fbpx

ରାଜ୍ୟରେ ଲାଗି ରହିଛି ପ୍ରବଳ ତାତି, ଟିଟିଲାଗଡ଼ରେ ରେକର୍ଡ ହେଲା ଚଳିତ ବର୍ଷର ସର୍ବୋଚ୍ଚ ତାପମାତ୍ରା

ଭୁବନେଶ୍ୱର: ଗତ କିଛି ଦିନ ହେବ ରାଜ୍ୟରେ ଭୀଷଣ ଗରମ ଲାଗି ରହିଛି । ପ୍ରବଳ ଖରା ସାଙ୍ଗକୁ ଝାଞ୍ଜି ପବନ ଜନଜୀବନକୁ ଅସ୍ତବ୍ୟସ୍ତ କରଦେଉଛି । ଆଜି ରାଜ୍ୟ ପୁଣି ଥରେ ତତଲା କଡ଼େଇରେ ଭାଜି ହୋଇଛି । ତେବେ ଆଗାମୀ ୨୪ ଘଣ୍ଟାରେ କାଳବୈଶାଖୀ ପ୍ରଭାବରେ ଗରମରୁ ସାମାନ୍ୟ ତ୍ରାହି ମିଳିପାରେ ।

ସର୍ବୋଚ୍ଚ ଦିନ ତାପମାତ୍ରା ୪୫.୫ ଡ଼ିଗ୍ରୀ ସହ ଟିଟିଲାଗଡ଼ ରାଜ୍ୟର ଉତ୍ତପ୍ତ ସହର ପାଲଟିଛି । ଏଥି ସହିତ ବୌଦ୍ଧ ଏବଂ ବଲାଙ୍ଗୀରରେ ମଧ୍ୟ ୪୫ ଡିଗ୍ରୀ ତାପମାତ୍ରା ରେକର୍ଡ ହୋଇଛି ।

ରାଜ୍ୟର ୨୧ ଟି ସହରରେ ତାପମାତ୍ରା ଆଜି ୪୦ ଡ଼ିଗ୍ରୀ ଉପରେ ରହିଛି । ୯ ସହରରେ ଦିନ ତାପମାତ୍ରା ୪୪ କିମ୍ବା ତାଠାରୁ ଅଧିକ ରେକର୍ଡ ହୋଇଥିବା ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ୱର ସୂଚନା ଦେଇଛି ।

Image

Get real time updates directly on you device, subscribe now.