fbpx

ଛେଳିକୁ ଝାମ୍ପି ନେଲା ହେଟା ବାଘ, ଆତଙ୍କିତ ଅବସ୍ଥାରେ ଗ୍ରାମବାସୀ

ବାଲିପାଟଣା,(ଭାସ୍କର ନ୍ୟୁଜ୍‌): ବାଲିାଟଣା ଥାନା ଅନ୍ତର୍ଗତ ମଝିହରା ଗ୍ରାମରେ ଏକ ହେଟା ବାଘ ବା ଗଧିଆ ଉକ୍ତ ଗ୍ରାମର ସଞ୍ଜୁ ଭୋଇଙ୍କ ଛେଳି ଗୋଠରୁ ଗୋଟିଏ ଛେଳି ଝାମ୍ପି ନେଇ ମାରିଦେଇଛି । ସ୍ଥାନୀୟ ଲୋକେ ହୋହାଲ୍ଲା କରିବାରୁ ଛେଳିକୁ ଛାଡି ବଣ ଭିତରକୁ ଚାଲି ଯାଇଥିବା ସୂଚନା ମିଳିଛି ।

ସୂଚନା ଅନୁସାରେ ମଝିହରା ଭୋଇ ସାହିର ଗାଁ ମୁଣ୍ଡ ରେ ସଞ୍ଜୁ ଭୋଇ ଛେଳି ଚରାଉଥିବା ବେଳେ ଅପରାହ୍ନ ପ୍ରାୟ ୧ ଟା ସମୟ ରେ ସ୍ଥାନୀୟ ବଣ ଭିତରୁ ହେଟା ବାଘ ବାହାରି ଗୋଟିଏ ଛେଳି ତଣ୍ଟିକୁ କାମୁଡି ଝାମ୍ପି ନେଇଥିଲା । ଲୋକେ ଦେଖି ପାଟି କରିବାରୁ ଛେଳି କୁ ଛାଡି ହେଟା ବାଘ ଚାଲି ଯାଇଥିଲା । ଠେଙ୍ଗା ବାଡ଼ି ଧରି ବଣରେ ପଶି ଛେଳିକୁ ଉଦ୍ଧାର କରିବା ସମୟରେ ଛେଳି ର ତଣ୍ଟିରୁ ରକ୍ତ ବୋହୁଥିଲା ଏବଂ ସେତେବେଳକୁ ଛେଳିର ମୃତ୍ୟୁ ହୋଇ ସାରିଥିଲା ।

ଘଟଣା ପ୍ରଚାର ହେବା ପରେ ଲୋକଙ୍କ ଭିଡ଼ ଜମିଥିଲା । ବାଘ ମାରିଥିବା ଶୁଣିବା ପରେ ସ୍ଥାନୀୟ ଅଞ୍ଚଳରେ ଆତଙ୍କ ଖେଳି ଯାଇଛି । ସନ୍ଧ୍ୟା ପରେ ତାଟି କବାଟ ପଡିଛି । ଗୃହ ପାଳିତ ପଶୁଙ୍କ ପ୍ରତି ଭୟ ଥିବା ସ୍ଥାନୀୟ ଅଞ୍ଚଳର ଲୋକଙ୍କ ମୁହଁରୁ ଶୁଣିବାକୁ ମିଳିଛି । ପ୍ରକାଶ ଥାଉ କି ଗତ ବର୍ଷ ଧାନହରା, ମଝିହରା ଅଞ୍ଚଳରେ ହେଟା ବାଘ ଓ ପାଦ ଚିହ୍ନ ଦେଖିଥିଲେ ।

Get real time updates directly on you device, subscribe now.