ଭଦ୍ରକ: ରାମନବମୀ ଉପଲକ୍ଷେ ଭଦ୍ରକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯିବ । ଏ ନେଇ ଭଦ୍ରକରେ କ୍ରାଇମବ୍ରାଞ୍ଚ ଡିଜିପି ପହଞ୍ଚିଛନ୍ତି ।
ବାଲେଶ୍ୱର ଏସପି, ଭଦ୍ରକ ଏସପି ସହରରେ ଶାନ୍ତି ଶୃଙ୍ଖଳାର ସହ ପୂଜା କରାଯିବା ନେଇ ଆଲୋଚନା କରିଛନ୍ତି ।
ପୂର୍ବାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଏ ନେଇ ସୂଚନା ଦେଇଛନ୍ତି । ଶାନ୍ତି ଶୃଙ୍ଖଳାରେ ରାମନବମୀ ପାଳନ ପାଇଁ ପଦକ୍ଷେପ ଗ୍ରହଣ କରାଯିବ ।
ସିସିଟିଭି ଓ ପାଟ୍ରୋଲିଂକୁ କଡ଼ାକଡ଼ି କରାଯାଇଛି । ଭଦ୍ରକ ଜିଲ୍ଲାରେ ମୁତୟନ ହେବ ୨୪ ପ୍ଲାଟୁନ୍ ପୋଲିସ ଫୋର୍ସ । ୩ କମ୍ପାନୀ ବିଏସଏଫ୍, ସିଆରପିଏଫ୍, ଆଇଏଫ୍ ନିୟୋଜିତ କରାହେବେ ।
ସେହିପରି ବାଲେଶ୍ୱରରେ ୧୭ ପ୍ଳାଟୁନ ପୋଲିସ ଫୋସ ମୁତୟନ କରାଯିବେ ।