fbpx

ବିବାହରେ ବିଳମ୍ବ ହେଉଥିଲେ ଗୁରୁବାର କରନ୍ତୁ ଏହି ଉପାୟ…ଶୀଘ୍ର ମିଳିବ ଶୁଭ ଖବର

Advertisement

ଓଡ଼ିଶା ଭାସ୍କର: ବିବାହ ଏକ ପବିତ୍ର ବନ୍ଧନ । ପୁଅ ହୁଅନ୍ତୁ କିମ୍ବା ଝିଅ, ବିବାହ ବୟସ ହେଲେ ସମସ୍ତେ ମନଲାଖି ଜୀବନସାଥୀଟିଏ ପାଇଁ ଆଶାୟୀ ଥାନ୍ତି । କିନ୍ତୁ ଅଧିକାଂଶ କ୍ଷେତ୍ରରେ କେତେ ଜଣଙ୍କର ବିବାହ ଶୀଘ୍ର ହୋଇଯାଉଥିବା ବେଳେ ଆଉ କେତେ ଜଣଙ୍କ ବିବାହରେ ବିଳମ୍ବ ହୋଇଥାଏ । ଏହାର ଅନେକ କାରଣ ଥାଇ ପାରେ ଯେପରି ବିବାହ ଯୋଗ ନଫିଟିବା, ଗ୍ରହ ଦୋଷ, ମାଙ୍ଗଳିକ ଦୋଷ ଇତ୍ୟାଦି । ଏଥିପାଇଁ ଅନେକ ସମୟରେ ପରିବାରରେ କଳହ ଲାଗି ରହିଥାଏ । ବିଶେଷ କରି ଏହା ପୁଅ ଝିଅମାନଙ୍କ ମାନସିକ ସ୍ଥିତି ଉପରେ ପ୍ରଭାବ ପକାଇଥାଏ । ଜ୍ୟୋତିଷ ଶାସ୍ତ୍ରରେ ଏହି ସମସ୍ୟାର ସମାଧାନ ପାଇଁ କେତେ ଗୁଡ଼ିକ ଉପାୟ ଆପଣାଇବା ଦ୍ୱାରା ବିବାହ ମାର୍ଗରେ ଆସୁଥିବା ସବୁ ବାଧାବିଘ୍ନ ଦୂର ହେବା ସହ ବିବାହ ସଂଯୋଗ ସ୍ଥାପନ ହୋଇଥାଏ । ତେବେ ଆସନ୍ତୁ ଜାଣିବା ଗରୁବାର ଦିନ କେଉଁ ଉପାୟ କରିବା ଫଳପ୍ରଦ ହୋଇଥାଏ:

୧. ଜ୍ୟୋତିଷ ଶାସ୍ତ୍ରରେ ହଳଦୀର ସମ୍ବନ୍ଧ ଗ୍ରହ ସହ ଜଡ଼ିତ । ତେଣୁ ବିଶେଷ କରି ଗୁରୁବାର ଦିନ ଜଳରେ ଚିମୁଟାଏ ହଳଦୀ ମିଶାଇ ସ୍ନାନ କରିବା ଦ୍ୱାରା ବିବାହ ମାର୍ଗରେ ଦେଖାଯାଉଥିବା ଦୂରତା ଶୀଘ୍ର ହ୍ରାସ ପାଇଥାଏ ଏବଂ ଶୁଭ ସଂକେତ ମିଳିଥାଏ ।

୨. ଗରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରିବା ଉଚିତ । ଏହା ଦ୍ୱାରା ସକାରାତ୍ମକ ଉର୍ଜ୍ଜା ପ୍ରାପ୍ତ ହୋଇଥାଏ । ଗରୁବାର ଦିନ ହଳଦିଆ ବସ୍ତ୍ର ପରିଧାନ କରିବା ଉଚିତ । ଏହା ଏହା ଭଗବାନ ବିଷ୍ଣୁଙ୍କର ପ୍ରିୟ ରଂଗ ହୋଇଥିବାରୁ ତାଙ୍କର ବିଶେଷ କୃପା ଲାଭ ହୋଇଥାଏ ।

