fbpx

ଟ୍ରେନ୍ ଟ୍ରାକରେ ଥିଲା ଟାୟାର: କରମଣ୍ଡଳ ପରେ ଏଗମୋର ଏକ୍ସପ୍ରେସ ଉପରେ ଦୁର୍ଘଟଣାର ଛାୟା

ତ୍ରିଚି: ବର୍ତ୍ତମାନ ବାଲେଶ୍ୱର ବାହାନଗାରେ ହୋଇଥିବା ଟ୍ରେନ ଦୁର୍ଘଟଣା ମାମଲାକୁ ନେଇ ସାରା ଭାରତ ଶୋକ ପାଳନ କରୁଛି । ଏହି ଭୟଙ୍କର ଦୁର୍ଘଟଣାରେ ପ୍ରାୟ ୨୮୮ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦୦୦ରୁ ଅଧିକ ଯାତ୍ରୀ ଆହତ ହୋଇଛନ୍ତି । ତେବେ ଏହି ଦୁଃଖରୁ ବାହାରିବା ପୂର୍ବରୁ ଆଉ ଏକ ଟ୍ରେନ ଦୁର୍ଘଟଣାର ଖୁବ ନିକଟରୁ ରକ୍ଷା ପାଇଥିବା ଜଣାଯାଇଛି । ଏକ ବଡ ଟ୍ରେନ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତି ଯାଇଛି କନ୍ୟାକୁମାରୀ-ଚେନ୍ନାଇ ଏଗମୋର ଏକ୍ସପ୍ରେସ ।

ଏଗମୋର ଏକ୍ସପ୍ରେସ କ୍ଷେତ୍ରରେ ଏକ ସଡଯନ୍ତ୍ର କରି ଟ୍ରେନକୁ ଦୁର୍ଘଟଣାଗ୍ରସ୍ତ କରାଇବା ପାଇଁ ଚେଷ୍ଟା କରାଯାଉଥିଲା । ରେଳ ଧାରଣା ଉପରେ କିଛି ଟ୍ରକ ଟାୟର ରଖାଯାଇଥିବା ଦେଖାଯାଇଛି । ଯାହାଦ୍ୱାରା ଟ୍ରେନଟି ଲକ୍ଷ୍ୟଭ୍ରଷ୍ଟ ହୋଇ ଦୁର୍ଘଟରାର ଶିକାର ହେବ । ତ୍ରିଚିଠାରୁ ପ୍ରାୟ ୨୧ କି.ମି ଦୂର ସମୟପୁରମ୍ ନିକଟ ଟ୍ରାକରେ କିଛି କଳା ଜିନିଷ ଥିବା ଦେଖିଥିଲେ ଟ୍ରେନର ଲୋକୋ ପାଇଲଟ୍ ରଘୁରମଣ ଏବଂ ଆସିଷ୍ଟାଣ୍ଟ ଲୋକୋ ପାଇଲଟ୍ ବିନୋଦ । ତେବେ ପରେ ଏହା ଟ୍ରକ ଟାୟାର ବୋଲି ଜାଣିବାକୁ ପାଇଥିଲେ ସେମାନେ । ତେବେ ଟ୍ରାକ ଉପରେ ଟାୟାର ଥିବା ଦେଖି ଲୋକୋ ପାଇଲଟ ଗାଡିକୁ ଅଟକାଇଥିଲେ । କିନ୍ତୁ ଏହା ଭିତରେ ସେହି ଟ୍ରେନ ଟାୟାର ଉପରେ ଚଢି ସାରିଥିଲା ।

ତେବେ ଏହି ଘଟଣା ପରେ ଟ୍ରେନର ବିଦ୍ୟୁତ କନେକ୍ସନ ବାଧାପ୍ରାପ୍ତ ହେବାରୁ ଅଟକି ଯାଇଥିଲା ଏଗମୋ ଏକ୍ସପ୍ରେସ । ଏହାପରେ ଏହି ଘଟଣା ନେଇ ଲୋକୋ ପାଇଲଟ ଭାଲାଡି ଷ୍ଟେସନକୁ ଜଣାଇଥିଲେ । ଖବର ପାଇ ବୈଷୟିକ ଟିମ୍ ଏବଂ ପୋଲିସ ଘଟଣାସ୍ଥଳରେ ପହଞ୍ଚିବା ସହ ତ୍ରୁଟି ସଜାଡିବାରୁ ଟ୍ରେନଟି ଆଗକୁ ଗଡିଥିଲା । ତେବେ ଏହି କାଣ୍ଡ ମନ୍ଦ ଉଦ୍ଦେଶ୍ୟରେ କିଛି ଦୁର୍ବୃତ୍ତଙ୍କ ଦ୍ୱାରା ହୋଇଥିବା ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.