fbpx

ଆଜି ବିଶ୍ୱର ମୋଟ ଜନସଂଖ୍ୟାର ୯୯ ପ୍ରତିଶତ ଲୋକଙ୍କ ପାଖରେ ଏକ ସମୟରେ ପହଞ୍ଚିଛି ସୂର୍ଯ୍ୟକିରଣ, ଜାଣନ୍ତୁ ଏନେଇ କ’ଣ କହୁଛନ୍ତି ବୈଜ୍ଞାନିକ

ନୂଆଦିଲ୍ଲୀ: ଆଜି ହେଉଛି ୨୦୨୨ ମସିହା ଜୁଲାଇ ମାସ ୮ ତାରିଖ । ତେବେ ଆଜିର ଦିନରେ ୧୧:୧୫ ୟୁଟିସି ଅର୍ଥାତ ଭାରତୀୟ ସମୟ ଅନୁସାରେ ସନ୍ଧ୍ୟା ୪.୪୫ରେ ସାରା ଦୁନିଆର ୯୯ ପ୍ରତିଶତ ଲୋକଙ୍କ ପାଖରେ ସୂର୍ଯ୍ୟକିରଣ ପହଞ୍ଚିଛି । ଅର୍ଥାତ ୭.୭ ଅରବ ଜନସଂଖ୍ୟା ସିଧାସଳଖ ଗ୍ରୀଷ୍ମ ବଳୟ ମଧ୍ୟରେ ରହିଛନ୍ତି । ତେବେ ଏହି ଖବରଟି ଶୁଣିବା ପରେ ଯେ କେହି ଆଶ୍ଚର୍ଯ୍ୟ ହେବା ସ୍ୱାଭାବିକ ।

କଲମ୍ବିଆ ବିଶ୍ୱବିଦ୍ୟାଳୟର ସେଣ୍ଟର ଫର ଇଣ୍ଟରନ୍ୟାସନାଲ ୟାର୍ଥ ସାଇନ୍ସ ଇନଫରମେସନ ନେଟୱର୍କର ବୈଜ୍ଞାନିକଙ୍କ କହିଛନ୍ତି, ୨୦୨୨ରେ କେଉଁ ସମୟରେ ଅଧିକ ସୂର୍ଯ୍ୟ କିରଣ ଆସିଥାଏ, ତାହାକୁ ନେଇ ରିସର୍ଚ୍ଚ କରାଯାଇଥିଲା । ତେବେ ଆଜି ସନ୍ଧ୍ୟାର ୪.୪୫ ସମୟ କେବଳ ୮ କୋଟି ଲୋକଙ୍କ ପାଇଁ ଦିନ ଥିଲା । ଅନ୍ୟ ପକ୍ଷରେ ୭.୭ ଅରବ ଲୋକ ଏହି ସମୟରେ ସୂର୍ଯ୍ୟ ରଶ୍ମୀ ପାଇଥିଲେ ।

ଉତ୍ତର ଆମେରିକା, ଦକ୍ଷିଣ ଆମେରିକା, ୟୁରୋପ, ଆଫ୍ରିକା ଓ ଏସିଆ ପରି ଅଞ୍ଚଳରେ ଅଧିକ ସୂର୍ଯ୍ୟ ରଶ୍ମୀ ପଡ଼ିଥିଲା । ଅନ୍ୟପକ୍ଷରେ ଅଷ୍ଟ୍ରେଲିଆ, ନ୍ୟୁଜିଲାଣ୍ଡ, ଦକ୍ଷିଣ-ପୂର୍ବ ଏସିଆର କିଛି ଅଂଶ ଓ ଆଣ୍ଟାର୍କଟିକରେ କମ୍ ସୂର୍ଯ୍ୟ ରଶ୍ମୀ ପଡ଼ିଥିଲା । ଆଜି ୮୩ ପ୍ରତିଶତ ଲୋକ ସିଧାସଳଖ ଗରମ, ୧୬ ପ୍ରତିଶତ ଅପ୍ରତ୍ୟକ୍ଷ ଗରମରେ ରହିଥିବା ବେଳେ ଅବଶିଷ୍ଟ ଲୋକଙ୍କୁ ଏଥିରୁ ବଞ୍ଚିତ ହୋଇଥିଲେ । ସୂର୍ଯ୍ୟ କ୍ରମଶଃ ଦକ୍ଷିଣ ଦିଗକୁ ବଢ଼ିବା ଫଳରେ ସୌର ରଶ୍ମୀ ଉତ୍ତର କ୍ଷେତ୍ରରୁ ଧୀରେଧିରେ ହଟି ଯାଇଥାଏ ।

Get real time updates directly on you device, subscribe now.