ୍ସଲମାନଙ୍କ ମଧ୍ୟରେ ଏନକାଉଣ୍ଟର ହୋଇଛି । କାଣ୍ଡେଶ୍ୱର ଗ୍ରାମରେ ବସ୍ତର ବାଟାଲିୟନ ଏବଂ ନକ୍ସଲମାନଙ୍କ ମଧ୍ୟରେ ହୋଇଥିବା ଏନକାଉଣ୍ଟରରେ ସୁରକ୍ଷାକର୍ମୀଙ୍କୁ ବଡ ସଫଳତା ମିଳିଛି । ଏହି ଏନକାଉଣ୍ଟରରେ 3 ଜଣ ଆତଙ୍କୀ ଟଳି ପଡିଥିବା ସୂଚନା ରହିଛି ।

ଏନକାଉଣ୍ଟରରେ ଓଡିଶା ପୋଲିସ ସାମିଲ- ତେବେ ଏନକାଉଣ୍ଟର ନେଇ ଗରିଆବନ୍ଧ ପୋଲିସ ଅଧୀକ୍ଷକ ନିଖିଲ ରାଖେଚା ନିଶ୍ଚିତ କରିଛନ୍ତି । କିନ୍ତୁ ସୂଚନା ଅନୁସାରେ, ଏହି ଏନକାଉଣ୍ଟରରେ ଓଡିଶା ପୋଲିସ ମଧ୍ୟ ସାମିଲ ରହିଛି । ଏନକାଉଣ୍ଟର ସ୍ଥଳରୁ ଏକ ବନ୍ଧୁକ ଜବତ କରାଯାଇଛି । ବର୍ତ୍ତମାନ ସର୍ଚ୍ଚ ଅପରେସନ ଜାରି ରହିଛି ।

2025ର ପ୍ରଥମ ଏନକାଉଣ୍ଟର-  ଛତିଶଗଡରେ 2025 ବର୍ଷର ଏହା ହେଉଛି ପ୍ରଥମ ମୁକାବିଲା ।  2024 ମସିହାରେ ଛତିଶଗଡର ନକ୍ସଲ ସାମ୍ନାରେ ସୁରକ୍ଷା ବାହିନୀ ମଧ୍ୟ ବଡ଼ ସଫଳତା ହାସଲ କରିଛି । ସୁରକ୍ଷାବଳ କର୍ମଚାରୀମାନେ କ୍ରମାଗତ ଭାବରେ ପ୍ରମୁଖ ନକ୍ସଲ ଅପରେସନ୍ କରୁଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ମଧ୍ୟ 2024 ମସିହାରେ ଛତିଶଗଡ ଗସ୍ତ ସମୟରେ କହିଥିଲେ, ଛତିଶଗଡ 31 ମାର୍ଚ୍ଚ 2026 ସୁଦ୍ଧା ନକ୍ସଲବାଦରୁ ସମ୍ପୂର୍ଣ୍ଣ ମୁକ୍ତ ହେବ ।