ଭୁବନେଶ୍ବର: ଶିମିଳିପାଳକୁ ଆସିଲା ଦ୍ଵିତୀୟ ବାଘୁଣୀ । ପ୍ରଥମ ବାଘୁଣୀ ଯମୁନାକୁ ଶିମିଳିପାଳ ଅଭୟାରଣ୍ୟରେ ମୁକ୍ତ ଭାବେ ଛାଡିବା ପରେ ଆଜି ମହାରାଷ୍ଟ୍ର ତାଡ଼ବା ଅନ୍ଧାରୀ ଟାଇଗର ରିଜର୍ଭରୁ ଆସି ମୟୂରଭଞ୍ଜ ପହଞ୍ଚିଛି ଆଉ ଏକ ବାଘୁଣୀ। ଗଙ୍ଗା ବର୍ତ୍ତମାନ ଶିମିଳିପାଳକୁ ଆସି ପହଞ୍ଚିଛି । ତେବେ କୋର୍ ଅଞ୍ଚଳରେ ଏକ ଏନକ୍ଲୋଜରରେ ବାଘୁଣୀକୁ ଛଡ଼ାଯାଇଛି । ତେବେ ଶିମିଳିପାଳରେ ରହିଥିବା ଯମୁନାକୁ ସାଥି ମିଳିଲା । 900 କିଲୋମିଟର ଦୂରରୁ ଆସି ବାଘୁଣୀ ଗଙ୍ଗା ଶିମିଳିପାଳରେ ପହଞ୍ଚିଛି । ମହାରାଷ୍ଟ୍ରର ତଡ଼ବା ଅନ୍ଧାରୀ ବ୍ୟାଘ୍ର ଅଭୟାରଣ୍ୟରୁ ଏକ ସ୍ବତନ୍ତ୍ର ଗାଡ଼ିରେ କଡ଼ା ସୁରକ୍ଷା ମଧ୍ୟରେ ବାଘୁଣୀକୁ ଅଣାଯାଇଛି । ପ୍ରକାଶଥାଉକି ଅକ୍ଟୋବର 28 ତାରିଖରେ ବାଘୁଣୀ ଯମୁନା ଆସିଥିଲା । 16 ଦିନର ବ୍ୟବଧାନ ପରେ ଦ୍ବିତୀୟ ବାଘୁଣି ଆସିଛି । ତେବେ ବାଘୁଣୀ ଯମୁନାର ବୟସ ୨ ବର୍ଷ ୫ ମାସ ହୋଇଥିବା ବେଳେ ଗଙ୍ଗାର ବୟସ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରାଯାଇ ନାହିଁ ।