ବଢ଼ିଲା ‘ସମର୍ଥ’ ଯୋଜନାର ସମୟସୀମା: ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତିକୁ ମିଳିବ ପ୍ରୋତ୍ସାହନ

ଭୁବନେଶ୍ୱର : ହସ୍ତଶିଳ୍ପ କ୍ଷେତ୍ରରେ ଦକ୍ଷତା ବୃଦ୍ଧି ଏବଂ ନିଯୁକ୍ତି ସୁଯୋଗ ସୃଷ୍ଟିକୁ ପ୍ରୋତ୍ସାହନ ଦେବା ଲକ୍ଷ୍ୟରେ କାର୍ଯ୍ୟକାରୀ ହେଉଥିବା ‘ସମର୍ଥ’ ଯୋଜନାର ସମୟସୀମାକୁ ଦୁଇ ବର୍ଷ ପର୍ଯ୍ୟନ୍ତ ବୃଦ୍ଧି କରାଯାଇଛି । ଚଳିତ ଏବଂ ଆଗାମୀ ଆର୍ଥିକ ବର୍ଷ ପାଇଁ ଏ ବାବଦରେ ୪୯୫ କୋଟି ଟଙ୍କା ବରାଦ କରାଯାଇଛି । ଏହି ଯୋଜନା ଅଧୀନରେ ହସ୍ତଶିଳ୍ପ କ୍ଷେତ୍ରରେ ୩ ଲକ୍ଷ ଲୋକଙ୍କୁ ତାଲିମ ପ୍ରଦାନର ଲକ୍ଷ୍ୟ ରଖାଯାଇଛି । ହସ୍ତଶିଳ୍ପ କ୍ଷେତ୍ରରେ କାର୍ଯ୍ୟ କରୁଥିବା ଘରୋଇ ଉଦ୍ୟୋଗଗୁଡ଼ିକୁ ମଧ୍ୟ ଏଥିରେ ସାମିଲ କରାଯାଇଛି ।

ହସ୍ତଶିଳ୍ପ ମନ୍ତ୍ରଣାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ, ଏହି ଯୋଜନା ଅଧୀନରେ ଇତିମଧ୍ୟରେ ୩ ଲକ୍ଷ ୨୭ ହଜାର ଇଚ୍ଛୁକ ବ୍ୟକ୍ତିଙ୍କୁ ତାଲିମ ପ୍ରଦାନ କରାଯାଇସାରିଛି । ସେମାନଙ୍କ ମଧ୍ୟରୁ ୨ ଲକ୍ଷ ୬୦ ହଜାର ବିଭିନ୍ନ କ୍ଷେତ୍ରରେ ନିଯୁକ୍ତ ହୋଇଛନ୍ତି । ମହିଳା ସଶକ୍ତିକରଣ ଲକ୍ଷ୍ୟରେ ଏହି ଯୋଜନା ଅଧୀନରେ ଏ ପର୍ଯ୍ୟନ୍ତ ୨ ଲକ୍ଷ ଅଣାନବେ ହଜାର ମହିଳାଙ୍କୁ ତାଲିମ ପ୍ରଦାନ କରାଯାଇସାରିଛି ବୋଲି ମନ୍ତ୍ରଣାଳୟ ସୂଚନା ଦେଇଛି ।

Get real time updates directly on you device, subscribe now.