fbpx

ଆଜିର ଦିନରେ ବିରାଟ କୋହାଲି ଆନ୍ତର୍ଜାତୀୟ କ୍ରିକେଟରେ କରିଥଲେ ଡେବ୍ୟୁ, ପୁରିଲା ୧୬ ବର୍ଷ, ଜାଣନ୍ତୁ କେମିତି ଥିଲା ଜର୍ଣ୍ଣି ?

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ ଦଳର ସେ ହେଉଛନ୍ତି ଷ୍ଟାର ବ୍ୟାଟ୍ସମ୍ୟାନ୍ । ଆଜିର ଦିନରେ ଶ୍ରୀଲଙ୍କା ବିପକ୍ଷରେ ସେ ପ୍ରଥମ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଥିଲେ । କ୍ୟାରିୟର ପ୍ରାରମ୍ଭରୁ ସେ କ୍ରିକେଟ ଦୁନିଆରେ ନିଜର ଦବଦବା କାଏମ ରଖିଛନ୍ତି । ତାଙ୍କର ଦମଦାର ପ୍ରଦର୍ଶନ ପାଇଁ ଆଜି ସେ ଦର୍ଶକଙ୍କ ହୃଦୟରେ ରାଜ୍ କରୁଛନ୍ତି । ଏମଏସ୍ ଧୋନୀଙ୍କ ପରେ ସେ ତିନୋଟି ଫର୍ମାଟରେ ଭାରତୀୟ ଦଳର ଅଧିନାୟକ ରହିଥିଲେ । ତାଙ୍କ ଅଧିନାୟକତ୍ୱରେ ଟିମ୍ ଇଣ୍ଡିଆ ନୂତନ ଶିଖର ଛୁଇଁଥିଲା । ଏହା ପରେ ସେ କେବେ ପଛକୁ ଫେରି ଚାହିଁନାହାଁନ୍ତି । ଅନେକ ଖେଳାଳିଙ୍କ ପାଇଁ ସେ ହେଉଛନ୍ତି ପ୍ରେରଣାର ସ୍ରୋତ । ସେ ହେଉଛନ୍ତି ସମସ୍ତଙ୍କ ପ୍ରିୟ ବ୍ୟାଟ୍ସମ୍ୟାନ୍ ବିରାଟ କୋହଲି ।

Virat Kohli on brink of history ahead of birthday outing vs South Africa in World Cup - Yahoo Sports

ବିରାଟ କୋହଲି ୧୮ ଅଗଷ୍ଟ, ୨୦୦୮ରେ ଶ୍ରୀଲଙ୍କା ବିପକ୍ଷଷର ଦିନିକିଆ କ୍ରିକେଟରେ ଡେବ୍ୟୁ କରିଥିଲେ । ଏହି ମ୍ୟାଚରେ ସେ କେବଳ ୧୨ ରନ୍ କରିପାରିଥିଲେ । ଭାରତ ପାଇଁ ଦିନିକିଆ କ୍ରିକେଟରେ ଡେବ୍ୟୁ କରିବାରେ ସେ ଥିଲେ ୧୭୫ତମ ଖେଳାଳି । ୨୦୦୯ରେ ଶ୍ରୀଲଙ୍କା ବିପକ୍ଷଷର ସେ ତାଙ୍କ ଦିନିକିଆ କ୍ୟାରିୟରରେ ପ୍ରଥମ ଶତକ କରିଥଲେ । ଏହି ମ୍ୟାଚରେ ସେ ୧୧୪ ବଲରେ ୧୦୭ ରନ୍ କରିବାରେ ସଫଳ ହୋଇଥିଲେ । ୨୦୧୦, ଜୁନ ୧୨ରେ ସେ ଜିମ୍ବାୱେ ବିପକ୍ଷରେ ପ୍ରଥମ ଟି-୨୦ ଡେବ୍ୟୁ ଖେଳିଥିଲେ । ଏଥିରେ ସେ କେବଳ ୨୬ ରନ୍ ସଂଗ୍ରହ କରିପାରିଥିଲେ । ଏସୀୟ କପ୍ ୨୦୨୨ରେ ଦୁବାଇରେ ଆଫଗାନିସ୍ତାନ ବିପକ୍ଷରେ ବିରାଟ ୧୨୨ ରନ୍ କରିଥିଲେ । ୨୦୧୧ରେ ବିରାଟ ଭାରତ ପାଇଁ ପ୍ରଥମ ଟେଷ୍ଟ ଡେବ୍ୟୁ କରିଥିଲେ । ଆନ୍ତର୍ଜାତୀୟ ଟି-୨୦ରେ ସେ ୩୮ଟି ଅର୍ଦ୍ଧଶତକ କରିଛନ୍ତି । ସେହିପରି ଆନ୍ତର୍ଜାତୀୟ କ୍ରିକେଟରେ ସର୍ବାଧିକ ରନ୍ ସଂଗ୍ରହ କରିବାରେ ସେ ୪ର୍ଥ ଖେଳାଳି ଅଟନ୍ତି । କ୍ରିକେଟ କ୍ୟାରିୟରରେ ସେ ମୋଟ୍ ୧୧୩ଟି ଟେଷ୍ଟ, ୨୯୫ ଦିନିକିଆ ଏବଂ ୧୨୫ଟି ଟି-୨୦ ଆନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ବିରାଟଙ୍କୁ ଅର୍ଜୁନ ଆୱାର୍ଡ଼, ପଦ୍ମଶ୍ରୀ, ଖେଳ ରତ୍ନ ଏବଂ ଆଇସିସି ପ୍ଲେୟର ଅଫ୍ ଦି ଇୟର ପୁରସ୍କାରରେ ସମ୍ମାନିତ କରାଯାଇଛି ।

ବିରାଟ କୋହଲି ୧୯୮୮, ନଭେମ୍ବର ୫ରେ ଦିଲ୍ଲୀରେ ଜନ୍ମଗ୍ରହଣ କରିଥିଲେ । ୨୦୧୭ ଡିସେମ୍ବର ୧୧ରେ ସେ ଲୋକପ୍ରିୟ ବଲିଉଡ଼ ଅଭିନେତ୍ରୀ ଅନୁଷ୍କା ଶର୍ମାଙ୍କ ସହ ବିବାହ କରିଥିଲେ । ବିରାଟ କୋହଲିଙ୍କ କ୍ରିକେଟ୍ ଯାତ୍ରା ବେଶ ସଂଘର୍ଷମୟ ଓ ସୁଖଦ ଥିଲା । କହିରଖୁଛୁ ଭାରତୀୟ ଦଳ ଟି-୨୦ ବିଶ୍ୱକପ୍ ୨୦୨୪ ଟାଇଟଲ ଜିତିବା ପରେ ବିରାଟ ଟି-୨୦ ଆନ୍ତର୍ଜାତୀୟ କ୍ରିକେଟରୁ ସନ୍ୟାସ ଘୋଷଣା କରିଥିଲେ ।

Get real time updates directly on you device, subscribe now.