(Video) ୧୦ ଟଙ୍କିଆ ଫଟା ନୋଟକୁ ଚଳାଇବା ପାଇଁ ଯୁଗାଡ଼, ଭିଡିଓ ଦେଖି ଲୋକେ କହିଲେ- କାହାକୁ ନ ଦେଖିବାକୁ ପଡୁ ଏପରି ଦିନ

୧୦ ଟଙ୍କିଆ ଚିରା ନୋଟକୁ ଚଳାଇବା ପାଇଁ ଏହି ବ୍ୟବସ୍ଥା, ବର୍ତ୍ତମାନ ସୋସିଆଲ ମିଡିଆରେ ହେଉଛି ଭାଇରାଲ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ବିଭିନ୍ନ ପ୍ରକାର ଜିନିଷ ଦେଖିବାକୁ ମିଳୁଛି। ବର୍ତ୍ତମାନ ଏପରି ଏକ ଭିଡିଓ ସାମ୍ନାକୁ ଆସିଛି, ଯାହାକୁ ଦେଖି ଅନେକ ଲୋକେ ନିଜର ବିଭିନ୍ନ ମତ ଦେଇଛନ୍ତି। ଏହି ଭିଡିଓକୁ ଦେଖିଲେ ଆପଣ ନ ହସି ରହିପାରିବେନି।

ଭିଡିଓରେ ଦେଖିବାକୁ ମିଳିଛି ଯେ, ଜଣେ ବ୍ୟକ୍ତିଙ୍କୁ ୧୦ ଟଙ୍କାର ଫଟା ନୋଟ ଧରିଛନ୍ତି। ସେହି ନୋଟଟି ତିନି ଖଣ୍ଡରେ ଚିରି ଯାଇଛି। ଯାହାକୁ ଦେଖି କୁହାଯାଉଛି ଯେ, ନୋଟ ବର୍ତ୍ତମାନ କୌଣସି ପରିସ୍ଥିତିରେ ଚଳିବ ନାହିଁ। ହେଲେ ଏହି ବ୍ୟକ୍ତି ଜଣକ ନିଜ ଆଶା ହରାଇ ନାହାନ୍ତି।

ଏହି ବ୍ୟକ୍ତିଜଣକ ନିଜ ବୁଦ୍ଧି ପ୍ରୟୋଗ କରି ଫଟା ନୋଟକୁ ସିଲେଇ କରୁଛନ୍ତି। ଏହା ଦ୍ୱାରା ସେହି ଫଟା ନୋଟଟି ଚାଲିପାରିବ ଯେମିତି। ତେବେ ଏହି ଭିଡିଓକୁ ଲୋକେ ଦେଖି ବିଭିନ୍ନ କମେଣ୍ଟ ଦେଇଛନ୍ତି।

କିଏ ଜଣେ ୟୁଜର ଲେଖିଛନ୍ତି ଯେ, ଭାଇ ତୁମେ ତ କମାଲ କରିଦେଲ, ଅନ୍ୟ ଜଣେ ଲେଖିଛନ୍ତି, ଏବେ ଏହାକୁ ନେବା ପାଇଁ କେହି ମନା କରିବେନି। ଅନ୍ୟ କେତେକ ଲୋକେ କହିଛନ୍ତି ଯେ, କାହାରିକୁ ଏଭଳି ଦିନ ନ ଦେଖିବାକୁ ପଡୁ।