fbpx

TMC ସାଂସଦ ସସପେଣ୍ଡ

ନୂଆଦିଲ୍ଲୀ: ରାଜନୈତିକ କ୍ଷେତ୍ରରୁ ଆସିଛି ଏକ ବଡ଼ ଖରବ । ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ ଡେରେକ ଓ’ବ୍ରାଏନ ରାଜ୍ୟସଭାରୁ ସସପେଣ୍ଡ ହୋଇଛନ୍ତି । ମୌସୁମୀ ଅଧିବେଶନ ଅବସରେ ଖରାପ ଆଚରଣ ଓ ନିୟମ ଉଲ୍ଲଂଘନ କାରଣରୁ ତାଙ୍କୁ ଗୃହରୁ ନିଲମ୍ବନ କରାଯାଇଛି । ଆସନ୍ତା ୧୧ ତାରିଖରେ ସଂସଦ ଅଧିବେଶନ ସମାପ୍ତ ହେବାକୁ ଥିବାବେଳେ ଏହା ମଧ୍ୟରେ ଟିଏମସି ନେତାଙ୍କୁ ଲାଗିଛି ବଡ଼ ଝଟକା ।

ଗତ କିଛି ମାସ ଧରି ମଣିପୁରରେ ଭୟଙ୍କର ହିଂସାକାଣ୍ଡ ଦେଖିବାକୁ ମିଳିଛି । ସଂସଦର ମୌସୁମୀ ଅଧିବେଶନ ସମୟରେ ଡେରେକ ଏହି ପ୍ରସଙ୍ଗ ଉଠାଇବା ସହିତ ନିୟମ ଉଲ୍ଲଂଘନ କରିଥିଲେ । ଫଳରେ ରାଜ୍ୟସଭାର ଅଧ୍ୟକ୍ଷ ଜଗଦୀପ ଧନକର ଡେରେକଙ୍କୁ ଗୃହରୁ ସସପେଣ୍ଡ କରିଥିଲେ । ତାଙ୍କୁ ସଂସଦର ଅବଶିଷ୍ଟ ଅଧିବେଶନ ପାଇଁ ସସପେଣ୍ଡ କରାଯାଇଛି । ଗୃହର ନେତା ତଥା କେନ୍ଦ୍ରମନ୍ତ୍ରୀ ପୀୟୂଷ ଗୋୟଲ ଡେରେକଙ୍କୁ ଗୃହରୁ ନିଲମ୍ବନ ପାଇଁ ଅଧ୍ୟକ୍ଷଙ୍କ ନିକଟରେ ପ୍ରସ୍ତାବ ରଖିଥିଲେ ।

ସୂଚନା ଯୋଗ୍ୟ ଯେ, ଏହା ପୂର୍ବରୁ ଗତ ୩ ତାରିଖରେ ଆମ ଆଦମୀ ପାର୍ଟି (ଆପ)ର ଲୋକସଭା ସାଂସଦ ସୁଶୀଲ କୁମାର ରିଙ୍କୁ ସଦପେଣ୍ଡ ହୋଇଥିଲେ । ଗୃହ କାର୍ଯ୍ୟ ଚାଲିଥିବା ବେଳେ ସୁଶୀଲ କାଗଜ ଚିରି ଫିଙ୍ଗିଥିବା ନେଇ ଅଭିଯୋଗ ହୋଇଥିଲା । ଏହାପରେ ତାଙ୍କୁ ଗୃହର ଅବଶିଷ୍ଟ ଅଧିବେଶନ ପାଇଁ ନିଲମ୍ବିତ କରିଦିଆଯାଇଥିଲା । ତା’ ପୂର୍ବରୁ ଗତ ମାସ ୨୪ ତାରିଖରେ ଆପର ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କୁ ମୌସୁମୀ ଅଧିବେଶନରୁ ନିଲମ୍ବିତ କରାଯାଇଥିଲା ।

Get real time updates directly on you device, subscribe now.