fbpx

ଥାଇରଏଡ ଅଭାବରୁ ହୋଇଥାଏ ଏହି ସମସ୍ୟା: ଜାଣନ୍ତୁ ଏହାକୁ ବୃଦ୍ଧି କରିବାର ଉପାୟ

ଆମ ଶରୀରରେ ଏପରି କିଛି ଜିନିଷ ରହିଛି ଯାହାର ଅଭାବରୁ ଅନେକ ସମସ୍ୟା ହୋଇଥାଏ । ସେହିପରି ଯଦି ଏହି ଜିନିଷ ଅଧିକ ମାତ୍ରାରେ ରହିବ ଏହା ମଧ୍ୟ ସମସ୍ୟା ସୃଷ୍ଟି କରିବ । ତେବେ ଏହି ସବୁ ଜିନିଷ ମଧ୍ୟରି ଗୋଟିଏ ହେଉଛି ଥାଇରଏଡ୍ । ଯାହାର ଅଭାବ ହେଲେ ଚିଡିଚିଡା ପଣ ଏବଂ ବ୍ୟସ୍ତତା ପରି ସମସ୍ୟା ଦେଖା ଦେଇଥାଏ । କାରଣ ଥାଇରଏଡ୍ ହେଉଛି ଆମ ଶରୀରରେ ଏକ ଗୁରୁତ୍ୱପୂର୍ଣ୍ଣ ହରମୋନ୍ । ଯାହା ଦ୍ୱାରା ଆମେ ଅନେକ ପ୍ରକାର ଶାରୀରିକ କାର୍ଯ୍ୟକଳାପ କରିବାକୁ ସମକ୍ଷ ହୋଇଥାନ୍ତି । ତେବେ ଆମ ହୃତପିଣ୍ଡ, ହଜମ ପ୍ରକ୍ରିୟା ଏବଂ ମସ୍ତିଷ୍କ କାର୍ଯ୍ୟ ପାଇଁ ଥାଇରଏଡ ହରମୋନର ଆବଶ୍ୟକତା ରହିଥାଏ । ଏତି ସହିତ ଏହା ଶରୀରରେ ଥିବା ଶକ୍ତିକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ତେବେ ଏହି ଥାଇରଏଡ ହରମୋନ ଅଭାବ ସାଧାରଣତ ୬୦ବର୍ଷ ବୟସରୁ ଅଧିକ ଲୋକଙ୍କ ଶରୀରରେ ଦେଖାଦେଇଥାଏ । କିନ୍ତୁ ଆଜିକାଲିର ଅସ୍ୱାସ୍ଥ୍ୟକର ପରିବେଶ ଏବଂ ବିଭିନ୍ନ କରାଣ ହେତୁ ଏହା ଯୁବପିଡିମାନଙ୍କ ଶରୀରରେ ମଧ୍ୟ ଦେଖାଦେଉଛି । ତେହେ ଏହି ଥାଇରଏଡ୍ ହରମୋନ ଅଭାବରୁ କ୍ରୋଧ, ଚାପ, ଅସ୍ଥିରତା ଭଳି ମାନସିକ ସମସ୍ୟା ସୃଷ୍ଟି ହୋଇଥାଏ । ଯାହାଫଳରେ ଏହା ବ୍ୟକ୍ତିର ଜୀବନ ଶୈଳି ଉପରେ ପ୍ରଭାବ ପକାଇଥାଏ । ତେବେ ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଥାଇରଏଡ ହରମୋନ୍ ଅଭାବର ଲକ୍ଷଣ କଣ ଏବଂ ଏହାକୁ କେଉଁ ଉପାୟରେ ବୃଦ୍ଧି କରାଯାଇପାରିବ ।

ଥାଇରଏଡ ଅଭାବର ଲକ୍ଷଣ:

