fbpx

ଜମ୍ମୁ ସୁରକ୍ଷାବାହିନୀଙ୍କ ଗୁଳିରେ ଟଳିଲେ ୩ ଆତଙ୍କୀ

ଜମ୍ମୁ: ଜାମ୍ମୁରେ ସୁରକ୍ଷା ବାହିନୀଙ୍କୁ ମିଳିଛି ବଡ଼ ସଫଳତା । ଗତ କିଛିଦିନ ହେବ ଜମ୍ମୁ-କଶ୍ମୀରର ବିଭିନ୍ନ ଅଞ୍ଚଳରେ ଆତଙ୍କାବାଦୀମାନେ ଆକ୍ରମଣ ଜାରି ରହିଛି । ତେଣୁ ସୁରକ୍ଷା ବାହିନୀ ସେ ସ୍ଥାନରେ ଏକଦମ ଆଲର୍ଟ ରହିଛନ୍ତି । ଇତି ମଧ୍ୟରେ ସେମାନେ ଅନେକ ଆତଙ୍କବାଦୀଙ୍କୁ ମାରି ଗଡାଇଛନ୍ତି । ତେବେ ଏହି ପରିପ୍ରେକ୍ଷୀରେ ଜାମ୍ମୁ କାଶ୍ମୀରରେ ଅବନ୍ତିପୋରାର ନାଗବେରନ ତ୍ରାଲ ଜଙ୍ଗଲ ୩ ଆତଙ୍କବାଦୀ ନିହତ ହୋଇଛନ୍ତି । ସୁରକ୍ଷାକର୍ମୀଙ୍କ ଗୁଳିରେ ଜୈସ-ଏ-ମହମ୍ମଦର ୩ଜଣ ଆତଙ୍କବାଦୀ ନିହତ ହୋଇଛନ୍ତି । ଗତକାଲି ବି ଅବନ୍ତିପୁରାଠାରେ ସେନା ଗୁଳିରେ ହିଁଜବୁଲ ମୁଜାହିଦ୍ଦିନ ଆତଙ୍କବାଦୀ ଗୋଷ୍ଠୀର ୨ଜଣ ଆତଙ୍କବାଦୀ ପ୍ରାଣ ହରାଇଥିଲେ ।

ଭାରତୀୟ ସୁରକ୍ଷା ବିଭାଗକୁ ଗୁଇନ୍ଦା ସୂଚନା ମିଳିଥିଲା କି, ପୁଲୱାମା ଅବନ୍ତିପୋରାର ନାଗବେରିୟନ ଅଞ୍ଚଳରେ କିଛି ଆତଙ୍କବାଦୀ ଲୁଚି ରହିଛନ୍ତି । ଏହି ସୂଚନା ଆଧାରରେ ସୁରକ୍ଷା ବଳ ପୁରା ଅଞ୍ଚଳକୁ ଘେରାଉ କରିଥିଲା । ଏହାପରେ ଆତଙ୍କବାଦୀମାନଙ୍କୁ ଆତ୍ମସମର୍ପଣ କରିବାକୁ କୁହାଯାଇଥିଲା । ମାତ୍ର ସେମାନେ ତାହା କରିବା ପରିବର୍ତ୍ତେ ଯବାନମାନଙ୍କ ଉପରକୁ ଗୁଳି ଚଳାଇଥିଲେ । ଉଭୟଙ୍କ ମଧ୍ୟରେ ଗୁଳି ବିନିମୟ ଭିତରେ ୩ ଜଣ ଆତଙ୍କବାଦୀ ମୃତ୍ୟୁବରଣ କରିଛନ୍ତି ।

Get real time updates directly on you device, subscribe now.