fbpx

ଘର ମରାମତି ପାଇଁ ଆକାଉଣ୍ଟକୁ ଗଲା ୩ ହଜାର: ୩୦ ଲକ୍ଷ ହିତାଧିକାରୀ ଉପକୃତ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ପକ୍ଷରୁ ଘୋଷଣା କରାଯାଇଥିବା ଗୃହ ମରାମତି ଖର୍ଚ୍ଚ ପ୍ରଦାନ କରାଯାଇଛି । ଡିବିଟି ମାଧ୍ୟମରେ ଶୁକ୍ରବାର ହିତାଧିକାରୀଙ୍କ ଆକାଉଣ୍ଟକୁ ଏହି ଟଙ୍କା ପଠାଯାଇଛି । ଡିସେମ୍ବର ୨୧ ତାରିଖରେ ମୁଖ୍ୟମନ୍ତ୍ରୀ ଏହି ଯୋଜନା ସମ୍ପର୍କରେ ଘୋଷଣା କରିଥିଲେ । ଏହି ଯୋଜନାରେ ସମୁଦାୟ ୨୫୨ କୋଟି ଟଙ୍କା ହିତାଧିକାରୀଙ୍କ ଆକାଉଣ୍ଟକୁ ପ୍ରଦାନ କରାଯାଇଛି । ଏଣିକି ବିଜୁ ପକ୍କା ଘର ମରାମତି ବାବଦରେ ମାସକୁ ୩ହଜାର ଟଙ୍କାର ସହାୟତା ରାଶି ପ୍ରଦାନ କରାଯିବ । କେନ୍ଦ୍ରୀୟ ଯୋଜନାରେ ସାମିଲ ନଥିଲେ ଲୋକ ମାନଙ୍କୁ ମାସିକ ୫ ହଜାର ଟଙ୍କାର ମରାମତି ଅର୍ଥ ପ୍ରଦାନ କରାଯିବ ।

ଏହି ଯୋଜନା ଦ୍ୱାରା ରାଜ୍ୟର ପ୍ରାୟ ୩୦ ଲକ୍ଷ ହିତାଧିକାରୀ ଉପକୃତ ହେବେ । ଏହା ସହିତ ଏହି ଯୋଜନାରେ ଉପକୃତ ହେବେ । କେନ୍ଦ୍ର ସରକାରଙ୍କ ଗୃହ ଯୋଗାଣ ଯୋଜନାରୁ ବିରତ ରହିଥିବା ସମସ୍ତ ଲୋକଙ୍କୁ ଏହି ଯୋଜନାରେ ସାମିଲ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

Get real time updates directly on you device, subscribe now.