fbpx

ପଶ୍ଚିମବଙ୍ଗ ହିଂସା: କେନ୍ଦ୍ରମନ୍ତ୍ରୀ ମୁରଲୀଧରନଙ୍କ ଉପରେ ଆକ୍ରମଣ କଲେ ଟିଏମସି କର୍ମୀ

ମେଦିନିପୁର , ୬/୫ : ପଶ୍ଚିମବଙ୍ଗରେ ତୀବ୍ର ରୁପ ନେଉଛି ହିଂସା । ନିର୍ବାଚନରେ ଭୋଟ ଗଣତୀ ପରଠାରୁ ଏହି ହିଂସା ଲାଗି ରହିଛି । ତେବେ ଆଜି କେନ୍ଦ୍ର ମନ୍ତ୍ରୀ ଭି. ମୁରଲୀଧରନଙ୍କୁ ଟିଏମସି ସପକ୍ଷବାଦୀ ମାନେ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଏନେଇ ମନ୍ତ୍ରୀ ଖୋଦ୍ ଭିଡିଓ ଜାରି କରି ଟୁଇଟର୍ ରେ ସୁଚନା ଦେଇଛନ୍ତି । ତାଙ୍କୁ ପଶ୍ଚିମ ମେଦିନିପୁର ରେ ଥିବା ପଞ୍ଚକୁଡି ଠାରେ ଆକ୍ରମଣ କରାଯାଇଛି । ଆଉ ଏହା ଟିଏମସିର ଲୋକ ମାନେ ହିଁ କରିଛନ୍ତି ବୋଲି ମନ୍ତ୍ରୀ ଦାବି କରିଛନ୍ତି ।

ସେ ଆଜି ଟୁଇଟ୍ କରି କହିଛନ୍ତି ଯେ, ଟିଏମସିର ଗୁଣ୍ଡା ମାନେ ଆଜି ପଶ୍ଚିମ ମେଦିନିପୁର ଠାରେ ଆକ୍ରମଣ କରିଛନ୍ତି । ଗାଡି କାଚ ଭାଙ୍ଗିବା ସହ ପରସନାଲ୍ ଷ୍ଟାଫ୍ ଙ୍କ ଉପରେ ମଧ୍ୟ ଆକ୍ରମଣ କରିଛନ୍ତି ।

Get real time updates directly on you device, subscribe now.