ଥକ୍କାପଣ ଏବଂ ଓଜନ ବୃଦ୍ଧି: ହେଲ୍ଥଲାଇନ ଖବର ଅନୁଯାୟୀ, ଥାଇରଏଡର ଅଭାବ ହେତୁ ଶରୀରରେ ପ୍ରାୟତ ଥକ୍କାପଣ ଦେଖାଦେବା ସହ ଏକ ଅସାଧାରଣ ଉପାୟରେ ଓଜନ ବୃଦ୍ଧି ହୋଇଥାଏ । ବିଭିନ୍ନ ଲୋକଙ୍କଠାରେ ଏହାର ଭିନ୍ନ ଭିନ୍ନ ଲକ୍ଷଣ ଦେଖାଦେଇଥାଏ । ଯୁବକମାନଙ୍କ ଓଜନ ବୃଦ୍ଧି ଥାଇରଏଡ ଅଭାବର ପ୍ରଥମ ଲକ୍ଷଣ ଭାବରେ ବିବେଚନା କରାଯାଏ ।

ମାନସିକ ସମସ୍ୟା: ଥାଇରଏଡ୍ ହରମୋନ୍ ଅଭାବରୁ ଉଦାସିନତା ପରି ଅନେକ ପ୍ରକାରର ମାନସିକ ସମସ୍ୟା ମଧ୍ୟ ଦେଖାଦେଇଥାଏ । ଯେଉଁ କାରଣରୁ ଜଣେ ବ୍ୟକ୍ତି ସର୍ବଦା ଅଶାନ୍ତ ଅନୁଭବ କରିଥାଏ ଏବଂ କିଛି କଥା ମନେ ରଖିବାରେ ତାଙ୍କୁ ସମସ୍ୟା ହୋଇଥାଏ ।
ଏହା ବ୍ୟତୀତ ଏହି ହରମୋନ ଅଭାବରୁ ଶୁଖିଲା ଚର୍ମ, କୋଷ୍ଠକାଠିନ୍ୟ, ହୃଦସ୍ପନ୍ଦନ ହ୍ରାସ, ବ୍ଲଡ କୋଲେଷ୍ଟ୍ରଲ ବୃଦ୍ଧି, ଶୁଖିଲା ଏବଂ ପତଳା କେଶ, ମାଂସପେଶୀ ଦୁର୍ବଳତା, ହାଡର କଠିନତା, ଗଣ୍ଠି ଯନ୍ତ୍ରଣା ଇତ୍ୟାଦି ସମସ୍ୟା ଦେଖାଦେଇଥାଏ ।

କିପରି କରିବେ ଥାଇରଏଡ୍ ବୃଦ୍ଧି:

ବିଭିନ୍ନ ପ୍ରକାର କାରଣ ହେତୁ ଥାଇରଏଡ୍ ହରମୋନର ଅଭାବ ଦେଖାଦେଇଥାଏ । କିନ୍ତୁ ଯଦି ଅଳ୍ପ ବୟସରେ ଏହି ଥାଇରଏଡ୍ ହରମୋନର ଅଭାବ ଦେଖାଦିଏ ତେବେ ଏହା ଆୟୋଡିନ୍ ଅଭାବରୁ ହିଁ ହୋଇଥାଏ । ଏଥିପାଇଁ ଆୟୋଡିନ୍ ସମୃଦ୍ଧ ଜିନିଷଗୁଡ଼ିକୁ ଟିକେ ଅଧିକ ମାତ୍ରାରେ ସେବନ କରନ୍ତୁ । କିନ୍ତୁ ୫ ଗ୍ରାମରୁ ଅଧିକ ଆୟୋଡିନ୍ ଖାଇବା ଦ୍ୱାରା ଏହା ଶରୀର ପାଇଁ କ୍ଷତିକାରକ ହୋଇପାରେ । ତେବେ କିଛି ସାମୁଦ୍ରିକ ଖାଦ୍ୟ ଏବଂ ଅଣ୍ଡା ଦ୍ୱାରା ଆୟୋଡିନ୍ ସ୍ତର ମଧ୍ୟ ବୃଦ୍ଧି କରାଯାଇପାରେ । ଏହା ସତ୍ତେ୍ୱ ଯଦି ଥାଇରଏଡ୍ ନିୟନ୍ତ୍ରଣ ନଥାଏ, ତେବେ ଡାକ୍ତରମାନଙ୍କ ପରାମର୍ଶ ନେଇ ଔଷଧ ସେବନ କରନ୍ତୁ ଥାଇରଏଡରେ ମାନସିକ ସମସ୍ୟାରୁ ରକ୍ଷା ପାଇବା ପାଇଁ ଧ୍ୟାନ କରିବା ଉଚିତ୍ ।

Get real time updates directly on you device, subscribe now.