୩. ବିବାହରେ ବିଳମ୍ବ ହେଉଥିବା ପୁଅ ଝିଅମାନଙ୍କୁ ଦୁଇ ବାହୂରେ ଛୋଟ ଶୁଖିଲା ହଳଦୀ ଖଣ୍ଡ ବାନ୍ଧନ୍ତୁ ନଚେତ ହଳଦିଆ କପଡ଼ାରେ ହଳଦୀ ଖଣ୍ଡକୁ ବାନ୍ଧି ତକିଆ ତଲେ ରଖି ଦେଲେ ଶୀଘ୍ର ବିବାହ ସଂଯୋଗ ସ୍ଥାପନ ହୋଇଥାଏ ।

୪. ଜ୍ୟୋତିଷ ଶାସ୍ତ୍ରରେ ଦେବଗୁରୁ ବୃହସ୍ପତିଙ୍କୁ ବିବାହର କାରକ ବୋଲି ବିବେଚନା କରାଯାଇଛି । ତେଣୁ ଗୁରୁବାର ଦିନ ବ୍ରତ ରଖିବା ସହ କଦଳୀ ଗଛର ପୂଜାର୍ଚ୍ଚନା କରିବାର ବିଶେଷ ମହତ୍ୱ ରହିଛି । ତେବେ ୯ କିମ୍ବା ୧୧ଟି ଗୁରୁବାର ପର୍ଯ୍ୟନ୍ତ ବ୍ରତ ରଖିବା ଶୁଭ ଫଳ ଦେଇଥାଏ ।

୫. ଗୁରୁବାର ହଳଦିଆ ଜିନିଷ ଯେପରି ଚଣା ଡ଼ାଲି, ଗୁଡ଼, କଦଳୀ ଇତ୍ୟାଦି ଗରିବକୁ ଦାନ କରନ୍ତୁ । ଏହା ବ୍ୟତୀତ ଚଣା ଏବଂ ଗୁଡ଼ କିମ୍ବା ଅଟା ଗୁଳା କରି ସେଥିରେ ଟିକେ ହଳଦୀ ଲଗାଇ ଗାଈକୁ ଦେଇପାରିବେ ।

୬. ଗୁରୁବାର ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ପୂଜାର୍ଚ୍ଚନା କରିବାର ବିଶେଷ ମହତ୍ୱ ରହିଛି । ଏହି ଦିନ ପ୍ରାତଃରୁ ସ୍ନାନାଦି କାର୍ଯ୍ୟ ଶେଷ କରି ଭଗବାନ ବିଷ୍ଣୁ ଏବଂ ମାତା ଲକ୍ଷ୍ମୀଙ୍କ ଫଟୋ ସାମ୍ନାରେ ‘ଓଁ ଲକ୍ଷ୍ମୀ ନାରାୟଣାୟ ନମଃ’ ମନ୍ତ୍ରର ଶୁଦ୍ଧ ମନରେ ୧୧ ଥର ଜାପ କରନ୍ତୁ । ୩ ମାସ ପର୍ଯ୍ୟନ୍ତ ନିୟମିତ ଭାବେ ଏହି ଉପାୟ କରିବା ଶୁଭ ଫଳ ଦେଇଥାଏ ।

ତେବେ କୌଣସି ଜିନିଷ ଚମତ୍କାର ଭାବେ ହୋଇନଥାଏ । ଏଥିପାଇଁ ଟିକେ ଧୈର୍ଯ୍ୟର ଆବଶ୍ୟକତା ରହିଛି । ଏହି ସବୁ ଉପାୟ କରିବା ସମୟରେ ପୁଅ ଝିଅମାନେ ଚିନ୍ତାମୁକ୍ତ ଏବଂ ଖୁସି ରହିବା ଦ୍ୱାରା ଜୀବନରେ ସକାରାତ୍ମକ ପ୍ରଭାବ ପଡ଼ିଥାଏ ।
ରିବେ ।

Get real time updates directly on you device, subscribe now.