fbpx

ସଂସଦରେ କଞ୍ଚା ବାଇଗଣ ଖାଇଲେ ସାଂସଦ: କାହିଁକି ଜାଣନ୍ତୁ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ସବୁ କିଛି ମହଙ୍ଗା ହେବାର ଲାଗିଥିବା ବେଳେ ବୋକରୀ ସମମ୍ୟା ମଧ୍ୟ ବଢ଼ୁଛି । ତେବେ ଏହାକୁ ନେଇ ପ୍ରତିବାଦ ମଧ୍ୟ ଜୋରଧରିଛି । ଖାଇବା ତେଲ,କ୍ଷୀର ଠାରୁ ଆରମ୍ଭ କରି,ଏଲପିଜି ସିଲିଣ୍ଡର ସବୁ କିଛିର ଦରଦାମ ହୁ ହୁ ହୋଇ ବଢ଼ିବାରେ ଲାଗିଛି । ସେପଟେ ଲୋକସଭାରେ ମଧ୍ୟ ଦରବୃଦ୍ଧିକୁ ନେଇ ପ୍ରତିବାଦ ହେଉଥିବାର ଦେଖିବାକୁ ମିଳିଛି ।

ଗତକାଲି ମୌସୁମୀ ଅଧିବେଶନ ଚାଲିଥିବା ବେଳେ ଏକ ନିଆଁରା ଢ଼ଙ୍ଗରେ ପ୍ରତିବାଦ କରି ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି ଟିଏମସି ସାଂସଦ କାକୋଲି ଘୋଷ । ଦରବୃଦ୍ଧି ପ୍ରସଙ୍ଗକୁ ନେଇ ଆଲୋଚନା କରୁଥିବା ସମୟରେ ଟିଏମସି ସାଂସଦ ଏକ କଞ୍ଚା ବାଇଗଣରୁ ଖଣ୍ଡେ ଚୋବାଇ ଖାଇ ଦରବୃଦ୍ଧି ବିଷୟରେ କହିିଥିଲେ ।

ସେ ତାଙ୍କ ପ୍ରତିବାଦରେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିଲେ । ଏହା ସହିତ ସେ କହିଥିଲେ ସରକାର ଆମକୁ କଞ୍ଚା ପନିପରିବା ଚୋବାଇ ଖାଇବା ପାଇଁ ବାଧ୍ୟ କରୁଛି । ଏଲପିଜି ସିଲିଣ୍ଡର ଦର ଯେଉଁଭଳି ବୃଦ୍ଧି ପାଉଛି ଆଗକୁ ଯାଇ ଆମ ସମସ୍ତଙ୍କୁ କଞ୍ଚା ପନିପରିବା ଖାଇବାକୁ ହେବ । ଯେପରିକି ଆମେ ଆଉ ପନିପରିବାକୁ ନରାନ୍ଧି ଏହାକୁ କଞ୍ଚା ହିଁ ଖାଇବାକୁ ବାଧ୍ୟ ହେବୁ । ତେବେ ସାଂସଦ ନିଜର ମନ୍ତବ୍ୟ ରଖିଥିବା ବେଳେ କଞ୍ଚା ବାଇଗଣରୁ ଖଣ୍ଡେ କାମୁଡିବାର ଦେଖିବାକୁ ପାଇଥିଲେ । ଗ୍ୟାସ ଦରକୁ ହ୍ରାସ କରିବାକୁ ମଧ୍ୟ ସେ ଦାବି କରିଛନ୍ତି । ପ୍ରତିବାଦର ରୂପ ଭିନ୍ନ ହୋଇଥିଲେ ମଧ୍ୟ ସମସ୍ୟା ଏକ ଯାହା ହେଉଛି ଦରବୃଦ୍ଧିରେ ନିୟନ୍ତ୍ରଣ । ଯାହାକି ସମସ୍ତ ବର୍ଗର ଲୋକମାନଙ୍କୁ ସୁହାଉଥିବ ।

Get real time updates directly on you device, subscribe now.