fbpx

ସ୍କିନ ଗ୍ଲୋ କରାଉଛି ଯୋଗ; ଫିଟ୍-ସୁନ୍ଦର ରହିବା ପାଇଁ ଆପଣାନ୍ତୁ ଏହି ସରଳ ଉପାୟ…

Advertisement

ଓଡିଶା ଭାସ୍କର: ଆଜି ସାରା ବିଶ୍ୱ ଯୋଗ ଦିବସ ପାଳନ କରୁଛି । ଆପଣ ଜାଣନ୍ତି ପ୍ରତ୍ୟେକ ଦିନ ଯୋଗ କରିବା ଦ୍ୱାରା ଶରୀର ସମ୍ପୂର୍ଣ୍ଣ ଫିଟ ରହିଥାଏ । ଯେଗାଭ୍ୟାସ ଦ୍ୱାରା ମନ ସର୍ବଦା ପ୍ରଫୁଲ୍ଲିତ ରହିଥାଏ । ମେଦ ବହୁଳତା ମଧ୍ୟ ହ୍ରାସ କରିଥାଏ । ଯୋଗ ଦ୍ୱାରା ଶରୀରରେ ଅନେକ ପ୍ରକାର ରୋଗର ବିନାଶ ହୋଇଥାଏ । କିନ୍ତୁ ଆପଣ ଜାଣନ୍ତି କି ଏପରି କିଛି ଯୋଗ ରହିଛି । ଯାହା କରିବା ଦ୍ୱାରା ଆପଣଙ୍କ ତ୍ୱାଚା ବି ଗ୍ଲୋ କରିଥାଏ ।

ଆଜିକାଲିର ବ୍ୟସ୍ତ ବହୁଳ ଜୀବନ ମଧ୍ୟରେ ଚର୍ମର ଯତ୍ନ ନେବାକୁ ସମସ୍ତେ ଭୁଲିଯାଇଥାନ୍ତି । ଏଭଳି ପରିସ୍ଥିତିରେ ଆପଣ ଦୌନିକ କିଛି ଯୋଗ କରିବା ଦ୍ୱାରା ଆପଣଙ୍କ ଚର୍ମ ଗ୍ଲୋ କରିଥାଏ । ଆପଣ ତ୍ୱଚାକୁ ଚମକାଇବା ପାଇଁ ଆପଣ ପ୍ରତ୍ୟେକ ଦିନ ହାଲାସନ, ଶିର୍ଷାସନ ଭଳି ଯୋଗ କରିବା ଦ୍ୱାରା ତ୍ୱଚା ଧୀରେଧୀରେ ଉଜ୍ଜଳ ହୋଇଥାଏ । ଏକ ରିପୋର୍ଟରୁ ଜଣାପଜିଛି ଯେ, ଶିର୍ଷାସନ ଯୋଗକୁ ଦୈନିକ ୧୫ ରୁ ୩୦ ମିନିଟି କରିବା ଦ୍ୱାରା ଅଳ୍ପଦିନ ଭିତରେ ଏହାର ଫରକ ଆପଣ ନିଜେ ଜାଣିପାରିବେ ।

ଚର୍ମକୁ ସୁସ୍ଥ ରଖିବାକୁ ହେଲେ ମଧ୍ୟ ହାଇଡ୍ରେସନ ନିହାତି ଜରୁରୀ । ଏଥିପାଇଁ ପ୍ରଚୁର ପରିମାଣରେ ପାଣି ପିଇବା ଆବଶ୍ୟକ ହୋଇଥାଏ । ଏହା ଦ୍ୱାରା ଶରୀରୁ ବିଷାକ୍ତ ପଦାର୍ଥକୁ ବାହର କରିଦେଇଥାଏ । ଏଥିସହ ସୂର୍ଯ୍ୟ ନମସ୍କାର କରିଲେ ମଧ୍ୟ ସମାନ ଫାଇଦା ମିଳିଥାଏ । ଯଦି ଶରୀରକୁ ସୁସ୍ଥ ରଖିବା ପାଇଁ ଚାହାଁନ୍ତି । ପ୍ରତ୍ୟେକ ଦିନ ରୁଟିନ ହିସାବରେ କାର୍ଯ୍ୟ କଲେ ଆପଣଙ୍କର ଶରୀର ସୁସ୍ଥ ରହିବା ସହ ସ୍କିନ ଗ୍ଲୋ କରିଥାଏ ।
ଆପଣ ପ୍ରଥମଥର ଶିର୍ଷାସନ ଯୋଗ ଅଭ୍ୟାସ କରୁଥିଲେ ଆପଣଙ୍କୁ କଷ୍ଟ ଲାଗିପାରେ । ପରେ ଏହା ଅଭ୍ୟାସରେ ପରିଣତ ହେବା ପରେ ସହଜ ହୋଇଥାଏ ।

ଆପଣମାନେ ଦୀର୍ଘ ସମୟ ଧରି ଯୋଗାଭ୍ୟାସ ଠାରୁ ଦୂରେଇ ରୁହନ୍ତୁ । ଗର୍ଭବର୍ତ୍ତୀ ମହିଳା, ଉଚ୍ଚ ରାକ୍ତଚାପ, ହାର୍ଟ ରୋଗୀ ଯୋଗାଭ୍ୟାସ ଠାରୁ ଦୂରରେ ରୁହନ୍ତୁ । ଏହି ଶିର୍ଷାସନ ଦ୍ୱାରା ଶରୀରରେ ସଠିକ ପରିମାଣରେ ରକ୍ତ ପ୍ରଭାବିତ ହୋଇଥାଏ । ମାନସିକ ଚାପ, ମୁଣ୍ଡବିନ୍ଧା ସମସ୍ୟା, ଚର୍ମ କୁଞ୍ଚନ ଭଳି ସମସ୍ୟାକୁ ଦୂର କରିଥାଏ । ତେଣୁ ଆପଣମାନେ ନିୟମିତ ଭାବରେ ଯଦି ଯୋଗ ଅଭ୍ୟାସ କରିବେ ତେବେ ଆପଣ ନିହାତି ଭାବରେ ଏହି ଯୋଗାସନର ଫାଇଦା ପାଇପାରିବେ ।

 

Get real time updates directly on you device, subscribe now.