ଆସୁଛି ନୂଆବର୍ଷ : ବର୍ଷଯାକ ମା’ଲକ୍ଷ୍ମୀଙ୍କ କୃପା ପାଇବାକୁ ଘରୁ ଫିଙ୍ଗି ଦିଅନ୍ତୁ ଏହି ଜିନିଷ

ନୂଆବର୍ଷ ୨୦୨୫କୁ ଆଉ ଅଳ୍ପ ଦିନ ବାକି ଅଛି । ନୂଆବର୍ଷରେ ମା’ଲକ୍ଷ୍ମୀଙ୍କ କୃପା ଓ ଶୁଭଫଳ ପ୍ରାପ୍ତି ପାଇଁ ବାସ୍ତୁର କିଛି ନିୟମ ପ୍ରତି ଧ୍ୟାନ ଦିଅନ୍ତୁ । ନଚେତ୍‌ ଜୀବନରେ ସମସ୍ୟା ଦେଖାଦେଇଥାଏ । ବାସ୍ତୁ ଦୋଷ ମଧ୍ୟ ସୃଷ୍ଟି ହୋଇଥାଏ । ବାସ୍ତୁ ଅନୁଯାୟୀ ଘରେ ଥିବା କିଛି ଜିନିଷକୁ ନୂଆବର୍ଷ ପୂର୍ବରୁ ଘରୁ କାଢି ଫିଙ୍ଗି ଦିଅନ୍ତୁ । ଘରକୁ ପରିଷ୍କାର ରଖନ୍ତୁ । ଘରେ ଥିବା କିଛି ଜିନିଷ କାରଣରୁ ନକରାତ୍ମକ ଶକ୍ତି ଘରେ ପ୍ରବେଶ କରିଥାଏ । ଫଳରେ ଉନ୍ନତିରେ ବାଧା ସହ ଟଙ୍କା ଅଭାବ ଲାଗି ରହିଥାଏ । ଜାଣନ୍ତୁ କେଉଁ କେଉଁ ଜିନିଷକୁ ଘରୁ କାଢି ଫିଙ୍ଗିବେ..

ଭଙ୍ଗା ବାସନ- ଘରେ ଯଦି ଭଙ୍ଗାତୁଟା ବାସନ ରହିଛି, ତେବେ ଏହାକୁ ନୂଆବର୍ଷ ପୂର୍ବରୁ କାଢି ଫିଙ୍ଗି ଦିଅନ୍ତୁ । ନଚେତ୍‌ ଏହା ବାସ୍ତୁ ଦୋଷ ସୃଷ୍ଟି କରିବା ସହ ଘରେ ଅର୍ଥହାନୀ ଓ ସମ୍ପର୍କରେ ତିକ୍ତତା ଆଣିଥାଏ । ଘରେ କଳହର କାରଣ ପାଲଟିଥାଏ ।

ପୁରୁଣା ଘଣ୍ଟା – ଘଣ୍ଟା ସମୟର ପ୍ରତୀକ । ଘରେ କଦାପି ଭଙ୍ଗା କିମ୍ବା ଖରାପ ହୋଇ ଯାଇଥିବା ଘଣ୍ଟା ରଖନ୍ତୁ ନାହିଁ । ଏହା ଜୀବନରେ ଉନ୍ନତିରେ ବାଧା ଆଣିଥାଏ । ଏହାକୁ ସଜାଡନ୍ତୁ କିମ୍ବା ଫିଙ୍ଗି ଦିଅନ୍ତୁ ।

ନକରାତ୍ମକ ଫଟୋ ଚିତ୍ର- ଘରେ ଥିବା ଯୁଦ୍ଧ, ନକରାତ୍ମକ ଭାବନା ଆଦି ଚିତ୍ରକୁ ରଖନ୍ତୁ ନାହିଁ । ନଚେତ୍‌ ମାନସିକ ଅଶାନ୍ତି ସହ ଘରେ କଳହ ଲାଗି ରହିଥାଏ ।

ଶୁଖିଯାଇଥିବା ଗଛ- ଘରେ ଶୁଖିଯାଇଥିବା ଗଛକୁ ରଖନ୍ତୁ ନାହିଁ । ଏହାଦ୍ୱାରା ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ଭଙ୍ଗା ଆଇନା, କାଚ- ଘରେ ଏହାକୁ ରଖିବା ଅଶୁଭ ବୋଲି କୁହାଯାଏ । ଏହାଦ୍ୱାରା ଧନହାନୀ ଓ ପରିବାରରେ ଅଶାନ୍ତି ହୋଇଥାଏ ।

ଅବ୍ୟବହୃତ ଜିନିଷ- ଘରେ ବ୍ୟବହାର ହେଉନଥିବା ଜିନିଷକୁ ମଧ୍ୟ ରଖନ୍ତୁ ନାହିଁ । ଯେପରି ଖରାପ ହୋଇଯାଇଥିବା ବୈଦୁତିକ ଜିନିଷ, ପୁରୁଣା ପୋଷାକ, ଭଙ୍ଗା ଚେୟାର ଆଦି ।

ଜୋତା-ଚପଲ- ପୁରୁଣା ଓ ଛିଣ୍ଡା ଜୋତା-ଚପଲକୁ ଘରେ ରଖନ୍ତୁ ନାହିଁ । ଏହା ଦ୍ୱାରା ଅଯଥାରେ ଟଙ୍କା ଖର୍ଚ୍ଚ ହେବା ସହ ଧନର ଅଭାବ ଲାଗି ରହିଥାଏ । ବାସ୍ତୁ ଦୋଷ ସୃଷ୍ଟି ହୋଇଥାଏ ।

ଘରକୁ ନୂଆବର୍ଷ ପୂର୍ବରୁ ଭଲ ଭାବେ ସଫା ରଖନ୍ତୁ । ନଚେତ୍‌ ନକରାତ୍ମକ ଶକ୍ତି ପ୍ରବେଶ କରିଥାଏ ।
ପୁରୁଣା ଭଙ୍ଗା ବୈଦ୍ୟୁତିକ ଜିନିଷ ମଧ୍ୟ ଘରେ ରଖନ୍ତୁ ନାହିଁ ।

ଘରେ ଭଗବାନଙ୍କ ଭଙ୍ଗା ମୂର୍ତ୍ତି, ଚିରି ଯାଇଥିବା ଫଟୋ ଆଦି ରଖିବା ଅଶୁଭ । ତେଣୁ ଏହାକୁ ପାଣିରେ ବିସର୍ଜନ କରନ୍ତୁ ।