fbpx

ତିରୁପତି ଲଡୁକୁ ନେଇ ତୁଟିନି ଭକ୍ତଙ୍କ ଆସ୍ଥା, ଏବେ ବି ରେକର୍ଡ ସଂଖ୍ୟକ ବିକ୍ରି

ନୂଆଦିଲ୍ଲୀ : ତିରୁପତି ଲଡୁ ବିବାଦକୁ ନେଇ ସାରା ଦେଶରେ ରାଜନୈତିକ ଝଡ ଦେଖାଯାଇଛି । କେତେବେଳେ ପଶୁ ଚର୍ବି ତ ଆଉ କେତେବେଳେ ତମାଖୁ ମିସିଥିବା ଅଭିଯୋଗ ସାମ୍ନାକୁ ଆସୁଛି । ଏହି ମାମଲା ସୁପ୍ରିମକୋର୍ଟରେ ମଧ୍ୟ ପହଞ୍ଚିଲାଣି । କିନ୍ତୁ ବର୍ତ୍ତମାନ ମଧ୍ୟ ଭେଙ୍କେଟେଶ୍ବର ମହାପ୍ରଭୁଙ୍କ ଉପରେ ଭକ୍ତମାନଙ୍କ ଆସ୍ଥା ପୂର୍ବଭଳି ରହିଛି । ଏହାର ଜ୍ବଳନ୍ତ ଉଦାହଣ ହେଉଛି ଲଡୁ ବିକ୍ରି । ଏଭଳି ବିବାଦ ମଧ୍ୟରେ ଲଡୁ ବିକ୍ରିରେ କୌଣସି ବଡ ତଫାତ୍ ଦେଖିବାକୁ ମିଳିନାହିଁ । ଗତ 4 ଦିନ ମଧ୍ୟରେ 14 ଲକ୍ଷ ଲଡୁ ବିକ୍ରି ହୋଇଥିବା ସୂଚନା ରହିଛି ।

ଦିନକୁ 15 ଟନ୍ ଗାଈ ଘିଅ ବ୍ୟବହୃତ- ତିରୁପତି ମନ୍ଦିରର ଲଡୁ ବନ୍ଧୁ ଏବଂ ସମ୍ପର୍କୀୟଙ୍କୁ ଉପହାର ଦେବାର ଏକ ପରମ୍ପରା ରହିଛି । ଲଡୁ ତିଆରି କରିବା ପାଇଁ ପ୍ରତିଦିନ 15 ଟନ୍ ଘିଅ ବ୍ୟବହାର କରାଯାଏ । ଗତ 4 ଦିନ ମଧ୍ୟରେ ପ୍ରାୟ 14 ଲକ୍ଷ ଲଡୁ ବିକ୍ରି ହୋଇଛି । ମନ୍ଦିରରେ ଦୈନିକ 3 ଲକ୍ଷରୁ ଅଧିକ ଲଡୁ ତିଆରି କରାଯାଉଛି ଏବଂ ପ୍ରାୟ ସମାନ ସଂଖ୍ୟକ ଲଡୁ ମଧ୍ୟ ବିକ୍ରି ହେଉଛି  ।

ପ୍ରକାଶଥାଉକି, ତିରୁପତି ମନ୍ଦିରର ଲଡୁରେ ପଶୁ ଚର୍ବି ଏବଂ ମାଛ ତେଲ ବ୍ୟବହାର କରାଯାଉଥିବା ଜଣାପଡିବା ପରେ ସମଗ୍ର ଦେଶରେ ଆଲୋଡ଼ନ ଦେଖାଦେଇଛି । ପ୍ରସାଦକୁ ବ୍ୟଭିଚାର କରି ହିନ୍ଦୁମାନଙ୍କର ବିଶ୍ୱାସ ସହିତ ଖେଳାଯାଇଛି ବୋଲି ଅନେକ ଚର୍ଚ୍ଚା ହୋଇଛି । କିନ୍ତୁ ଭକ୍ତମାନଙ୍କ ଆସ୍ଥା ପୂର୍ବଭଳି ରହିଛି । ତିରୁପତି ମନ୍ଦିରର ପ୍ରଶାସନର କହିବା ଅନୁସାରେ, ସେପ୍ଟେମ୍ବର 19 ତାରିଖରେ 3.59 ଲକ୍ଷ , 20 ତାରିଖରେ 3.17 ଲକ୍ଷ, 21ରେ 3.67 ଲକ୍ଷ ଏବଂ ସେପ୍ଟେମ୍ବର 22 ତାରିଖରେ 3.60 ଲକ୍ଷ ଲଡୁ ବିକ୍ରି ହୋଇଛି । ତେବେ ବିକ୍ରିରୁ ଏହା ସ୍ପଷ୍ଟ ହେଉଛି ଯେ, ଭଗବାନଙ୍କ ପ୍ରସାଦ ଭକ୍ତଙ୍କ ପାଇଁ ବହୁମୂଲ୍ୟ ।

Get real time updates directly on you device, subscribe now.