ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ କେବେ ହେବ ବିଧାନସଭା ନିର୍ବାଚନ? ଆଜି ଘୋଷଣା କରିବେ EC

ନୂଆଦିଲ୍ଲୀ: ମହାରାଷ୍ଟ୍ର ଏବଂ ଝାଡଖଣ୍ଡରେ ବିଧାନସଭା ନିର୍ବାଚନର ତାରିଖ ଆଜି ଘୋଷଣା ହେବ। ୧୫ ଅକ୍ଟୋବର ନିର୍ବାଚନ ଆୟୋଗ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ପାଇଁ ଦ୍ୱିପ୍ରହରରେ ତାରିଖ ଘୋଷଣା କରିବେ।

ନିର୍ବାଚନ ଆୟୋଗ ଆଜି ଦ୍ୱିପ୍ରହର ୩ଟା ୩୦ମିନିଟରେ ପ୍ରେସ କନଫ୍ରେନ୍ସ କରିବେ। ଏହି ସମୟରେ ନିର୍ବାଚନ ଆୟୋଗ କହିବେ ଯେ, ନିର୍ବାଚନ କେତୋଟି ପର୍ଯ୍ୟାୟରେ ହେବଏବଂ କଣ କଣ ପ୍ରସ୍ତୁତି କରାଯାଇଛି। ମହାରାଷ୍ଟ୍ର ବିଧାନସଭାର କାର୍ଯ୍ୟକାଳ ୨୬ ନଭେମ୍ବରରେ ସମାପ୍ତ ହେବାକୁ ଯାଉଛି। ସେହିପରି ଝାଡ଼ଖଣ୍ଡ ବିଧାନସଭାର କାର୍ଯ୍ୟକାଳ ଆସନ୍ତା ବର୍ଷ ୫ ଜାନୁଆରୀରେ ସମାପ୍ତ ହେବ।

ନିର୍ବାଚନ ଆୟୋଗ ଏହା ପୂର୍ବରୁ ମହାରାଷ୍ଟ୍ର ଏବଂ ଝାଡ଼ଖଣ୍ଡରେ ନିର୍ବାଚନ ସହ ଜଡିତ ନିଜ ପ୍ରସ୍ତୁତି ପୂରଣ କରିବ। ନିର୍ବାଚନ ଆୟୋଗଙ୍କ ଟିମ କିଛି ଦିନ ତଳେ ଏହି ଦୁଇ ରାଜ୍ୟକୁ ଗସ୍ତ କରିଥିଲେ। ଏହି ସମୟରେ ସେ ନିର୍ବାଚନର ପ୍ରସ୍ତୁତିର ଆକଳନ କରିଥିଲେ।

Get real time updates directly on you device, subscribe now.