fbpx

ସାଢେ ୪ଟାରେ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କ ପ୍ରେସମିଟ୍

ଭୁବନେଶ୍ଵର, ୦୬/୦୫ : ରାଜ୍ୟରେ କରୋନା ସଂକ୍ରମଣ ବେକାବୁ ହେବାରେ ଲାଗିଥିବା ବେଳେ ଏବେ ପ୍ରତିଦିନ ୧୦ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି । ଏହାପରେ କିଛି ବେପରୁଆ ଲୋକ ସଚେତନତା ଅବଲମ୍ବନ କରୁନାହାନ୍ତି । ଯାହାଫଳରେ ସଂକ୍ରମଣ ଆହୁରି ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଗୁରୁବାର କୋଭିଡ୍ ସ୍ଥିତି ନେଇ ଅପରାହ୍ନ ସାଢେ ୪ଟାରେ ପ୍ରେସମିଟ୍ କରିବେ ଅତିରିକ୍ତ ମୁଖ୍ୟ ଶାସନ ସଚିବ ଓ ପୋଲିସ ଡିଜି । ରାଜ୍ୟବାସୀଙ୍କୁ ଟିକାକରଣ ନେଇ ଅତିରିକ୍ତ ମୁଖ୍ୟ ଶାସନ ସଚିବ ବାର୍ତ୍ତା ଦେବେ ବୋଲି ସୂଚନା ମିଳିଛି । ଏହା ସହ ଲକଡାଉନ ସମୟରେ ଆଇନଶୃଙ୍ଖଳା ନେଇ ପୋଲିସ ଡିଜି କହିବେ ବୋଲି ସୂଚନା ମିଳିଛି ।

 

Get real time updates directly on you device, subscribe now.